ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନ ନୌସେନା ଯବାନଙ୍କ ବିରୋଧରେ ମାମଲା ରୁଜୁ କଲା ଭାରତ

9/10/2022 at 3:15 PM

ନୂଆଦିଲ୍ଲୀ: ପାକିସ୍ତାନ ସମୁଦ୍ର ସୁରକ୍ଷା ଏଜେନ୍ସି ବିରୋଧରେ ଥାନାରେ ଅଭିଯୋଗ କଲା ଭାରତ। ପାକିସ୍ତାନ ସୁରକ୍ଷା ଏଜେନ୍ସି(ପିଏମ୍‌ଏସ୍‌ଏ)ର ଯବାନମାନେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁଜୁରାଟ ପୋରବନ୍ଦରର ନାଭି ବୁନ୍ଦର ଥାନାରେ ପିଏମ୍‌ଏସ୍‌ଏ ବିରୋଧରେ ଅଭିଯୋଗ ହୋଇଛି।

ଅକ୍ଟୋବର ୬ ତାରିଖରେ ଏଭଳି ଘଟଣା ଘଟିଥିଲା। ଭାରତୀୟ ମତ୍ସ୍ୟଜୀବୀମାନେ ‘ହର୍ଷିଦ୍ଧି-୫’ ବୋଟ୍‌ରେ ବସି ମାଛ ମାରୁଥିବା ପାକିସ୍ତାନ ତଟରକ୍ଷୀ ବାହିନୀମାନେ ତାଙ୍କ ଡଙ୍ଗାକୁ ଆକ୍ରମଣ କରିଥିଲେ। ଗୁଳି ମାରିବା ସହିତ ବୋଟ୍ ବୁଡ଼ାଇବାକୁ ଚେଷ୍ଟା କରିଥିବା ଭାରତୀୟ ମାତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ କ୍ରମେ ପିଏମ୍‌ଏସ୍‌ଏରେ ବିରୋଧରେ ଆଇପିସି ଧାରା ୩୦୭(ହତ୍ୟା ଉଦ୍ୟମ), ୩୬୫(ଅପହରଣ), ୪୨୭(ଆଘାତ ପହଞ୍ଚାଇବାକୁ ଉଦ୍ୟମ), ୩୨୪(ଅସ୍ତ୍ରରେ ଆକ୍ରମଣ), ୩୨୩(ଆଘାତ ପହଞ୍ଚାଇବା) ଆଦି ଲଗାଯାଇଛି। ପିଏମ୍‌ଏସ୍‌ଏ ବରକାତ ଜାହାଜରେ ବସିଥିବା ୨୦-୨୫ ପାକିସ୍ତାନ ତଟରକ୍ଷୀ ଯବାନଙ୍କ ବିରୋଧରେ ମାମଲା ହୋଇଛି।

ପାକିସ୍ତାନୀ ଜଳସେନାର ଯବାନମାନେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ। ହେଲେ ଜଣେ ସାଥି ମତ୍ସ୍ୟଜୀବୀ ଭାରତୀୟ କୋଷ୍ଟଗାର୍ଡକୁ ଫୋନ୍ କରିବାରୁ ସେମାନେ ଆସି ପହଞ୍ଚିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।   ଅକ୍ଟୋବର ୬ ସନ୍ଧ୍ୟା ୫ଟା ସମୟରେ ଭାରତୀୟ ଡଙ୍ଗାରେ ବସି ୬ ମତ୍ସ୍ୟଜୀବୀ ମାଛ ମାରିବାକୁ ଗୁଜୁରାଟର ଜଖାଉ ପୋର୍ଟରୁ ୪୫ ନୌଟିକାଲ ମାଇଲ ଯାଇଥିଲେ।

