Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶସ୍ତା ହେବ ବିରଳ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ, ସୀମା ଶୁଳ୍କ ଛାଡ଼ କରିବାକୁ ସରକାରଙ୍କ ନିଷ୍ପତ୍ତି

30/03/2023 at 4:43 PM

ନୂଆଦିଲ୍ଲୀ, ୩୦/୦୩: ଗୁରୁତର ଏବଂ ବିରଳ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଔଷଧର ଦାମ୍‌ କମ୍ ହୋଇପାରେ। ଅର୍ଥ ମନ୍ତ୍ରାଳୟ ଗୁରୁତର ଏବଂ ବିରଳ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଏବଂ ସ୍ବତନ୍ତ୍ର ଖାଦ୍ୟ ଉପରେ ଲାଗୁଥିବା ସୀମା ଶୁଳ୍କ (କଷ୍ଟମ ଡ୍ୟୁଟି) ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ଜାରି କରାଯାଇଛି।

ବର୍ତ୍ତମାନ ସମୟରେ ଏହି ସବୁ ଔଷଧ ଉପେର ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଲାଗିଥାଏ। ସେହିପରି କିଛି ଶ୍ରେଣୀର ଜୀବନ ରକ୍ଷାକାରୀ ଔଷଧ ଆମଦାନୀ ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ଦେବାକୁ ପଡ଼ିଥାଏ। ଅର୍ଥ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ, କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିରଳ ରୋଗ ନୀତି ୨୦୨୧ ଅନୁଯାୟୀ ତାଲିକାଭୁକ୍ତ ସବୁ ବିରଳ ରୋଗର ଚିକିତ୍ସା ସମ୍ବନ୍ଧରେ ନିଜସ୍ବ ବ୍ୟବହାରକୁ ଧ୍ୟାନରେ ରଖି ଆମଦାନୀ ହେଉଥିବା ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଉପରେ ସୀମା ଶୁଳ୍କ ଉପରେ ଛାଡ଼ କରିଛନ୍ତି।’

ସରକାର ଭିନ୍ନ ଭିନ୍ନ ପ୍ରକାରର କ୍ୟାନ୍ସର ଔଷଧର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଜରୁରୀ ପେମ୍‌ବ୍ରୋଲିଜୁମାବ୍‌ (Pembrolizumab) ଆମଦାନୀ ଉପରେ ମଧ୍ୟ କଷ୍ଟମ୍‌ ଡ୍ୟୁଟି ଛାଡ଼ କରିଛନ୍ତି। ତେବେ ମନ୍ତ୍ରାଳୟ ଅନୁଯାୟୀ ଏହି କଷ୍ଟମ ଡ୍ୟୁଟି ଛାଡ଼ ଦ୍ବାରା ରୋଗୀଙ୍କୁ ସଞ୍ଚୟ ସହ ଆଶ୍ବସ୍ତି ମିଳିବ। ବିରଳ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ ଏବଂ ସ୍ବତନ୍ତ୍ର ଖାଦ୍ୟ ଖୁବ୍‌ ମହଙ୍ଗା ହୋଇଥାଏ ଏବଂ ତାହାକୁ ଆମଦାନୀ କରିବାକୁ ପଡ଼ିଥାଏ।

   Related Posts