‘ଆତଙ୍କବାଦକୁ ପ୍ରଶୟ ଦେଉଥିବା ପଡ଼ୋଶୀ ସହ କିଭଳି ସମ୍ପର୍କ’: ପାନାମାରେ ପାକିସ୍ତାନ ଉପରେ ବର୍ଷିଲେ ବିଦେଶ ମନ୍ତ୍ରୀ

Published By : Prameya-News7 Bureau | April 25, 2023 IST

ନୂଆଦିଲ୍ଲୀ, ୨୫/୦୪: ଆତଙ୍କବାଦକୁ ପ୍ରଶୟ ଦେବାକୁ ନେଇ ପୁଣି ଥରେ ପାକିସ୍ତାନକୁ ଭର୍ତ୍ସନା କରିଛି ଭାରତ। ଦକ୍ଷିଣ ଆମେରିକା ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପାନାମାରେ ନିଜ ସମକକ୍ଷଙ୍କ ସହ ଏକ ମିଳିତ ପ୍ରେସ୍‌ ବିବୃତ୍ତିରେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ବିଦେଶ ମନ୍ତ୍ରୀ କହିଛନ୍ତି ଆମ ପାଇଁ ଏକ ଏଭଳି ପଡ଼ୋଶୀ ସହ ସମ୍ପର୍କ ରଖିବା ଖୁବ୍ କଠିନ ଯିଏ ଆମ ବିରୋଧରେ ସୀମାରେ ଆତଙ୍କବାଦଙ୍କୁ ପ୍ରଶୟ ଦେଉଛି।

ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ପାନାମା ଗସ୍ତରେ ଅଛନ୍ତି ଏବଂ ଆଜି ମଙ୍ଗଳବାର ରାଜଧାନୀ ପାନାମା ସିଟିରେ ପାନାମାର ବିଦେଶ ମନ୍ତ୍ରୀ ଜନୈନା ତେବାନେଙ୍କ ସହ ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି। ଏହା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଥିଲେ। ମିଳିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ସେମାନଙ୍କୁ ସୀମା ପାର୍‌ ଆତଙ୍କବାଦକୁ ପ୍ରଶୟ ନଦେବା ପ୍ରତିବଦ୍ଧତାକୁ ପୂରଣ କରିବାକୁ ହେବ। ଆଶା ଅଛି ଖୁବଶୀଘ୍ର ଏହା ପୂରଣ ହେବ।

wp:embed {"url":"https://twitter.com/ANI/status/1650690054757425157?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1650690054757425157?s=20
/wp:embed

ଏହି ଅବସରରେ ବିଦେଶ ମନ୍ତ୍ରୀ, ଭାରତ ଏବଂ ପାନାମା ମଧ୍ୟରେ ପରସ୍ପର ସହଯୋଗ ବଢ଼ାଇବା ଉପରେ ଚର୍ଚ୍ଚା ହୋଇଥିବା ନେଇ କହିଛନ୍ତି । ଏହା ସହ ଭାରତର ଫାର୍ମା କମ୍ପାନୀଙ୍କୁ ପାନାମାରେ ସ୍ଥାପିତ କରିବା ଉପରେ ଚର୍ଚ୍ଚା କରାଯାଇଥିବା ନେଇ କହିଛନ୍ତି। ଜୟଶଙ୍କର କହିଛନ୍ତି ଯେ ଗତ ତିନି ବର୍ଷରେ ଭାରତର ଫାର୍ମା କମ୍ପାନୀ ଦ୍ରୁତ ଭାବରେ ବୃଦ୍ଧି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.