ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପୁରୁଷ ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍‌ରେ ଭାରତର ବିପୁଳ ବିଜୟ, ଜାପାନକୁ ୮-୦ରେ ଦେଲା ମାତ୍

26/01/2023 at 9:14 PM

ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମୁକାବିଲାରେ ଭାରତ ବିପୁଳ ବିଜୟ ହାସଲ କରିଛି। କ୍ରସ୍ ଓଭର ମୁକାବିଲାରେ ଝୁଣ୍ଟିଥିବା ଭାରତୀୟ ଦଳ ଆଜି ମ୍ୟାଚ୍‌ରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଛି। ବିଜୟ ସହ ଭାରତ ଏଫଆଇଏଚ୍ ପୁରୁଷ ହକି ବିଶ୍ଵ କପ୍‌ ଅଭିଯାନ ସମାପ୍ତ କରିଛି। ଏହି ଏକତରଫା ମୁକାବିଲାରେ ଭାରତ ପକ୍ଷରୁ ଅଭିଷେକ ଏବଂ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ଦେଇଥିବା ବେଳେ ମନ୍ଦୀପ ସିଂ, ପ୍ରସାଦ ବିବେକ ସାଗର, ମନପ୍ରୀତ ସିଂ ଏବଂ ସୁଖଜିତ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ମ୍ୟାଚ୍‌ର ପ୍ରଥମ ଦୁଇଟି କ୍ଵାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଅନେକ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଭାରତ ଗୋଲ୍ ଦେବାରେ ବିଫଳ ହୋଇଥିଲା। ଦ୍ଵିତୀୟ କ୍ଵାର୍ଟର ସୁଦ୍ଧା ମ୍ୟାଚ୍ ୦-୦ରେ ରହିଥିଲା। ତେବେ  ତୃତୀୟ କ୍ଵାର୍ଟରରେ ଭାରତ ଲୟକୁ ଫେରିଥିଲା ଏବଂ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଏହା ପରେ ଭାରତ ଜାପାନ ଉପରେ ଗୋଲ୍ ବର୍ଷା କରିଥିଲା। ତୃତୀୟ କ୍ଵାର୍ଟରରେ ଭାରତ ୫ଟି ଗୋଲ୍ ଦେଇଥିବା ବେଳେ ଶେଷ କ୍ଵାର୍ଟରରେ ଆଉ ୩ଟି ଗୋଲ୍ ଦେଇଥିଲା। ମ୍ୟାଚ୍‌ର ଦ୍ଵିତୀୟାର୍ଦ୍ଧରେ ଭାରତ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ଆଉ ମ୍ୟାଚ୍‌କୁ ଶେଷରେ ୮-୦ରେ ଜିତି ନେଇଛି ଦଳ।

ଏହି ଏକତରଫା ମୁକାବିଲାରେ ଭାରତ ପକ୍ଷରୁ ଅଭିଷେକ(୩୫ମ, ୪୩ମ ମିନିଟ୍‌) ଏବଂ ହରମନପ୍ରୀତ ସିଂ(୪୫ମ, ୫୮ମ ମିନିଟ୍‌) ଦୁଇଟି ଗୋଲ୍ ଦେଇଥିବା ବେଳେ ମନ୍ଦୀପ ସିଂ(୩୨ମ ମିନିଟ୍), ପ୍ରସାଦ ବିବେକ ସାଗର(୩୯ମ ମିନିଟ୍), ମନପ୍ରୀତ ସିଂ(୫୮ମ ମିନିଟ୍) ଏବଂ ସୁଖଜିତ ସିଂ(୫୯ମ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ବିପୁଳ ବିଜୟ ଦେଇଛନ୍ତି।

   Related Posts