ଗାନ୍ଧୀ ଜୟନ୍ତୀ ଅବସରେ ନେପାଳକୁ ୪୧ ଆମ୍ବୁଲାନ୍ସ ଓ ୬ ସ୍କୁଲ ବସ୍ ଉପହାରରେ ଦେଲା ଭାରତ
2/10/2020 at 9:39 PM

କାଠମାଣ୍ଡୁ ୦୨।୧୦: ଭାରତ ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ ଉପହାରରେ ନେପାଳରେ ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂଗଠନକୁ ୪୧ ଆମ୍ବୁଲାନ୍ସ ଓ ୬ ସ୍କୁଲ ବସ୍ ପ୍ରଦାନ କରିଛି। ଭାରତର ସ୍ଵାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନିଭାଇଥିବା ମହାତ୍ମା ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ହୋଇଥିଲା। କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଜାରି ବୟାନ ଅନୁଯାୟୀ ଆମ୍ବୁଲାନ୍ସ ୩୦ ଜିଲ୍ଲାରେ କାମ କରୁଥିବା ସଂଗଠନକୁ ଉପଲବ୍ଧ କରାଯାଇଛି। ଭାରତ ୧୯୯୪ରୁ ନେପାଳକୁ ଏ ଯାଏଁ ପ୍ରାୟ ୮୨୩ ଆମ୍ବୁଲାନ୍ସ ଉପହାରରେ ଦେଇଛି। ଏଥିରେ ଗାନ୍ଧୀ ଜୟନ୍ତୀ ଅବସରରେ ଦିଆଯାଇଥିବା ଗାଡି ମଧ୍ୟ ସାମିଲ।
Government of India gifts 41 ambulances and 6 school buses to government and not-for profit organizations in 30 districts of Nepal. Details may be seen at: https://t.co/nbtWQGfysH pic.twitter.com/XgRT32OvKv
— IndiaInNepal (@IndiaInNepal) October 2, 2020
ଭାରତୀୟ ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଏଥର ଦୂତାବାସ ନେପାଳକୁ ୩ ଅଲଗା ଅଲଗା ଶ୍ରେଣୀର ଆମ୍ବୁଲାନ୍ସ ଉପହାରରେ ଦେଇଛି। ଏଥିରେ ଉନ୍ନତ ଜୀବନ ରକ୍ଷକ ପ୍ରଣାଳୀ, ମୂଳ ଜୀବନ ରକ୍ଷକ ଓ ସମନ୍ଵୟ ରକ୍ଷକ ଆମ୍ବୁଲାନ୍ସ ସାମିଲ। ତିନି ଶ୍ରେଣୀ ଆମ୍ବୁଲାନ୍ସର ନିର୍ମାଣ ନେପାଳ ସରକାରଙ୍କ କହିବା ଅନୁସାରେ କରାଯାଇଛି। ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନେପାଳର ବିଭିନ୍ନ ହସ୍ପିଟାଲ ଓ ସାମାଜିକ ସଂଗଠନକୁ ୩୦ ଆମ୍ବୁଲାନ୍ସ ସହିତ ୩୬ ଗାଡି ଉପହାରରେ ଦେଇଥିଲା।
ଉଲ୍ଲେଖନୀୟ ଗତ କିଛି ମାସ ହେବ ଭାରତ ଓ ନେପାଳ ମଧ୍ୟରେ ସଂପର୍କରେ ତିକ୍ତତା ଆସିଛି। ନେପାଳ ନିକଟରେ ଏକ ନକ୍ସା ଜାରି କରିଥିଲା। ସେଥିରେ ଭାରତର ଅଞ୍ଚଳକୁ ନିଜର ବୋଲି ଦର୍ଶାଇଥିଲା। ଅନେକ ପ୍ରସଙ୍ଗରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଭାରତ ବିରୋଧୀ ରହିଛି। ଓଲି ସଂପ୍ରତି ଚୀନ କଥାରେ ଉଠବସ୍ ହେଉଛନ୍ତି।