ଭାରତ ନିକଟରେ ଆଗାମୀ ୧୫ ମାସରେ ୩ ଆଇସିସି ଟ୍ରଫି ଜିତିବାର ରହିଛି ସୁଯୋଗ, କ'ଣ ଇତିହାସ ରଚିବେ ରୋହିତ ଶର୍ମା !

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଭାରତୀୟ ଦଳ ଦିନିକିଆ ବିଶ୍ଵକପ୍‌ର ଫାଇନାଲ୍‌ରେ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ଆୟୋଜକ ଭାରତକୁ ୭ ଓ୍ଵିକେଟ୍‌ରେ ହରାଇ ଚାମ୍ପିଅନ ହୋଇଥିଲା। ଆଉ ଭାରତର ତୃତୀୟ ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଥିଲା। ଏହିପରି ୧୧ ବର୍ଷ ହେବ ଭାରତୀୟ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ରହିଛି। ଦଳ ଶେଷ ଥର ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରଠୁ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ନକଆଉଟ୍‌ ପର୍ଯ୍ୟାୟରେ ଲଗାତାର ହାରି ଚାଲିଛି। ମାତ୍ର ଏବେ ରୋହିତ ଶର୍ମାଙ୍କ ପାଖରେ ଆଇସିସି ଜିତିବାର ସୁଯୋଗ ରହିଛି। ଆଗାମୀ ୧୫ ମାସରେ ୩ଟି ଆଇସିସି ଟ୍ରଫି ଖେଳାଯିବ। ଏଥିରେ ଟି-୨୦ ବିଶ୍ଵକପ୍ ବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ସାମିଲ୍।

wp:heading {"level":4}

Also read- ଟି-୨୦ ବିଶ୍ଵକପ୍‌ ୨୦୨୪ ପାଇଁ କେବେ ହେବ ଟିମ୍ ଇଣ୍ଡିଆର ଘୋଷଣା ? ସାମ୍ନାକୁ ଆସିଲା ତାରିଖ

/wp:heading

ଆଇପିଏଲ୍ ୨୦୨୪ ପରେ ଟି-୨୦ ବିଶ୍ଵକପ୍ ଖେଳାଯିବ। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଜୁନ ୧ରୁ ଜୁନ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ୍ ଖେଳାଯିବ। ଭାରତୀୟ ଦଳ ପାଖରେ ଟି-୨୦ ବିଶ୍ଵକପ୍ ଜିତି ୧୧ ବର୍ଷର ଆଇସିସି ଟ୍ରଫି ମରୁଡି ସମାପ୍ତ କରିବାର ସୁଯୋଗ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ବଡ଼ ଦାବିଦାର ଭାବେ ମଇଦାନକୁ ଓହ୍ଲାଇବ। ଏହା ପରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ ହେବ। ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ।

ଚାମ୍ପିଅନ୍ସ ଟ୍ରଫିପରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୪-୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତା ବର୍ଷ ଜୁନରେ ଇଂଲଣ୍ଡର ଲର୍ଡ୍ସ ମଇଦାନରେ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହିପରି ଭାରତୀୟ ଦଳ ପାଖରେ ଆଗାମୀ ୧୫ ମାସ ଭିତରେ ୩ଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିବ। ମାତ୍ର ଏହା ଦେଖିବା ବାକି ରହିଲା ଯେ, ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଆଇସିସି ଟ୍ରଫି ଜିତିବାରେ ସଫଳ ହେଉଛି କି ନାହିଁ।

wp:heading

୨୦୧୩ ପରଠୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ

/wp:heading

୨୦୧୪- ଟି-୨୦ ବିଶ୍ଵକପର ଫାଇନାଲ୍‌ରେ ପରାସ୍ତ

୨୦୧୫- ଦିନିକିଆ ବିଶ୍ଵକପ୍ ସେମି ଫାଇନାଲ୍‌ର ପରାସ୍ତ

୨୦୧୬- ଟି-୨୦ ବିଶ୍ଵକପର ସେମିରେ ପରାଜିତ

୨୦୧୭- ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପରାସ୍ତ

୨୦୧୯ - ଦିନିକିଆ ବିଶ୍ଵକପ୍ ସେମି ଫାଇନାଲ୍‌ରେ ପରାସ୍ତ

୨୦୨୧- ବିଶ୍ଵ  ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ପରାସ୍ତ

୨୦୨୨- ଟି-୨୦ ବିଶ୍ଵକପର ଗ୍ରୁପ ପର୍ଯ୍ୟାୟରୁ ବିଦା

୨୦୨୩- ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ପରାଜିତ

୨୦୨୩- ଦିନିକିଆ ବିଶ୍ଵକପ୍‌ ଫାଇନାଲ୍‌ରେ ପରାସ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.