suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

୭ ବର୍ଷରେ ୭ ଟ୍ରିଲିୟନ ଡଲାର ହୋଇପାରେ ଭାରତର ଅର୍ଥନୀତି, ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଭବିଷ୍ୟତବାଣୀ

12/01/2023 at 8:05 PM

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ଆସନ୍ତା ୭ ବର୍ଷରେ ବଢି ୭ ଟ୍ରିଲିୟନ ଡଲାର ହୋଇପାରେ ବୋଲି ଆଶ ପ୍ରକଟ କରିଛନ୍ତି ଦେଶର ପ୍ରମୁଖ ଆର୍ଥିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ । ଏହାସହ ୨୦୨୨-୨୩ ଶେଷ ସୁଦ୍ଧା ବର୍ତ୍ତମାନର ମୂଲ୍ୟରେ ଭାରତର ଅର୍ଥନୀତି ୩.୫ ଟ୍ରିଲିୟନ ଆମେରିକୀୟ ଡଲାର ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୨୦୨୫ ମସିହା ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ନାଗେଶ୍ୱରନ ନିକଟରେ ଏମସିସିଆଇର ଏକ କର୍ଯ୍ୟକ୍ରମରେ କହିଥିଲେ ଯେ ୨୦୨୩ କ୍ୟାଲେଣ୍ଡର ବର୍ଷରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୂ-ରାଜନୈତିକ ଏବଂ ଭୂ-ଆର୍ଥିକ ଅନିଶ୍ଚିତତା ସୃଷ୍ଟି ହେବ । ସେ କହିଛନ୍ତି ଯେ ମହାମାରୀର ଦୁଇ ବର୍ଷ ପରେ ଚୀନରେ କଟକଣା କହୋଳ ହେବା ମଧ୍ୟ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ ।

ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଛନ୍ତି ଯେ ୨୦୨୨-୨୩ ଶେଷ ସୁଦ୍ଧା ଭାରତର ଜିଡିପି ବର୍ତ୍ତମାନର ମୂଲ୍ୟରେ ୩.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ । ନାଗେଶ୍ୱରନ କହିଛନ୍ତି ଆସନ୍ତା ୭ ବର୍ଷରେ ଭାରତ ଅର୍ଥବ୍ୟବସ୍ଥାର ଆକାର ୭ ଟ୍ରିଲିୟନ ଡଲାର ହୋଇଯିବ, ଯାହା ଅସମ୍ଭବ ନୁହେଁ । ସିଇଏ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ୨୦୨୪ ଏବଂ ୨୦୨୫ରେ ନିଜର ସୁଧ ହାରକୁ କମ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ । ଏହାର ପ୍ରଭାବ ଭାରତର ଟଙ୍କା ଉପରେ ମଧ୍ୟ ପଡିବ । ନାଗେଶ୍ୱରନ କହିଛନ୍ତି ଯେ ମଧ୍ୟମ ଅବଧିରେ ବୃଦ୍ଧି ୮ରୁ ୯ ପ୍ରତିଶତ ପରିବର୍ତ୍ତେ ୬.୫ ପ୍ରତିଶତ ରହିପାରେ । ୨୦୦୩ରୁ ୨୦୦୮ ମସିହା ମଧ୍ୟରେ ଏହି ବୃଦ୍ଧି ରହିଥିଲା ।    

   Related Posts