ଭୁବନେଶ୍ବର ୧୬|୧୦: ରାଜ୍ୟରେ କାହାରିକୁ ଭୋକିଲା ରହିବାକୁ ଦିଆଯିବ ନାହିଁ । ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନରେ ସବୂ ହିତାଧୀକାରୀଙ୍କୁ ସାମିଲ କରାଯିବ । ବିଶ୍ବ ଖାଦ୍ୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ପ୍ରତିଶୃତି ଦୋହରାଇଛନ୍ତି । ସେପଟେ ଦେଶରେ କିନ୍ତୁ କ୍ଷୁଦା ତାଲିକାରେ ସୂଚିରେ ତଳକୁ ଖସିଛି ଭାରତ । ଦେଶରେ ଭୋକିଲାଙ୍ରକ ସଂଖ୍ୟା ବଢିଛି । ଏସବୁକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନିତୀ ।
ରାଜ୍ୟରେ କେହି ଭୋକିଲା ରହିବେନି । ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଦେବେ ସରକାର । ବିଶ୍ବ ଖାଦ୍ୟ ସୁରକ୍ଷା ଦିବସରେ ଏମିତି ପ୍ରତିଶୃତି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟ ବାସୀଙ୍କର ସୁସ୍ଥ ଓ ଖୁସି ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଦେଶରେ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରେ ୭୮ ପ୍ରତିଶତ ଗରିବ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି । ହେଲେ ଆହୁରୀ ୨୫ ଲକ୍ଷ ହିତାଧୀକାରୀ ବଳକା ରହୁଥିବାରୁ ସେମାନଙ୍କୁ ଖାଦ୍ୟ ସୁରକ୍ଷାରେ ସାମିଲ କରିବାକୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮ ଲକ୍ଷ ହିତାଧୀକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି । ସରକାରଙ୍କ ଏଭଳି ପ୍ରୟାସ ଆଉ କୈଣସି ରାଜ୍ୟରେ ନାହିଁ । ଏହା ଦ୍ବାରା କୈଣସି ଲୋକ ରାଜ୍ୟରେ ଭୋକିଲା ରହିବେନି ବୋଲି କହିଛନ୍ତି ରାଜ୍ୟ ସରକାର ।
ଦେଶରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇବି ଭୋକିଲାଙ୍କ ସଂଖ୍ୟା ବଢିଛି । ହେଲେ ଖାଦ୍ୟ ସୁରକ୍ଷା ଆଇନକୁ ନେଇ କିନ୍ତୁ ରାଜ୍ୟରେ ରାଜନୀତି ଯୋର ଧରିଛି । ରାଜ୍ୟ ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ କଥା କହି ବିଶ୍ବ ଖାଦ୍ୟ ଦିବସରେ ବାହା ବାହା ନେବାକୁ ଚେଷ୍ଟା କରିଥିବାବେଳେ ବିରୋଧୀ କିନ୍ତୁ ସରକାଙ୍କ ଯୋଜନାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।ରାଜ୍ୟ ସରକାର କେବଳ ବାହା ବାହା ନେବାକୁ ନିଜର ଆଇନ ଆଣିବା କଥା କହୁଛନ୍ତି । ତେବେ ସତରେ ସରକାର କେଉଁ ମାନଙ୍କୁ ଏଥିରେ ସାମିଲ କରିଛନ୍ତି ତାର ତାଲିକା ଦିଅନ୍ତୁ ବୋଲି ବିଜେପି କହିଛି । ରାଜ୍ୟର ନଗଡା ଚିତ୍ରକୁ ଦେଖାଇ କଂଗ୍ରେସ କହିଛି ସରକାର ବାସ୍ତବତାକୁ ନଯାଇ କାଗଜ କଲମରେ ସବୁ ଯୋଜନା କରୁଛନ୍ତି । ଏବେ ବି ରାଜ୍ୟରେ ଭୋକିଲା ଅଛନ୍ତି ।
ଓ୍ବଲଥଙ୍ଗରିଲିଫ ଓ କନସର୍ନ ଓ୍ବାଲର୍ଡ ଓ୍ବାଇଡ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଭାରତ ଭୋକିଲା ସୂଚିରେ ତିନୋଟି ସ୍ଥାନ ତଳକୁ ଖସିଛି । ୨୦୧୭ରେ ଭାରତ ୧୦୦ ତମ ସ୍ଥାନରେ ଥିବାବେଳେ ଏଥର ୧୦୩ ତମ ସ୍ଥାନକୁ ଖସି ଆସିଛି । ବିଶ୍ବରେ ସାଙ୍ଘାତିକ କ୍ଷୁଧା ଥିବା ୪୫ ଦେଶ ତାଲିକାରେ ଏବେ ବି ରହିଛି ଭାରତ ।ହେଲେ ରାଜ୍ୟ ଓ କେନ୍ଦ୍ର ସରକାର କିନ୍ତୁ ନିଜ ନିଜ ଯୋଜନାକୁ ନେଇ ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି ।