ଇସ୍ଲାମାବାଦ ୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫ ବିପଦଜନକ ରାଜନୈତିକ ଖେଳ ଖେଳୁଛନ୍ତି ଓ ଏଥିରେ ତାଙ୍କୁ ଭାରତ ସମର୍ଥନ କରୁଛି। ଏଭଳି ଅଭିଯୋଗ ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଅହମ୍ମଦ ଖାନ୍ ନିଆଜୀ। ସରିଫଙ୍କୁ ଅସ୍ତ୍ରକରି ପାକିସ୍ତାନୀ ସେନାକୁ ଦୁର୍ବଳ କରିବାକୁ ଭାରତ ଉଦ୍ୟମ କରୁଥିବା ଇମ୍ରାନ କହିଛନ୍ତି।
{"id":337555,"width":578,"height":394,"sizeSlug":"large"}ସମା ଟିଭିକୁ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି ଯେ ନୱାଜ ସରିଫ ଏବେ ଅଲତାଫ ହୁସେନଙ୍କ ଭଳି ବ୍ୟବହାର କରୁଛନ୍ତି। ଏଣୁ ପିଏମଏଲ-ଏନ ନେତାଙ୍କୁ ଭାରତର ଶତ ପ୍ରତିଶତ ସମର୍ଥନ ରହିଛି ବୋଲି ସେ ଦାବିର ସହ କହିଛନ୍ତି। ନଚେତ ପାକ୍ ସେନାକୁ ନ୍ୟୁନ କରିବା ଭଳି ଦୁଃସାହସ ଆଉ କାହାର ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଥିବା ସରକାରଙ୍କ ମଧ୍ୟରେ କେବଳ ତାଙ୍କ ସରକାର ସେନା ସହ ଉପଯୁକ୍ତ ତାଳମେଳ ସ୍ଥାପନା କରିପାରିଛି ବୋଲି ଇମ୍ରାନ ଦାବି କରିଛନ୍ତି। ଏଣୁ କିଛି ମୁର୍ଖ ଉଦାରବାଦୀ ସରିଫଙ୍କୁ ସମର୍ଥନ କରୁଥିବା ସେ କହିଛନ୍ତି।
wp:html/wp:html#WATCH #NawazSharif is playing a dangerous game against #Pakistan targeting army at behest of #India,says PM #ImranKhan ,also said I would have sacked the #ArmyChief if he had attacked #Kargil without my permission. If the #DGISI had demanded my resignation,I would have fired him pic.twitter.com/eAmV4SDxq4
— Ghulam Abbas Shah (@ghulamabbasshah) October 1, 2020
ବିରୋଧୀ ରାଜନୈତିକ ଦଳ ଦେଶର ରାଜନୀତିରେ ସେନା ଦଖଲକୁ ଏବେ ପ୍ରସଙ୍ଗ କରିଛନ୍ତି। ଏଣୁ ସମ୍ପର୍କରେ ଇମ୍ରାନ ସ୍ପଷ୍ଟିକରଣ ଦେଉଛନ୍ତି। ତେବେ ଟେଲିଭିଜନ ସାକ୍ଷାତକାରରେ ଇମ୍ରାନଙ୍କ ଓଭର ଆକ୍ଟିଂ ଏବେ ସ୍ପଷ୍ଟ ବାରିହୋଇପଡୁଥିବା ବେଳେ ଜେନେରାଲ କମର ବାଜୱା ତାଙ୍କୁ କ୍ଷମା ଦେବେ କି ନା ତାହା କହି ହେଉ ନାହିଁ। ତେବେ ସେନା ତାଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ତାଙ୍କ ସହ ଥିବାର ସେ ଦାବି କରିଛନ୍ତି। ବାଲାକୋଟ ଆକ୍ରମଣ ପରେ ଧରାପଡିଥିବା ଭାରତୀୟ ପାଇଲଟକୁ ମୁକ୍ତି କରିବା ନିଷ୍ପତ୍ତି ହେଉ ବା ଭାରତ ସର ସମ୍ପର୍କ ନିଷ୍ପତ୍ତି ସେନା ମୋ ସହ ଥିଲା ଓ ଅଛି ବୋଲି ଇମ୍ରାନ ଦାବି କରିଛନ୍ତି। ତେବେ କାର୍ଗିଲ ପ୍ରସଙ୍ଗରେ ସରିଫଙ୍କ ସହ ସେନା ଯେପରି ବ୍ୟବହାର କରିଥିଲା ତାହା ତାଙ୍କର ବ୍ୟକ୍ତିଗତ କାରଣ ବୋଲି କହିଛନ୍ତି ଇମ୍ରାନ।
{"id":337558,"sizeSlug":"large"}ସେ କହିଛନ୍ତି ଯେ ଦେଶରେ ସେ ଏକମାତ୍ର ନେତା ଯିଏ ଏକକାଳୀନ ୫ଟି ସଂସଦୀୟ କ୍ଷେତ୍ରରୁ ନିର୍ବାଚନରେ ବିଜୟୀ ହୋଇଥିଲେ। ଗଣତାନ୍ତ୍ରିକ ଉପାୟରେ ସେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରର ମୁଖ୍ୟ ବୋଲି ଇମ୍ରାନ ଦାବି କରିଛନ୍ତି। ଏଣୁ ତାଙ୍କୁ କ୍ଷମତାରୁ କେହି ଚାହିଁଲେ ବି ହଟାଇ ପାରିବେନାହିଁ ଏପରିକି ସେନା ବି ନୁହେଁ ବୋଲି ଇମ୍ରାନ କହିଛନ୍ତି। ପୂର୍ବ ଏକଛାତ୍ରବାଦୀ ସେମାନଙ୍କ ତ୍ରୁଟି ଯୋଗୁ ସେନାକୁ ଦୋଷ ଦେଉଛନ୍ତି। ତେବେ ଏକ ଗଣତାନ୍ତ୍ରିକ ଦେଶରେ ସେନା ତାର କର୍ତ୍ତବ୍ୟ ପାଳନ କରୁଥିବାରୁ କୌଣସି ପ୍ରକାର ଦୋଷ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ଇମ୍ରାନ ।