ଲେବାନନର ସହଯୋଗ ପାଇଁ ହାତ ବଢ଼ାଇଲା ଭାରତ, ପଠାଯାଉଛି ୩୩ ଟନ୍‌ ମେଡିକାଲ ସାମଗ୍ରୀ

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଲେବାନନକୁ ସାହାଯ୍ୟ ପାଇଁ ହାତ ବଢ଼ାଇଛି ଭାରତ। ଯୁଦ୍ଧରେ ପ୍ରଭାବିତ ଲେବାନନ ନାଗରିକଙ୍କ ଚିକିତ୍ସା ପାଇଁ ୩୩ ଟନ୍‌ ମେଡିକାଲ ସାମଗ୍ରୀ ପଠାଇଛି ଭାରତ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଲେବାନନକୁ ମାନବୀୟ ସହାୟତା ପଠାଯାଉଛି। ସମୁଦାୟ ୩୩ ଟନ୍‌ ଚିକିତ୍ସା ସାମଗ୍ରୀ ପଠାଯାଉଛି। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୧୧ ଟନ୍‌ ଚିକିତ୍ସା ସାମଗ୍ରୀ ପଠାଯାଇଛି। ଏଥିରେ ହାର୍ଟ ସହ ଜଡ଼ିତ ଔଷଧ, NSAIDs, ଆଣ୍ଟି ଇନଫ୍ଲେମେଟୋରୀ ଏଜେଣ୍ଟ, ଆଣ୍ଟିବାୟୋଟିକ୍ସ ଏବ ଆନାସ୍ଥେଟିକ୍ସ ସହ ଅନେକ ଔଷଧ ପଠାଯାଇଛି। ମନ୍ତ୍ରଣାଳୟ ଆହୁରି କହିଛି ଖୁବ୍‌ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟରେ ମାନବୀୟ ସହାୟତା ମଧ୍ୟ ପଠାଯିବ। ଆଉ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ଆସନ୍ତା ସପ୍ତାହରେ ପଠଯିବା ନେଇ ଆଶା ରହିଛି।




ହିଜବୁଲ୍ଲା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ନାଗରିକ ଆହତ ହୋଇଛି। ଲଗାତାର ଆକ୍ରମଣ କାରଣରୁ ଲେବାନନର ଚିକିତ୍ସା ସେବା ସଂପୂର୍ଣ୍ଣ ଭାବରେ ଠପ୍‌ ହୋଇଛି। ଆକ୍ରମଣରେ ଦକ୍ଷିଣ ବେହରୁଟର କିଛି ଅଂଶ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏମିତିରେ ଲେବାନନ ପାଇଁ ଚିକିତ୍ସା ସାମଗ୍ରୀର ଅଭାବ ହୋଇଛି ଆଉ ଭାରତରେ ଏହି ସାହାଯ୍ୟରେ ଖୁବ୍‌ ଆଶ୍ବସ୍ତି ମିଳିବ।

ଏହା ପୂର୍ବରୁ ଲେବାନନ ଭାରତକୁ ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତିକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବାକୁ ଆହ୍ବାନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.