scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନ ଓ ପାକିସ୍ତାନ ପଟୁ ବିପଦ ଆଶଙ୍କା: କାଶ୍ମୀର ସୀମାରେ ଏମ୍‌ଆଇଜି-୨୯ ଲଢ଼ୁଆ ବିମାନ ମୁତୟନ କଲା ଭାରତ

12/08/2023 at 11:00 AM

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ପକ୍ଷରୁ ବିପଦ ଥିବାରୁ ସୀମାକୁ ଆହୁରି ମଜଭୁତ କଲା ଭାରତୀୟ ସେନା। ଏଥିପାଇଁ ଶ୍ରୀନଗର ଏୟାରବେସ୍‌ରେ ବାୟୁସେନାର ଏମ୍‌ଆଇଜି-୨୯ ଫାଇଟର ଜେଟର ଅପ୍‌ଗ୍ରେଡେଡ(ଉନ୍ନତମାନର) ସ୍କ୍ୱାର୍ଡନ ନିୟୋଜିତ କରାଯାଇଛି। ଜାମ୍ମୁ-କାଶ୍ମୀର ଭଳି ସାମରିକ ଅଞ୍ଚଳକୁ ସୁରକ୍ଷା ଦେବାକୁ ଡିଫେଣ୍ଡର ଅଫ୍ ନର୍ଥ ବା ଟ୍ରାଇଡେଣ୍ଟ ସ୍କ୍ୱାର୍ଡନ ପରିବର୍ତ୍ତେ ଶ୍ରୀନଗର ଏୟାରବେସ୍‌ରେ ଏମ୍‌ଆଇ-୨୯ ସ୍କ୍ୱାର୍ଡନ ନିୟୋଜିତ କରାଯାଇଛି।  

ବାୟୁସେନା ପାଇଲଟ୍ ସ୍କ୍ୱାର୍ଡନ ଲିଡର ବିପୁଲ ଶର୍ମା କହିଛନ୍ତି ଯେ ଶ୍ରୀନଗର କାଶ୍ମୀର ଉପତ୍ୟାକାର କେନ୍ଦ୍ରରେ ପଡ଼ୁଥିବାରୁ ବିମାନ ଉଡାଣ ଉଚ୍ଚତା ଠାରୁ ଏହାର ଉଚ୍ଚତା ଅଧିକ। ତେଣୁ ଏଠାରେ ଉଚ୍ଚ ମାନର ବିମାନ ମୁତୟନ କରିବା ରଣନୈତିକ ସ୍ତରରେ ଲାଭକାରୀ। ଶତ୍ରୁକୁ ଜବାବ ଦେବାର ଏମ୍‌ଆଇ ୨୯ ଏହିସବୁ କ୍ରାଇଟ୍‌ ଏରିଆ ପୂରା କରୁଛି ବୋଲି ସ୍କାର୍ଡନ ଲିଡର ବିପୁଲ ଶର୍ମା କହିଛନ୍ତି। ଏମ୍ଆଇଜି  ୨୧ ଅପେକ୍ଷା ଏମ୍ଆଇଜି ୨୯ରେ ଏକାଧିକ ସୁବିଧା ରହିଛି। କାଶ୍ମୀର ଉପତ୍ୟାକାରେ ଏହି ଫାଇଟର ଜେଟ୍ ଶତ୍ରୁ ପକ୍ଷରୁ ଦେଶକୁ ରକ୍ଷା କରିପାରିବ।

ପଢନ୍ତୁ-ମିସନ ‘ଗଗନୟାନ’ ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛନ୍ତି ଇସ୍ରୋ, ଡ୍ରଗ୍ ପାରାସ୍ୟୁଟର ହେଲା ସଫଳ ପରୀକ୍ଷଣ

୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ରେ ପାକିସ୍ତାନର ଏଫ୍-୧୬କୁ ମିଶାଇଲ୍ ମାଡ଼ କରି ଖସାଇବାରେ ଏହି ବିମାନ ଉଦାହରଣ ରହିଛି। ଏମ୍‌ଆଇଜି-୨୯ରେ ଲଙ୍ଗ ରେଞ୍ଜ୍ ମିସାଇଲ୍ ସହିତ ଆକାଶ ମାର୍ଗରୁ ଭୂ ପୃଷ୍ଠକୁ ଆକ୍ରମଣ କରିପାରୁ ଥିବା ସ୍ୱଳ୍ପ ଦୂରଗାମୀ ମିଶାଇଲ୍‌ ବି ରହିଛି। ସେହିପରି ରାତିରେ ମଧ୍ୟ ଏହି ଏୟାରକ୍ରାଫ୍ଟକୁ ପରିଚାଳନା କରିହେବ ବୋଲି ସ୍କ୍ୱାର୍ଡନ ଲିଡର ଶିବମ ରାଣା କହିଛନ୍ତି। ଏୟା ରିଫୁଏଲିଂ କ୍ଷମତା ଥିବାରୁ ରାତ୍ରୀରେ ନାଇଟ ଗଗଲ୍ସ ଭିଜନ ଗ୍ଲାସ୍ ବିନ୍ଧି ଦୂର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ବୋଲି ରାଣା କହିଛନ୍ତି

   Related Posts