scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆନ ଗେମ୍ସ ୨୦୨୩: ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ରଚିଲା ଭାରତ, ୫୦ ଟପିଲା ପଦକ ସଂଖ୍ୟା

1/10/2023 at 10:07 PM

asian games 2023

ବେଜିଂ: ଚୀନର ହଙ୍ଗଝୋରେ ଖେଳାଯାଉଥିବା ଏସିଆନ୍ ଗେମ୍ସ ୨୦୨୩ରେ ରବିବାର(୧ ଅକ୍ଟୋବର) ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୫ ଟି ପଦକ ଜିତିଛି ଭାରତ। ଏହା ପୂର୍ବରୁ ଏସିଆନ ଗେମ୍ସରେ ଭାରତ ଗୋଟିଏ ଦିନରେ ଏତେ ସଂଖ୍ୟକ ପଦକ ଜିତି ନଥିଲା। ତେବେ ୨୦୧୦ରେ ୧୧ଟି ପଦକ ଜିତିଥିଲା ଭାରତ। ୨୦୨୩ରେ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ଖେଳାଳି।    

ଏସିଆନ ଗେମ୍ସରେ ଭାରତର ପୁରୁଣା ରେକର୍ଡ ଦେଖିଲେ ୨୦୧୪ ମସିହାରେ ହୋଇଥିବା ଏସିଆନ୍ ଗେମ୍ସରେ ଭାରତ ଅଷ୍ଟମ ଦିନରେ ୧୦ ଟି ପଦକ ଜିତିଥିଲା।  ଜକାର୍ତ୍ତା ଏସିଆନ୍ ଗେମ୍ସରେ ଭାରତ ନବମ ଦିନରେ ୧୦ ଟି ପଦକ ଜିତିଥିଲା। କିନ୍ତୁ ଆଜି(୨୦୨୩ ଅକ୍ଟୋବର ୧) ଭାରତ ନିଜର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି।ଏସିଆନ ଗେମ୍ସ ୨୦୨୩ର ଅଷ୍ଟମ ଦିନରେ ଭାରତ ୧୫ ଟି ପଦକ ହାସଲ କରିଛି।

ପଢ଼ନ୍ତୁ-ଏସିଆନ ଗେମ୍ସ ୨୦୨୩: କମାଲ କରୁଛନ୍ତି ଭାରତୀୟ ଶୁଟର, ଟ୍ରାପ ପୁରୁଷ ଟିମ୍ ବର୍ଗରେ ସ୍ୱର୍ଣ୍ଣ ଜିତିଲା ଇଣ୍ଡିଆ

ଚଳିତ ଏସିଆନ ଗେମ୍ସରେ ଭାରତ ପଦକରେ ଅର୍ଦ୍ଧଶତକ ହାସଲ କରିସାରିଲାଣି। ହାସଲ କରିଥିବା ପଦକ ମଧ୍ୟରୁ ୧୩ ଟି ସ୍ୱର୍ଣ୍ଣ, ୨୧ ଟି ରୌପ୍ୟ, ୧୯ ଟି କାଂସ୍ୟ ପଦକ ରହିଛି। ଫଳରେ ମୋଟ ପଦକ ସଂଖ୍ୟା ୫୩ ହୋଇ ଭାରତ ବର୍ତ୍ତମାନ ଏହି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି।

ଏସିଆନ ଗେମ୍ସ ୨୦୨୩ରେ ପଦକ ସଂଖ୍ୟା ବିଷୟରେ କହିବାକୁ ଗଲେ ଆୟୋଜକ ଚୀନ୍ ଏକ ନମ୍ବର ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ ମୋଟ ୨୪୨ ପଦକ ଜିତି ସାରିଛି। ସେଥିମଧ୍ୟରୁ ୧୩୧ ସ୍ୱର୍ଣ୍ଣ ପଦକ, ୭୨ ଟି ରୌପ୍ୟ ପଦକ ଏବଂ ୩୦ ଟି କାଂସ୍ୟ ପଦକ ହାତେଇଛି ଚୀନ। ଚୀନ ପଛକୁ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନରେ ରହିଛି।

ପଢ଼ନ୍ତୁ-Asian Games 2023: ସ୍କ୍ଵାସ ପରେ ହକିରେ ପାକିସ୍ତାନକୁ ମାତ୍ ଦେଲା ଭାରତ, ଏକତରଫା ମ୍ୟାଚ୍‌ରେ ୧୦-୨ରେ ହରାଇଲା

ଅକ୍ଟୋବର ୧ ପର୍ଯ୍ୟନ୍ତ କେଉଁ ଖେଳାଳି କେଉଁ ପଦକ ଜିତିଛନ୍ତି ଜାଣନ୍ତୁ।

   Related Posts