oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନୂଆ ନୁହେଁ ଇଣ୍ଡିଆଗେଟ୍ ଓ ଛତ୍ରକୁ ନେଇ ବିବାଦ, ୬୦ଦଶକରେ ହଟାଯାଇଥିଲା ଅସଲ ଐତିହାସିକ ପ୍ରତିକୃତି

22/01/2022 at 10:44 PM

ନୂଆଦିଲ୍ଲୀ ୨୨।୧: ଭାରତୀୟ ରାଜନୀତିରେ ଏବେ ଦେଖା ଦେଇଥିବା ହଟଚମଟ କିଛି ନୂଆ କଥା ନୁହେଁ। ଏମିତିରେ ବି ସ୍ୱାଧୀନତା ପରଠାରୁ ଦେଶରେ ଐତିହାସିକ ଭବନ ଓ କୃତିକୁ ନେଇ ଟଣାଓଟରା ଲାଗି ରହିଛି। ଆଜିକାଲି ଦିଲ୍ଲୀର ଇଣ୍ଡିଆ ଗେଟ୍ ଚର୍ଚ୍ଚାରେ ରହିଛି। ସବୁ ମିଡିଆରେ ଏବେ ଏହି ସ୍ମାରକର ଆଲୋଚନା। କିଛି ସମୟ ଆଗରୁ ଇଣ୍ଡିଆ ଗେଟ୍‌ ନିକଟରୁ ଅମର ଜୱାନ ଜ୍ୟୋତିର ସ୍ଥାନାନ୍ତରଣକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ଏହି ସ୍ମାରକ ନିକଟରେ ଥିବା ଖାଲି ଛତ୍ରକୁ ନେଇ ବିବାଦ ଉପୁଜିଛି। ଏହି ଛତ୍ର ତଳେ ପ୍ରଥମେ ବ୍ରିଟେନ ଶାସକ ଜର୍ଜ-ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିଲା।

୬୦ଦଶକରେ ତତ୍କାଳୀନ ସରକାର ହଟାଇଦେଇଥିଲେ ବ୍ରିଟିଶ ସ୍ମାରକ
ଉଲ୍ଲେଖ ଯୋଗ୍ୟଯେ ଦିଲ୍ଲୀ ଇଣ୍ଡିଆ ଗେଟ୍ ଠିକ ପଛକୁ ଲାଗି ରହିଥିବା ଏହି ଛତ୍ରରେ ୬୦ ଦଶକ ପର୍ଯ୍ୟନ୍ତ କିଙ୍ଗ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଶୋଭା ବର୍ଦ୍ଧନ କରୁଥିଲା। ତେବେ ତତ୍କାଳୀନ ଭାରତ ସରକାର ଦେଶରେ ବ୍ରିଟିଶ ଇତିହାସକୁ ଏକ ସୀମା ମଧ୍ୟରେ ସୀମିତ କରିବା ଲାଗି ୧୯୬୮ ମସିହାରେ ଏଠାରୁ କିଙ୍ଗ ଜର୍ଜ୍ଜ ପଞ୍ଚମଙ୍କ ପ୍ରତିକୃତିକୁ ହଟାଇ ଦେଇଥିଲେ। କହିବାକୁ ଗଲେ ତତ୍କାଳୀନ ସରକାର ଦେଶକୁ ପୂର୍ଣ୍ଣ ରୂପେ ସ୍ୱାଧୀନ ଦେଖିବାକୁ ଚାହୁଁଥିଲେ। ଏଣୁ ସେଠାରୁ ମୂର୍ତ୍ତିକୁ ହଟାଇ କରୋନସେନ ପାର୍କରେ ସ୍ଥାପନା କରିଦେଇଥିଲେ।

