scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରେୟସଙ୍କ ଲଢୁଆ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆକୁ ୧୬୧ ରନ ଟାର୍ଗେଟ୍ ଦେଲା ଭାରତ

3/12/2023 at 8:41 PM

ବେଙ୍ଗାଲୁରୁ: ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଭାରତ ଲଢୁଆ ସ୍କୋର କରିଛି। ଶ୍ରେୟସ ଆୟରଙ୍କ ୫୩ ରନ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରିଛି। ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ଅଷ୍ଟ୍ରେଲିଆ ଦଳ ସମ୍ମୁଖରେ ରହିଛି ୧୬୧ ରନର ବିଜୟ ଲକ୍ଷ୍ୟ। ଶ୍ରେୟସଙ୍କ ବ୍ୟତୀତ ଅକ୍ଷର ପଟେଲ୍ ୩୧ ଓ ଜିତେଶ ଶର୍ମା ୨୧୪ ରନର ଦ୍ରୁତ ଇନିଂସ ଖେଳିବାରୁ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡ୍ଵାରସିସ ଦୁଇଟି  ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୩-୧ରେ ଅଗ୍ରଣୀ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଦଳ ୩୩ ରନ ସ୍କୋରରେ ଦୁଇ ଓପନରଙ୍କୁ ହରାଇଥିଲା। ଯଶସ୍ଵୀ ଜୟସଓ୍ଵାଲ ୨ଓ ରନ କରି କ୍ରିଜରେ ଜମି ଆସୁଥିବା ବେଳେ ଆଉଟ୍ ହୋଇଥିଲେ। ଋତୁରାଜ ଗାଏକଓ୍ଵାଡ(୧୦) ନିରାଶ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୫) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଫର୍ମରେ ଥିବା ରିଙ୍କୁ ସିଂ(୬) ଆଉଟ୍ ହେବା ଭାରତକୁ ଝଟକା ଲାଗିବା ସହ ରନ ଗତି ଧିମେଇ ଯାଇଥିଲା। ଅନ୍ୟପଟେ ଶ୍ରେୟସ ଆୟର ଦମଦର ବ୍ୟାଟିଂ କରିଥଲେ। ସେ ଓ  ଜିତେଶ ଶର୍ମା ପଞ୍ଚମ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡ଼ିଥିଲେ। ଜିତେଶ ୧୬ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୪ ରନ କରି ପାଭିଲିୟନ ଫେରିଥିଲେ।

ଏହା ପରେ ଶ୍ରେୟସ ଅକ୍ଷର ପଟେଲଙ୍କ ସହ ଦ୍ରୁତ ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡ଼ିବାରୁ ଭାରତ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଅକ୍ଷର ୩୧ ରନର ବେଶ ଉପଯୋଗୀ ବ୍ୟାଟିଂ କରିଥିଲେ। ଏହି କ୍ରମରେ ଶ୍ରେୟସ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୭ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୩ ରନ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି।

   Related Posts