ଦ. ଆଫ୍ରିକାକୁ ୫-୨ରେ ମାତ୍ ଦେଲା ଭାରତ, ନବମରେ ରହି ବିଶ୍ଵ କପ୍ ଅଭିଯାନ ସମାପ୍ତ କଲା
28/01/2023 at 9:05 PM

ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ଶେଷ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ନବମ ସ୍ଥାନ ପାଇଁ ଖେଳା ଯାଇଥିବା ମୁକାବିଲାରେ ଭାରତ ୫-୨ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହ ବିଶ୍ଵ କପ୍ରେ ନବମ ସ୍ଥାନରେ ରହି ନିଜର ଅଭିଯାନ ସମାପ୍ତ କରିଛି ଭାରତ। ଏହା ପୂର୍ବରୁ ଦଳ କ୍ଲାସିଫିକେସନ ମୁକାବିଲାରେ ଜାପାନକୁ ହରାଇଥିଲା। ଦମଦାର ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ନିଜର ଶେଷ ମୁକାବିଲାରେ ଭାରତ ନିଜର ପ୍ରତିଷ୍ଠା ଅନୁଯାୟୀ ଦମଦାର ପ୍ରଦର୍ଶନ କରିଛି। ଆରମ୍ଭରୁ ହିଁ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦୁର୍ବଳ ଦକ୍ଷିଣ ଆଫ୍ରିକାର ଗୋଲ୍ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା। ୪ତମ ମିନିଟ୍ରେ ଅଭିଷେକ ପ୍ରଥମ ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ। ୧୧ତମ ମିନିଟ୍ରେ ହରମନପ୍ରୀତ ସିଂ ୧୧ତମ ମିନିଟ୍ରେ ଗୋଲ୍ ମାରି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ଵାର୍ଟରରେ ଭାରତ ୨ ଗୋଲ୍ ଦେଇ ମ୍ୟାଚ୍ରେ ଆଗୁଆ ରହିଥିଲା।
Here's a glimpse of how team India ends the FIH Odisha Men's Hockey World Cup Bhubaneswar-Rourkela journey in style. ❤️
— Hockey India (@TheHockeyIndia) January 28, 2023
🇿🇦RSA 2-5 IND🇮🇳#HockeyIndia #HWC2023 #HockeyWorldCup2023 #StarsBecomeLegends #RSAvsIND @CMO_Odisha @sports_odisha @IndiaSports @Media_SAI @SA_Hockey pic.twitter.com/cFjEngroRC
ତୃତୀୟ କ୍ଵାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଦକ୍ଷିଣ ଆଫ୍ରିକାକୁ ଗୋଲ୍ ପରିଶୋଧ କରିବାକୁ ସୁଯୋଗଦେଇନଥିଲା ଭାରତ। ତୃତୀୟ କ୍ଵାର୍ଟରରେ ଶମଶେର ସିଂ ଗୋଲ୍ ଦେଇ ଦଳକୁ ୩-୦ରେ ଆଗୁଆ କରାଇଥିଲେ। ତେବେ ଚତୁର୍ଥ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ୪୮ତମ ମିନିଟ୍ରେ ଆକାଶଦୀପ ସିଂ ଦଳ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ। ସମାନ ମିନିଟ୍ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାଭିମ୍ବି ସାମକେଲୋ ପ୍ରଥମ ଗୋଲ୍ ଦେଇଥିଲେ। ୫୮ତମ ମିନିଟ୍ରେ ସୁଖଜିତ ସିଂହ ପଞ୍ଚମ ଗୋଲ୍ ଦେଇଥିଲେ। ଏହାର ଗୋଟିଏ ମିନିଟ୍ ୫୯ତମ ମିନିଟ୍ରେ କାସିଏମ ମୁସ୍ତାଫା ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ଵିତୀୟ ଗୋଲ୍ ଦେଇଥିଲେ ହେଁ ଏହା ପର୍ଯ୍ୟାପ୍ତ ନଥିଲା। ଶେଷରେ ଭାରତ ମ୍ୟାଚ୍କୁ ଏକତରଫା ଭାବେ ୫-୨ ଗୋଲ୍ରେ ଜିତି ନେଇଛି।