LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଘରୋଇ ମଇଦାନରେ ବି ଅଷ୍ଟ୍ରେଲିଆକୁ ସାମ୍ନା କରିପାରୁନି ଭାରତ; ୨୦୧୮ ଠାରୁ ଦିନିକିଆ ସିରିଜ୍ ହାରୁଛି

23/03/2023 at 6:02 PM

ନୂଆଦିଲ୍ଲୀ: ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଶେଷ ମ୍ୟାଚ୍‌ରେ ହାରିଯାଇଛି ଭାରତ। ଶେଷ ମ୍ୟାଚ୍ ହାରିବା ସୟ ସିରିଜ୍‌ ବି ହରାଇଛି। ଆଉ ଏପଟେ ଲଗାତର ବିଜୟ ପରେ ଆଇସିସି ରାଙ୍କିଂରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦିନିକିଆରେ ନମ୍ବର ୱାନ୍ ଟିମ୍ ହୋଇଛି।

ଅଷ୍ଟ୍ରେଲିଆ ୨-୧ରେ ସିରିଜ୍‌ ଜିତିବା ପରେ ଆଇସିସି ଦିନିକିଆ କ୍ରିକେଟ୍‌ରେ ନମ୍ବର ୱାନ୍ ଟିମ୍ ହୋଇଛି। କେବଳ ଏହି ଗୋଟିଏ ସିରିଜି ନୁହେଁ ଦିନିକିଆରେ ଅଷ୍ଟ୍ରେଲିଆ ବିରୋଧରେ ଭାରତରେ ପ୍ରଦର୍ଶନ ସେତେ ଭଲ ରହି ନାହିଁ।  

୨୦୧୯ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା। ଏଥିରେ ଦଳ ୨-୩ରେ ସିରିଜ ପରାସ୍ତ ହୋଇଥିଲା। ଏହି ସିରିଜ୍‌ର ୪ ବର୍ଷ ପରେ ଏହା ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆ ସିରିଜ ପରାଜୟ।

ଯଦି ହିସାବକୁ ଦେଖିବା ୨୦୧୯ ଦିନିକିଆ ସିରିଜ ପରାଜୟ ପରେ ଭାରତ ଅନ୍ୟ ଦଳମାନଙ୍କ ବିପକ୍ଷରେ ଖେଳି ୭ଟି ଦିନିକିଆ ସିରିଜ୍ ଜିତିସାରିଛି। ହେଲେ ଅଷ୍ଟ୍ରେଲିଆ ବିରୋଧରେ ଗୋଟିଏ ବି ଜିତିପାରି ନାହିଁ।

ଟ୍ରାକ୍ ରେକର୍ଡ ଅନୁସାରେ ୨୦୧୮ ପର ଠାରୁ ଭାରତ ଘରୋଇ ମଇଦାନରେ ୧୦ଟି ଦ୍ୱିପାଖିକ ଦିନିକିଆ ସିରିଜ୍ ଖେଳିଛି। ସେଥିରୁ ଭାରତ ଅନ୍ୟ ଦଳମାନଙ୍କ ବିରୋଧରେ ମ୍ୟାଚ୍ ଜିତିଥିବା ବେଳେ କେବଳ ଅଷ୍ଟ୍ରେଲିଆ ବିରୋଧରେ ପରାଜୟବରଣ କରିଛି। ଅଷ୍ଟ୍ରେଲିଆ ବିରୋଧରେ ଦୁଇ ଥର ସିରିଜ୍ ହାରିଛି ଭାରତ।

ଅନ୍ୟପଟେ ଗତକାଲି ସିରିଜ୍‌ର ଶେଷ ମ୍ୟାଚ୍ ଖେଳାଯାଉଥିବା ଏମ୍‌ ଚିଦାମ୍ବର ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆର ଭାରତ ବିପକ୍ଷରେ ଭଲ ରେକର୍ଡ ରହିଛି। ଏହି କ୍ରିକେଟ୍ ଗ୍ରାଉଣ୍ଡର ଦଳ ବର୍ତ୍ତମାନ ସୁଧା ପାଖାପାଖି ୬ଟି ସିରିଜ୍ ଖେଳିଥିବା ବେଳେ ମାତ୍ର ଗୋଟିଏରେ ପରାଜୟ ହୋଇଥିଲା। ୨୦୧୭ରେ ଭାରତ ଠାରୁ ହାରିଥିଲା ଅଷ୍ଟ୍ରେଲିଆ।

   Related Posts