oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗତ ୪୫ ବର୍ଷରେ ବର୍ତ୍ତମାନ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ସର୍ବାଧିକ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ ଗାନ୍ଧୀ

16/09/2022 at 9:39 PM

ନୂଆଦିଲ୍ଲୀ: ଗତ ୪୫ ବର୍ଷରେ ବର୍ତ୍ତମାନ ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ତେଣୁ ଦେଶର ଯୁବବର୍ଗର ଭବିଷ୍ୟତକୁ ମଜଭୁତ କରିବା ଓ ସେମାନଙ୍କର ଚିନ୍ତାଧାରାକୁ ସକ୍ରିୟ କରିବା କଂଗ୍ରେସର ଦାୟିତ୍ୱ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଭାରତ ଯୋଡ଼ ଯାତ୍ରାରେ ଆଜି କୋଲାମ ଜିଲ୍ଲା ନୀନ୍ଦାକରରେ ପହଞ୍ଚିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାହୁଲ ଗାନ୍ଧୀ।

ଏକ ଫେସ୍‌ବୁକ ପୋଷ୍ଟରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ସେ ଏହି ଯାତ୍ରା ସମୟରେ ଦେଶର ଅନେକ ଯୁବବର୍ଗ ସହ ମିଶିଛି ଓ ସରକାରଙ୍କ ପାଖରୁ ସେମାନଙ୍କର ଦାବି ବିଷୟରେ ଜାଣିବାକୁ ପାଇଛି। ଯଦି ଦେଶ ଯୁବବର୍ଗର ଶକ୍ତିକୁ ବ୍ୟବହାର କରିପାରିବ ତେବେ ଦ୍ରୁତ ଗତିରେ ଦେଶର ଅବିବୃଦ୍ଧି ହେବ।

ରାହୁଲ ଲେଖିଛନ୍ତି ଯେ ଗତ ୪୫ ବର୍ଷରେ ବର୍ତ୍ତମାନ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଶିକ୍ଷିତ ଯୁବବର୍ଗ ନିଯୁକ୍ତି ପାଇଁ ଏଣେତେଣେ ବୁଲୁଛନ୍ତି ଓ ନିରାଶ ହେଉଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଲା ଯୁବବର୍ଗର ଭବିଷ୍ୟତ ମଜଭୁତ କରିବା ଓ ସେମାନଙ୍କ ମନରେ ସକ୍ରିୟତା ଆଣିବା। ଆଉ ଏହା ହିଁ ବର୍ତ୍ତମାନ ସମୟର ଡିମାଣ୍ଡ ବୋଲି ରାହୁଲ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି। ତା ଛଡ଼ା ତାଙ୍କର ଭାରତ ଯୋଡ଼ ଯାତ୍ରାର ଉଦ୍ଦେଶ୍ୟ ପିଲା,ବୁଢ଼ା, ଯୁବବର୍ଗ, ମହିଳା ଓ ଗରିବ, ଆଦିବାସୀ ଓ କୃଷକଙ୍କ ସହ ମିଶିବା ତାଙ୍କ ସମସ୍ୟା ଜାଣି ସମାଧାନ କରିବା ବୋଲି ରାହୁଲ କହିଛନ୍ତି।   

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁରୁ ଆରମ୍ଭ ହୋଇଥିଲା। ଯାହା ୩୫୭୦ କିମି ଯିବା ପରେ ଜାମ୍ମୁ-କାଶ୍ମୀରରେ ସରିବ। ଏହି ଅଭିଯାନରେ କଂଗ୍ରେସ ସେପ୍ଟେମ୍ବର ୧୦ ତାରିଖରେ କେରଳରେ ପ୍ରବେଶ କରିଥିଲା। ରାଜ୍ୟରେ ୪୫୦ କିମି ଯିବା କଂଗ୍ରେସ। ୧୯ ଦିନର ରାଜ୍ୟର ୭ ଜିଲ୍ଲାକୁ ଯିବା ସହ ଅକ୍ଟୋବର ୧ ତାରିଖରେ କର୍ଣ୍ଣାଟକରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି।

   Related Posts