ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ

Published By : Prameya-News7 Bureau | September 06, 2022 IST

ଦୁବାଇ: ଏସିଆ କପ ୨୦୨୨ର ସୁପର୍‌ ୪ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ସଂଘର୍ଷ କରିଛି ୧୭୩ ରନ । ଶ୍ରୀଲଙ୍କାକୁ ଜିତିବାକୁ ହେଲେ ୧୭୪ ରନ କରିବାକୁ ହେବ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୨ ରନ କରି ଆଉଟ ହୋଇଛନ୍ତି । ଆଉଟ୍‌ ଅଫ୍‌ ଫର୍ମ ଥିବା ଲୋକେସ ରାହୁଲ ପୁଣି ଫେଲ୍‌ ମାରିଛନ୍ତି ।

ଓପନର୍‌ ରୋହିତ ଶର୍ମା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ସଟ୍‌ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ ଅପର ପକ୍ଷେ ରାହୁଲ ପୁଣି ଫେଲ ମାରି ମାତ୍ର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିଭଳି କୋହଲି ଖାତା ଖୋଲିବା ପୂର୍ବରୁ ହିଁ କ୍ଲିନ୍‌ ବୋଲ୍ଡ ହୋଇଛନ୍ତି । ରୋହିତ ବ୍ୟକ୍ତିଗତ ଭାବେ ୪୧ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହାୟତାରେ ୭୨ ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୂର୍ଯ୍ୟକୁମାର ଯାଦବ ୨୯ ବଲରୁ ୩୪ରନ ହାର୍ଦ୍ଧିକ ପାଣ୍ଡ୍ୟା ୧୭ରନ, ଦୀପକ ହୁଡ୍ଡା ମାତ୍ର ୩ ରନ କରି ଆଉଟ ହୋଇଛନ୍ତି । ଋଷଭ ପନ୍ତ ୧୭ ରନ, ଭୁବନେଶ୍ବର କୁମାର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ୧୫ରନ ଏବଂ ଅର୍ଶଦୀପ ସିଂହ ୧ ରନ କରି ଅପରାଜିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.