Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର କଡ଼ା ଜବାବ; କାନାଡ଼ା ରାଷ୍ଟ୍ରଦୂତଙ୍କୁ ୫ ଦିନ ଭିତରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ, ସମ୍ପର୍କ ବିଗିଡ଼ିବା ପରେ ଚିନ୍ତାରେ ଆମେରିକା

19/09/2023 at 6:24 PM

India expels top Canadian diplomat

ନୂଆଦିଲ୍ଲୀ: ଯେଶାକୁ ତେଶା ନୀତିରେ କାନାଡ଼ାକୁ ଜବାବ ଦେଉଛି ଭାରତ। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟାକାଣ୍ଡର ଭାରତର ହାତ ରହିଛି ବୋଲି ଅଭିଯୋଗ କରିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏହାପରେ ଭାରତୀୟ କୁଟନୀତିଜ୍ଞଙ୍କୁ ନିଲମ୍ବିତ କରିଥିଲା କାନାଡ଼ା। ଜବାବରେ ଭାରତ ମଧ୍ୟ ମଙ୍ଗଳବାର କାନାଡ଼ା ରାଷ୍ଟ୍ରଦୂତ ଓଲିଭିଅର ସିଲ୍‌ଭେଷ୍ଟରଙ୍କୁ ନିଲମ୍ବିତ କରିଛି। ଏବଂ ତାଙ୍କୁ ୫ ଦିନ ମଧ୍ୟରେ ଭରାତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି “କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତୀୟ ଆଭ୍ୟନ୍ତରୀଣ ମାମଲାର ହସ୍ତକ୍ଷେପ ଓ ଭାରତ ବିରୋଧୀ କାର୍ଯ୍ୟକଳାପର ପ୍ରତିଫଳନ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି।” ଆସନ୍ତା ୫ ଦିନ ଭିତରେ ତାଙ୍କୁ ବାରତ ଛାଡ଼ି ଚାଲିଯିବାକୁ କୁହାଯାଇଛି।

କାନାଡ଼ା ପ୍ରଧାନମନ୍ତ୍ରୀ ମଙ୍ଗଳବାର କାନାଡ଼ା ସଂସଦରେ କହିଥିଲେ ଯେ କାନାଡ଼ା ନାଗରିକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତ ସରକାର ଏଜେଣ୍ଡ ଲଗାଇ ହତ୍ୟା କରିଥିବା ଆଶଙ୍କା ନେଇ ସୁରକ୍ଷା କର୍ମୀ ସତର୍କମୂଳକ ଭାବେ ଯାଞ୍ଚ କରୁଛନ୍ତି। ଟ୍ରୁଡୋଙ୍କର ଏଭଳି ମନ୍ତବ୍ୟର ତୁରନ୍ତ ପରେ କାନାଡ଼ା ସେଠାରେ ନିଯୁକ୍ତ ହୋଇଥିବା ଭାରତୀୟ ରାଷ୍ଟ୍ରଦୂତ ପବନ କୁମାର ରାୟଙ୍କୁ ନିଲମ୍ବିତ କରିଥିଲା।

ପଢ଼ନ୍ତୁ-ଅନନ୍ତନାଗରେ ୭ ଦିନର ସର୍ଚ୍ଚ ଅପରେସନ ଶେଷ: ଖୋଜି ଖୋଜି ଲସ୍କର କମାଣ୍ଡରକୁ ଗୁଳି କରି ସଫା କଲା ସେନା

ନିଲମ୍ବନ ନେଇ କାନାଡ଼ା ବୈଦେଶିକ ମନ୍ତ୍ରୀ ମେଲାନିଏ ଜୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ କାନାଡ଼ାରେ ଥିବା ବାରତୀୟ ଗୁଇନ୍ଦା ବିଭାଗର ମୁଖ୍ୟ ପବନ କୁମାର ରାୟଙ୍କୁ ନିଲମ୍ବନ କରାଯାଇଛି। ଏହାର କିଛି ଘଣ୍ଟା ପରେ ଭାରତ ମଧ୍ୟ କାନାଡ଼ା ରାଷ୍ଟ୍ରଦୂତ ଓଲିଭର ସିଲଭେଷ୍ଟର ନିଲମ୍ବନ କରିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କରାଯାଇ ନିଲମ୍ବନ ବିଷୟରେ ସୂଚନା ଦିଆଯାଇଥିଲା।

କାନାଡ଼ା ପ୍ରଧାନମନ୍ତ୍ରୀଙ୍କର ଅଭିଯୋଗ ପରେ ଭାରତ ଏହାର ଖଣ୍ଡନ କରିଥିଲା। କାନାଡ଼ାର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟପ୍ରଣୋଦିତ। ଭାରତ ଆଇନ୍‌ ପ୍ରତି ଦୃଢ଼ ପ୍ରତିବଦ୍ଧ। କାନାଡ଼ାରେ କୌଣସି ବେଆଇ କାର୍ଯ୍ୟ ପାଇଁ ଭାରତ ଉପରେ ଦୋଷ ଲଦିବା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା।  

