ଭାରତ ବିପକ୍ଷ ଟେଷ୍ଟ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଫେରିଲେ ଏହି ଷ୍ଟାର୍ ବୋଲର

Published By : Prameya-News7 Bureau | June 28, 2022 IST

ନୂଆଦିଲ୍ଲୀ, ୨୮|୦୬: ଇଂଲଣ୍ଡ ଏବଂ ଓ୍ୱେଲ୍ସ କ୍ରିକେଟ୍ ବୋର୍ଡ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଦଳ ଘୋଷଣା କରିଛି । ୧୫ ସଦସ୍ୟ ବିଶିଷ୍ଟ ଦଳରେ ନେତୃତ୍ୱ ଭାର ବେନ୍ ଷ୍ଟୋକ୍ସଙ୍କୁ ଦିଆଯାଇଛି । ଦଳରେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ସ୍ଥାନ ମିଳିଛି । ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦଳରେ ସାମିଲ ନଥିଲେ ।

wp:html /wp:html

ଇଂଲଣ୍ଡ ଟିମ୍

ବେନ୍ ଷ୍ଟୋକସ, ଜେମ୍ସ ଆଣ୍ଡରସନ୍, ଜନି ବେୟରଷ୍ଟୋ, ସ୍ୟାମ୍ ଓ୍ୱିଲଙ୍ଗସ୍, ଷ୍ଟୁଆର୍ଟ ବ୍ରଡ୍, ହେରୀ ବ୍ରୁକ୍, ଜ୍ୟାକ୍ କ୍ରୋଲି, ବ୍ୟାନ୍ ଫକସ୍, ଜ୍ୟାକ୍ ଲିଚ୍, ଆଲେକ୍ସ ଲିଜ୍, କ୍ରେଗ୍ ଓଭରଟେନ୍, ଜେମି ଓଭରଟନ୍, ଓଲି ପୋପ୍, ମ୍ୟାଟି ପଣ୍ଟସ୍ ଓ ଜୋ ରୁଟ୍

ଜୁଲାଇ ପହିଲାରୁ ମ୍ୟାଚ୍

ଇଂଲଣ୍ଡ ଓ ଭାରତ ମଧ୍ୟରେ ଜୁଲାଇ ୧ରୁ ୫ ତାରିଖ ଯାଏଁ ପଞ୍ଚମ ଟେଷ୍ଟ୍ ଖେଳାଯିବ । ସିରିଜରେ ଏବେ ଭାରତ ୨-୧ରେ ଆଗୁଆ ରହିଛି । ଗତ ବର୍ଷ ୪ଟି ମୁକାବିଲା ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି ।

ଆତ୍ମବିଶ୍ୱାସରେ ଭରପୁର ଇଂଲଣ୍ଡ

ଇଂଲଣ୍ଡ ସୋମବାର ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ସିରିଜକୁ ୩-୦ରେ କବଜା କରିନେଇଥିଲା । ଫଳରେ ଭାରତ ବିପକ୍ଷ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡ ଆତ୍ମବିଶ୍ୱାସରେ ଭରପୁର ଅଛି । ଏବେ ନୂଆ କୋଚ୍ ଓ ଅଧିନାୟକଙ୍କ ନେତୃତ୍ୱରେ ଟିମ୍ ଆକ୍ରମଣାତ୍ମକ କ୍ରିକେଟ୍ ଖେଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.