ବୁଚା ଗଣହତ୍ୟାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ନିନ୍ଦା; କହିଲେ, ଭାରତ ଶାନ୍ତି ଚାହେଁ

Published By : Prameya-News7 Bureau | April 06, 2022 IST

ନୂଆଦିଲ୍ଲୀ: ଭାରତ କେବେ ଯୁଦ୍ଧର ପକ୍ଷ ଦେଇ ନାହିଁ କି ଦେବ ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧରେ ବିବଶତା ଦୃଷ୍ଟିରୁ ଭାରତ ଅନ୍ତର୍ଜାତୀୟ ସ୍ତରରେ ଚୁପ ରହିପାରେ ତେବେ ଅନ୍ୟାୟ ପାଇଁ କେବେ ନିରବ ରହିବ ନାହିଁ। ତା'ର ଉଦାହରଣ ବୁଚା ଗଣହତ୍ୟା କାଣ୍ଡ ଘଟଣାରେ ୟୁଏନ୍‌ଏସିରେ ଭାରତର ବିରୋଧରୁ ଜଣାପଡ଼ିଛି।

ଏବେ ସଂସଦରେ ଭାରତର ପକ୍ଷ ରଖି ବୈଦେଶିକ ବ୍ୟାପାର ମନ୍ତ୍ରୀ ବୁଚା ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି। ବିଧବାର ସଂସଦରେ ଏନେଇ ଆଲୋଚନା ଚାଲିଥିବା ବେଳେ ଘଟଣାକୁ ନିନ୍ଦା କରିଛନ୍ତି ଜୟଶଙ୍କର।

ସେ କହିଛନ୍ତି  " ବୁଚାରେ ହୋଇଥିବା ଗଣହତ୍ୟା ଘଟଣାକୁ ଆମ ଦୃଢ଼ ନିନ୍ଦା କରୁଛୁ। ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସମର୍ଥନ କରୁଛୁ।" ଏଥିସହିତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ମଧ୍ୟ ଭାରତ ପ୍ରୟାସ ଜାରି ରଖିଛି ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଋଷର ବୈଦେଶିଖ ମନ୍ତ୍ରୀ ଲାଭରୋଭ ମଧ୍ୟ ଭାରତର ମଧ୍ୟସ୍ଥତାକୁ ସମର୍ଥନ କରିଛନ୍ତି ବୋଲି ଜୟଶଙ୍କର ଗୃହରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.