Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ସପ୍ତମ ସ୍ଵର୍ଣ୍ଣ, ଗୋଲ୍ଡ ଜିତିଲେ ବଜରଙ୍ଗ ପୁନିଆ, ଅଂଶୁ ମଲିକଙ୍କୁ ରୌପ୍ୟ

5/08/2022 at 10:31 PM

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ସପ୍ତମ ସ୍ଵର୍ଣ୍ଣ। ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଭାରତକୁ ଏହି ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସେ କାନାଡାର ଲଛଲନ ମ୍ୟାକଗିଲଙ୍କୁ ହରାଇ କ୍ରମାଗତ ଦ୍ଵିତୀୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ଇଂଲଣ୍ଡର ଜର୍ଜ ରାମକୁ ୧୦-୦ରେ ହରାଇ ସହଜ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟପଟେ ମହିଳା ୫୭ କେଜି ବର୍ଗରେ ଅଂଶୁ ମଲିକ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ ବଜରଙ୍ଗ ପୁରୁଷ କୁସ୍ତିର ୬୫ କେଜି ବର୍ଗରେ ମରିସସର ଜିନ ଗୁଲିୟାନେ ଜୋରିସ ବାଣ୍ଡୋଉଙ୍କୁ ମାତ୍ର ଏକ ମିନିଟ୍‌ରେ ୬-୦ରେ ମାତ୍ ଦେଇ  ସେମି ଫାଇନାଲରେ ପହଞ୍ଚିଥିଲେ। ତାଙ୍କୁ ସେମି ଫାଇନାଲରେ ପହଞ୍ଚିବା ପାଇଁ ଦୁଇ ମିନିଟ୍‌ରୁ କମ ସମୟ ଲାଗିଥିଲା। ସେ ଲିଗ୍ ପର୍ଯ୍ୟାୟରେ ନାଉରୁର ଲୋବେ ବିଙ୍ଘମଙ୍କୁ ତଳେ ପକାଇ ୪-୦ରେ ସହଜ ବିଜୟ ହାସଲ କରିଥିଲେ। ବଜରଙ୍ଗ ଗୋଟିଏ ମିନିଟ୍‌ରେ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କ ଚାଲ୍‌କୁ ବୁଝି ନେଇଥିଲେ। ଅଚାନକ ବିଙ୍ଘମକୁ ତଳେ ପକାଇ ମୁକାବିଲା ଶେଷ କରିଥିଲେ।

୨୧ ବର୍ଷୀୟ ଅଂଶୁ ମଲିକ ଜିତିଲେ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୨୧ ବର୍ଷୀୟ କୁସ୍ତି ଯୋଦ୍ଧା ଅଂଶୁ ମଲିକ ସ୍ଵର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଛନ୍ତି। ସେ ମହିଳା ୫୭ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଅଂଶଙ୍କୁ ଫାଇନାଲରେ ନାଇଜେରିଆର ଓଡୁନାଓ ଅଦେକୁଓରୋଏ ୬-୪ରେ ହରାଇଛନ୍ତି। ଅଂଶ ଫାଇନାଲ୍ ପୂର୍ବରୁ ପ୍ରତିଟି ମୁକାବିଲାରେ ନିଜର ଦବଦବା ଜାରି ରଖିଥିଲେ। ସେ କ୍ଵାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଡରେନ ସିମିଓନିଡିସ ଏବଂ ସେମି ଫାଇନାଲ୍‌ରେ ଶ୍ରୀଲଙ୍କାର ନେଥମୀ ପୋରୁଥୋଟାଗେଙ୍କୁ ପରାସ୍ତ କରିଥିଲେ।

   Related Posts