ରପ୍ତାନୀ ଅଭିବୃଦ୍ଧି ହାରରେ ୨୦.୫୫ ପ୍ରତିଶତ ବୃଦ୍ଧି ସହ ୩୮ ବିଲିୟନ ଡଲାର ପାର

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ ୧୫।୬: ରପ୍ତାନୀର ଭାରତର ଅଭିବୃଦ୍ଧି ଦେଖାଯାଇଛି। ଗତ ମେ ମାସରେ ଦେଶର ରପ୍ତାନୀ ଅଭିବୃଦ୍ଧି ୨୦.୫୫ ପ୍ରତିଶତକୁ ପହଞ୍ଚିଛି। ଫଳରେ ମୋଟ ରପ୍ତାନୀ ଆୟ ୩୮.୯୪ ବିଲିୟନ ଡଲାରକୁ ଛୁଇଁଛି।  ବୁଧବାର ଜାରି ସରକାରୀ ତଥ୍ୟ ଅନୁସାରେ ମେ ୨୦୨୨ରେ ଆମଦାନୀ ହାର ୬୨.୮୩ ପ୍ରତିଶତ ବଢ଼ି ୬୩.୨୨ ବିଲିୟନ ଡଲରାକୁ ପହଞ୍ଚିଛି। ଫଳରେ ଏହି ସମୟରେ ବ୍ୟବସାୟୀକ କ୍ଷତିର ପରିମାଣ ୨୪.୨୯ ବିଲିୟନ ଡଲରାକୁ  ପହଞ୍ଚିଛି।

ତଥ୍ୟ ଅନୁସାରେ ଜାରି ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସ ଏପ୍ରିଲ-ମେରେ ରପ୍ତାନୀ ୨୫ ପ୍ରତିଶତ ବୃଦ୍ଧି ହୋଇ ୭୮.୭୨ ବିଲିୟନ ଡଲାରକୁ ପହଞ୍ଚିଥିଲା। ଅପରପଟେ ଏହି ଅବଧିରେ ଆମଦାନୀ ୪୫.୪୨ ପ୍ରତିଶତ ବଢ଼ି ୧୨୩.୪୧ ବିଲିୟନ ଡଲାର ହୋଇଥିଲା। ଜାରି ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସର ବ୍ୟବସାୟୀକ କ୍ଷତି ପାଖାପାଖି ୪୪.୬୯ ବିଲିୟନ ଡଲାର ଥିଲା। ପ୍ରାୟ ବର୍ଷକ ପୂର୍ବର ଏହି ଅବଧିରେ ବ୍ୟବସାୟୀକ କ୍ଷତି ପରିମାଣ ୨୧.୮୨ ବିଲିୟନ ଡଲାର ଥିଲା।

{"id":642501,"width":842,"height":518,"sizeSlug":"full","linkDestination":"none"}

ଏଥିରେ ପେଟ୍ରୋଲିୟମ ଓ ଅଶୋଧିତ ତୈଳ ଆମଦାନୀ ମେ ମାସରେ ୧୦୨.୭୨ ପ୍ରତିଶତ ବଢ଼ି ୧୯.୨ ବିଲିୟନ ଡଲାରକୁ ପହଞ୍ଚିଥିଲା। କୋଇଲା, କୋକ ଓ ବ୍ରିକେଟ୍ ଆମଦାନୀ ୫.୫ ବିଲିୟନ ଡଲରାକୁ ପହଞ୍ଚିଥିଲା , ଯାହା ୨୦୨୧ର ଏହି ଅବଧିରେ ମାତ୍ର ୨ ବିଲିୟନ ଡଲାର ଥିଲା। ତେବେ ଦେଶର ଇଞ୍ଜିନିୟରିଂ ସାମଗ୍ରୀର ରପ୍ତାନୀ ବଢ଼ିଥିବା ଜଣାପଡିଛି। ଏହି ସାମଗ୍ରୀ ଏପ୍ରିଲ-ମେରେ ୧୨.୬୫ ପ୍ରତିଶତ ବଢି ୯.୭ ବିଲିୟନ ଡଲରାକୁ ଛୁଇଁଛି। ସେହିପରି ଏହି ସମୟରେ ପେଟ୍ରୋଲିୟମ ଉତ୍ପାଦର ରପ୍ତାନୀ ୬୦.୮୭ ପ୍ରତିଶତ ବଢି ୮.୫୪ ବିଲିୟନ ଡଲାରକୁ ପହଞ୍ଚିଛି।

ସେହିପରି ରତ୍ନ ଓ ଆଭୂଷଣ ରପ୍ତାନୀ ମେ ମାସରେ ୩.୨୨ ବିଲିୟନ ଡଲାରକୁ ଛୁଇଁଛି।   ରସାୟନ ରପ୍ତାନୀ ୧୭.୩୫ ପ୍ରତିଶତ ବଢ଼ି ୨.୫ ବିଲିୟନ ଡଲରାକୁ ପହଞ୍ଚିଛି।   ଔଷଧ ଏବଂ ସିଲେଇ ହୋଇଥିବା ପୋଷାକ ରପ୍ତାନୀ ଯଥାକ୍ରମେ ୧୦.୨୮  ଓ ୨୭.୮୫ ପ୍ରତିଶତ ବଢିଛି। ଫଳରେ ଔଷଧ ରପ୍ତାନୀ ୨ ବିଲିୟନ ଡଲାରର କୁ ପହଞ୍ଚିଥିବା ବେଳେ ପୋଷାକ ରପ୍ତାନୀ ୧.୪୧ ବିଲିୟନ ଡଲାରକୁ ପହଞ୍ଚିଛି। ତେବେ  ଲୁହାପଥର, କାଜୁ, ହସ୍ତଶିଳ୍ପ, ପ୍ଲାଷ୍ଟିକ, ମ୍ୟାଟ ଓ ମସଲା ସାମଗ୍ରୀର ରପ୍ତାନୀ ହ୍ରାସ ହୋଇଛି।

ବାଣିଜ୍ୟ ମନ୍ତ୍ରାଳୟଙ୍କ ଅନୁସାରେ ଏହି ସମୟରେ ସେବା ଆମଦାନୀ ୧୪.୪୩ ବିଲିୟନ ଡଲାରକୁ ପହଞ୍ଚିଛି। ଯାହା ଗତବର୍ଷର ଏହି ସମୟରେ ୯.୯୫ ବିଲିୟନ ଡଲାର ଥିଲା। ତେବେ ଜାରି ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସେବା ଆମଦାନୀ ୨୮.୪୮ ବିଲିୟନ ଡଲାର ହୋଇପାରେ ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.