ଏହି ସମୟରେ ପାକିସ୍ତାନ ଜାହାଜ ‘ବରକାତ’ ଆସି ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ମତ୍ସ୍ୟଜୀବୀମାନେ ତାଙ୍କୁ ଏପରି କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ଏହାପରେ ପାକିସ୍ତାନ ନୌସେନା ଯବାନମାନେ ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ବୁଡ଼ାଇ ଦେବାକୁ ଚେଷ୍ଟା କରିଥିଲେ। ପାଖାପାଖି ୨୫ ପାକିସ୍ତାନ ବରକାତ ଡାହାଜରେ ବସିଥିବା ମାଛଧରାଳିମାନେ ଅଭିଯୋଗ କରିଛନ୍ତି।

ପାକିସ୍ତାନୀ ଯବାନମାନେ ମତ୍ସ୍ୟଜୀବୀଙ୍କୁ ଧରି ନେଇଥିଲେ ହେଲେ ଖବର ପାଇଁ ଭାରତୀୟ ଯବାନ ପହଞ୍ଚିବା ପରେ ଭାରତୀୟ ଯବାନଙ୍କୁ ସଂଗେ ସଂଗେ ଏକ କାହାଣୀ ଶୁଣାଣିଥିଲେ। ସେମାନେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ ନୁହେଁ ବରଂ ଦୟା ଦେଖାଇ ଉଦ୍ଧାର କରିଛନ୍ତି ବୋଲି କହିଥିଲେ। ଭାରତୀୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ଯବାମାନେ ତାଙ୍କୁ ବାଧ୍ୟ କରିଥିଲେ ମିଛ କାହାଣୀ କହିବାକୁ। ଡଙ୍ଗା ବୁଡ଼ିଯାଇଥିଲା। ପାକିସ୍ତାନୀ ଆସି ଆମକୁ ଚିକିତ୍ସା କରିବା ସହିତ ଖାଇବାକୁ ଦେଲେ ବୋଲି କହିବାକୁ ପାକିସ୍ତାନୀ ବାଧ୍ୟ କରିଥିଲେ ବୋଲି ମାଛ ଧରାଳିମାନେ ଅଭିଯୋଗ କରିଛନ୍ତି।

ଦୁନିଆକୁ ନିଜର ନୀଚ ତେହେରା ଲୁଚାଇବାକୁ ପାକିସ୍ତାନ ଭାରତୀୟ ମାଛଧରାଳିମାନଙ୍କର ଭିଡିଓ ବି ବନାଇଛି। ଭିଡିଓରେ ଭାରତୀୟ ମତ୍ସ୍ୟଜୀବୀମାନେ ପାକିସ୍ତାନର ପ୍ରଶଂସା କରୁଥିବା ଦେଖାଯାଉଛି। କେବଳ ସେତିକି ନୁହେଁ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ସେମାନେ କେମିତି ସାହାଯ୍ୟ କଲେ ଏନେଇ ପାକିସ୍ତାନୀ ମିଡିଆ ପାଇଁ ଏକ ପ୍ରେସ ବିଜ୍ଞପ୍ତୀ ବି ଜାରି କରିଛନ୍ତି।

ତେବେ ମତ୍ସ୍ୟଜୀବୀମାନେ ପାକିସ୍ତାନ କବଳରୁ ଖସିବା ପରେ ଭାରତୀୟ ସେମାନ ପାଖରେ ସବୁ ସତ କଥା ବଖାଣିଥିଲେ ସେମାନେ। କେମିତି ପାକିସ୍ତାନୀ ସେନା ତାଙ୍କ ଉପରେ ଗୁଳି ଚଳାଇଲା? କିପରି ତାଙ୍କ ଡଙ୍ଗା ବୁଡ଼ାଇବାକୁ ଚେଷ୍ଟା କରିଥିଲା ଏସବୁ କଥା କହିଥିଲେ। ଏନେଇ ପାକିସ୍ତାନ ଯବାନଙ୍କ ବିରୋଧରେ ମାମଲା ହୋଇଛି। ଖୁବ୍‌ଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି।

   Related Posts