କେବଳ ଏତିକି ନୁହେଁ ୬୦ ଦଶକରେ ଇଣ୍ଡିଆ ଗେଟ୍ ଓ ଏହାର ଆଖପାଖରେ ଥିବା ବ୍ରିଟିଶ କାଳୀନ ସମସ୍ତ କଳାକୃତି ସାଙ୍ଗକୁ ଗଭର୍ଣ୍ଣର ଲର୍ଡ ୱିଲିଂଡନ, ଲର୍ଡ ହର୍ଡିଂ, ଲର୍ଡ ଇରୱିନ ଆଦିଙ୍କ ପ୍ରତିମୂର୍ତ୍ତିଗୁଡିକୁ ମଧ୍ୟ ହଟାଇ କରୋନେସନ ପାର୍କକୁ ପଠାଇ ଦିଆଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଏଠାରେ ଏହି ଛତ୍ରଟି ଖାଲି ପଡିଥିଲା। ଯେଉଁଥିରେ ଏବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲଗାଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଘୋଷଣା କରିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଆପତ୍ତି କରିଥିଲେ ‘ଇଣ୍ଟେକ୍’
୬୦ ଦଶକରେ ଯେତେବେଳେ ତତ୍କାଳୀନ ସରକାର ଇଣ୍ଡିଆ ଗେଟ୍‌ରୁ ଜର୍ଜ ପଞ୍ଚମଙ୍କ ସହ ଅନ୍ୟ ବ୍ରିଟିଶ ଅଧିକାରୀମାନଙ୍କ ପ୍ରତିକୃତି ହଟାଉଥିଲେ ସେତେବେଳେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଅଫ ଆର୍ଟ ଏଣ୍ଡ କଲଚର( ଇଣ୍ଟେକ୍) ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଫାଇଲ କରି ବିରୋଧ କରିଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ପରଠାରୁ ଛତ୍ର ନିଜ ମାଲିକ ବିନା ସେଠାରେ ଖାଲି ଛିଡି ହୋଇଥିଲା। ତାକୁ ମଧ୍ୟ ତତ୍କାଳୀନ ସରକାର କରୋନେସନ ପାର୍କକୁ ପଠାଇ ଦେବାକୁ ଆଦେଶ ଜାରି କରିଥିଲେ। ନଚେତ ସେଠାରେ ଆଜି ସେ ଛତ୍ର ମଧ୍ୟ ନଥାନ୍ତା ଯେଉଁଠି ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷଙ୍କ ପ୍ରତିମା ସ୍ଥାପନାର ସ୍ୱପ୍ନ ଦେଖୁଛନ୍ତି।

ଏହା ହେଉଛି ଇଣ୍ଡିଆଗେଟ୍ ଓ କରୋନେସନ ପାର୍କର ଇତିହାସ
ଦିଲ୍ଲୀରେ ଇଣ୍ଡିଆଗେଟ୍ ସମେତ ଏହି ଛତ୍ର ଓ କରୋନେସନ ପାର୍କ ୧୯୩୧ ମସିହାରେ ସ୍ଥାପିତ ହୋଇଥିଲା। ଏହାର ଡିଜାଇନ ସାର ଏଡୱାର୍ଡ ଲୁଟିୟନ ଓ ହାର୍ଡୱର୍ଡ ବେକର ପ୍ରସ୍ତୁତ କରିଥିଲେ। ପ୍ୟାରିସର ପ୍ରଶିଦ୍ଧ ଆର୍କ ଡି ଟ୍ର୍ୟୁମ୍ଫ ଅନୁକରଣରେ ପ୍ରସ୍ତୁତ ଏହି ଡିଜାଇରେ ନିର୍ମିତ ସ୍ଥାପତ୍ୟରେ କିଙ୍ଗ ଜର୍ଜ୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ୧୯୩୯ ମସିହାରେ ଲୋକାର୍ପିତ ହୋଇଥିଲା। ତତ୍କାଳୀନ ଭାଇସରାୟ ଭିକ୍ଟର ହୋପ୍, ଦି ମାର୍କସ ଅଫ ଲିନଲିଥିଗୋ ଏହାର ଉଦଘାଟନ କରିଥିଲେ।

କରୋନସେନନ ପାର୍କ
ଉଲ୍ଲେଖଯୋଗ୍ୟଯେ ପଞ୍ଚମ ଜର୍ଜ ପ୍ରଥମ ବ୍ରିଟିଶ ଶାସକ ଯିଏ ଭାରତ ପରିଦର୍ଶନରେ ଆସିଥିଲେ। ତାଙ୍କର ରାଜ୍ୟାଭିଷେକ ଖୁସିରେ ୧୨ ଡିସେମ୍ବର ୧୯୧୧ରେ ସନ୍ଥନଗର-ବୁରାଡି ରାସ୍ତାରେ କରୋନେସନ ପାର୍କ ସ୍ଥାପନ କରାଯାଇଥିଲା। ପଞ୍ଚମ ଜର୍ଜଙ୍କ ଭାରତ ଆଗମନ ଖୁସିରେ କିଛି ସିଡି ଉପରେ ୫୦ ଫୁଟ ଉଚ୍ଚର ଏକ ମିନାର ନିର୍ମାଣ କରାଯାଇଥିଲା।   ଏବେ କରୋନେସନ ପାର୍କ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)ଙ୍କ ଅନ୍ତର୍ଗତ ରହିଛି। ଏଠାରେ ସବୁ ମୂର୍ତ୍ତି ସାଇତା ହୋଇ ରହିଛି।

   Related Posts