scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇସ୍ଲାମିକ ଦେଶଙ୍କ ସଙ୍ଗଠନକୁ ଭାରତର  ତାଗିଦ୍‌, OIC ଦେଇଥିଲେ ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବୟାନ

13/12/2023 at 8:28 PM

ନୂଆଦିଲ୍ଲୀ ୧୩।୧୨: ଧାରା ୩୭୦ ଉପରେ ଡିସେମ୍ବର ୧୧ ତାରିଖ ଦିନ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ଇସ୍ଲାମିକ ଦେଶଙ୍କ ସଙ୍ଗଠନ (ଓଆଇସି) ଉଦବେଗ ପ୍ରକାଶ କରିବାରୁ ଭାରତ ତାଗିଦ୍‌ କରିଛି। ଉଲ୍ଲେଖଯୋଗ୍ୟ ଯେ ଓଆଇସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏ ନେଇ ଓଆଇସି ସଚିବାଳୟ ଦ୍ୱାରା ଏକ ବୟାନ ମଧ୍ୟ ଜାରି ହୋଇଥିଲା, ଯାହାକୁ ବୈଦେଶିକ ମନ୍ତ୍ରାଳୟଙ୍କ ମୁଖପାତ୍ର ଖାରଜ କରିଦେଇଛନ୍ତି।

ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଉପରେ  ଇସ୍ଲାମିକ ସହଯୋଗ ସଙ୍ଗଠନ ଦ୍ୱାରା ଜାରି ବୟାନକୁ ଭାରତ ଖାରଜ କରୁଛି। ଅରିନ୍ଦମ ବାଗଚୀ ଏହାକୁ ଏକ ଭୁଲ ସୂଚନା ଓ ଏହାର ଉଦ୍ଦେଶ୍ୟ ମଧ୍ୟ ଭୁଲ ବୋଲି କହିଛନ୍ତି। ଏପରି ବୟାନବାଜୀ କେବଳ ଓଆଇସିଙ୍କ ବିଶ୍ୱସନୀୟତାକୁ ଦୁର୍ବଳ କରୁଥିବା ସେ କହିଛନ୍ତି। ଗତ ସୋମବାର ସୁପ୍ରିମକୋର୍ଟ ଜମ୍ମୁ-କାଶ୍ମୀର ରାଜ୍ୟରୁ ଅନୁଚ୍ଛେଦ ୩୭୦ ସମାପ୍ତ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହିଥିଲେ।

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ରାଜ୍ୟକୁ ସମ୍ବିଧାନରେ ଦିଆଯାଇଥିବା ଏହି ସ୍ୱାଚ୍ଛନ୍ଦ୍ୟକୁ ହଟାଇ ଦେଇଥିଲେ। ଏହି ପ୍ରାବଧାନ ଜମ୍ମୁ-କାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟଙ୍କଠାରୁ ପୃଥିକ ଓ  ବିଶେଷ ମାନ୍ୟତା ଦେଉଥିଲା। ଏଣୁ ଏହି ଧାରା ହଟାଇ ଦିଆଯିବା ପରେ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାହାକୁ ଶୀର୍ଷ କୋର୍ଟ ସୋମବାର ଖାରଜ କରି ଅନୁଚ୍ଛେଦ ୩୭୦ ହଟାଇବା ନିଷ୍ପତ୍ତିକୁ ବୈଦ୍ଧ ବୋଲି କହିଛନ୍ତି। ସେହିଭଳି କୋର୍ଟ ଜମ୍ମୁ-କାଶ୍ମୀରରୁ ପୃଥକ ଲଦ୍ଦାଖ କେନ୍ଦ୍ରଶାସିତ ପ୍ରଦେଶକୁ ମଧ୍ୟ ଉପଯୁକ୍ତ ନିଷ୍ପତ୍ତି ବୋଲି କହିଛନ୍ତି।

ଧାରା ୩୭୦ ନେଇ ସୁପ୍ରିମକୋର୍ଟଙ୍କ ରାୟ ବେଆଇନ,ଏଥିରେ ସମସ୍ୟା ସମାଧାନ ହେବନି ବରଂ ବଢ଼ିବ: ଇମ୍ରାନ ଖାନ୍‌

   Related Posts