ଭାରତ ବି ପାଲଟ ଦୋଷ କାନାଡ଼ା ଉପରେ ଲଦିଥିଲା। କାନାଡ଼ା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଶରଣ ଦେଉଛି। ଯେଉଁମାନେ ଭାରତର ସାର୍ଭଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ବାରମ୍ବାର ବିପଦରେ ପକାଉଛନ୍ତି। ଖଲିସ୍ତାନୀଙ୍କ ବିରୋଧରେ କାନାଡ଼ାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦୀର୍ଘଦିନ ହେଲା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

ପଢ଼ନ୍ତୁ-ତିନି ଦେଶ ବିରୋଧରେ ମୋର୍ଚ୍ଚା ଖୋଲିଲା କିଭ; ୬ ଉପ-ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର

ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ସହଯୋଗୀ ରାଷ୍ଟ୍ରର ନେତା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭାରତ ସହ କୂଟନୈତିକ ସମ୍ପର୍କ ବିଷୟରେ ଅବଗତ କରାଇଛି।

ଭାରତ ଓ କାନାଡ଼ା ସମ୍ପର୍କକୁ ନେଇ ଆମେରିକା ଚିନ୍ତା ବ୍ୟକ୍ତ କରିଛି। ଟ୍ରୁଡେୟୁ ଆଣିଥିବା ଅଭିଯୋଗ ଚିନ୍ତାର ବିଷୟ ବୋଲି ଆମେରିକା କହିଛି। ଏନେଇ ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ ପକ୍ଷରୁ  ପ୍ରତିକ୍ରିୟା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ କାନାଡ଼ା ତଦନ୍ତ ଆରମ୍ଭ କରିବା ଏକ ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଅପରାଧିକଙ୍କୁ ନ୍ୟାୟର କାଠଗଡ଼ାକୁ ଅଣାଯିବା ଉଚିତ୍।

ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଯାଇଥିବାରୁ ଏପଟେ ନୂଆ ଦିଲ୍ଲୀରେ ଥିବା କାନାଡ଼ା ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୁଲିସର ଏକ ବଡ଼ ସିଆର୍‌ପିଏଫ୍ ଟିମ୍ ସେଠାରେ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ହରଦୀପ ସଂହ ନିଜ୍ଜର ଭାରତର ବ୍ୟାନ୍ ହୋଇଥିବା ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସ(କେଟିଏଫ୍‌)ର ମୁଖ୍ୟ ଥିଲା। ହରଦୀପ କାନାଡ଼ାରେ ନାଗରିକତା ଗ୍ରହଣ କରି ଭାରତରେ ଅଶାନ୍ତି ସୃଷ୍ଟି କରୁଥିଲା। ତା ବିରୋଧରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପର ମାମଲା ରହିଛି।

ପଢ଼ନ୍ତୁ-ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲା; କାନାଡ଼ାର ଅଭିଯୋଗକୁ ଖଣ୍ଡନ କଲା ଭାରତ

୨୦୦୭ରେ ପଞ୍ଜାବର ଲୁଧିଆନା ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୪୨ ଜଣ ଆହତ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ନିଜ୍ଜର ଘଟାଇଥିଲା। ୨୦୨୦ ମସିହା ଠାରୁ ଭାରତ ସରକାର ନିଜ୍ଜରକୁ ଭାରତ ପ୍ରତ୍ୟର୍ପଣ ନେଇ କାନାଡ଼କୁ କହି ଆସୁଥିଲେ ବି କାନାଡ଼ା ସରକାର ଏନେଇ କର୍ଣ୍ଣପାତ କରୁ ନଥିଲେ। ଏହାପରେ ଭାରତ ହରଦୀପକୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।

ସୂଚନା ଥାଉକି ହରଦୀପ ସିଂହ ନିଜ୍ଜରକୁ ଜୁନ ୧୮ ତାରିଖରେ କାନାଡ଼ାର ବ୍ରିଟିଶ କୋଲମ୍ବିଆ ରାଜ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲା। କାନାଡ଼ା ପୁଲିସର ସୂଚନା ଅନୁସାରେ ୪୫ ବର୍ଷୀୟ ହରଦୀପ ସିଂହ ନିଜ୍ଜରଙ୍କୁ ଏକାଧିକ ଗୁଳି କରାଯାଇଥିଲା। ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଗୁରୁ ନାନକ ଶିଖ ଗୁରୁଦ୍ୱାରା ନିକଟରେ ତାଙ୍କୁ ଗୁଳି କରାଯାଇଥିଲା। ଅନ୍ୟପଟେ ମୂଳଭାରତୀୟ କାନାଡ଼ା ସାଂସଦ ଜଗମୀତ ସିଂହ ମଧ୍ୟ ଭାରତ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଖଲିସ୍ତାନୀ ଆତଙ୍କବାଦୀ ହରିଜୀତ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ନ୍ୟାୟ ମାଗିବାକୁ ସେ ଶପଥ ନେଇଥିଲେ।  

   Related Posts