ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଦଳରୁ ବାଦ୍ ପଡ଼ିଲେ କେଏଲ ରାହୁଲ; ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟ୍‌ରେ ଫେବୃଆରୀ ୧୫ରୁ ଆରମ୍ଭ ହେବ। ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ ରାଜକୋଟ୍ ଟେଷ୍ଟ ଖେଳିବେ ନାହିଁ।  ପୂର୍ବରୁ ଅବଗତ କରାଯାଇଥିଲା ଯେ, କେଏଲଙ୍କ ଖେଳିବା ନ ଖେଳିବା ତାଙ୍କର ଫିଟନେସ୍ ଉପରେ ନିର୍ଭର କରେ। ଆଉ ସଦ୍ୟତମ ରିପୋର୍ଟ ଅନୁଯାୟୀ, କେଏଲ ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ତୃତୀୟ ଟେଷ୍ଟ ଖେଳିବେ ନାହିଁ।

wp:heading {"level":4}

Also read- ଫାଇନାଲରେ ଭାରିପଡୁଛି କଙ୍ଗାରୁ ଟିମ୍‌, ୩ ମାସରେ ଭାଙ୍ଗିଲାଣି ୨ ଥର ବିଶ୍ୱକପ୍‌ ଜିତିବା ସ୍ୱପ୍ନ…

/wp:heading

ଅନ୍ୟପଟେ ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର ଯେ, ରବୀନ୍ଦ୍ର ଝାଡ଼େଜା ଫିଟ୍ ହୋଇଛନ୍ତି। ତାଙ୍କର ତୃତୀୟ ଟେଷ୍ଟ ଖେଳିବା ପ୍ରାୟତଃ ସ୍ପଷ୍ଟ। ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୧-୧ରେ ବରାବର ରହିଛି। ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ୨୮ ରନରେ ଜିତିଥିବା ବେଳେ ଦ୍ଵିତୀୟ ଟେଷ୍ଟରେ ଭାରତ ୧୦୬ ରନରେ ବିଜୟ ଲାଭ କରିଥିଲା। ଏବେ ତୃତୀୟ ଟେଷ୍ଟ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ହୋଇ ପଡ଼ିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୃତୀୟ ଟେଷ୍ଟରେ କେଏଲ ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକର ବ୍ୟାଟର ଦେବଦତ୍ତ ପାଡିକଲଙ୍କ ଖେଳିବା ନିଶ୍ଚିତ ଲାଗୁଛି। ଘରୋଇ କ୍ରିକେଟରେ ପାଡିକଲ ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ରାଜକୋଟ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.