oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଚେନ୍ନାଇ ଟେଷ୍ଟ : ପ୍ରଥମ ଇନିଂସରେ ଭାରତ ୩୩୭ରେ ଅଲଆଉଟ୍, ୨୪୧ ରନ୍ ଆଗରେ ଇଂଲଣ୍ଡ

8/02/2021 at 11:21 AM

ଚେନ୍ନାଇ, ୦୮/୦୨ :  ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୭ ରନରେ ଅଲଆଉଟ୍ ହୋଇଯାଇଛି ।   ବ୍ୟାଟିଂ ବିପର୍ଯ୍ୟୟର  ସମ୍ମୁଖୀନ ହୋଇଥିବା ବିରାଟ ବାହିନୀ ୨୪୧ ରନ୍ ପଛରେ ରହିଛି ।।

ଇଂଲଣ୍ଡର ବିଶାଳ ୫୭୮ ରନ୍‌କୁ ପିଛା କାରିବାକୁ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଏବଂ ଶୁଭମାନ୍‌ ଗିଲ ନିରାଶ କରିଥିଲେ । ରୋହିତ ଶର୍ମା ୬ ରନ୍‌ କରି ଜୋଫ୍ରା ଆର୍ଚରଙ୍କ ବଲରେ ଜୋସ୍‌ ବଟଲରଙ୍କ ହାତରେ କ୍ୟାଚ୍‌ ଆଉଟ ହୋଇଥିଲେ । ଅନ୍ୟତମ ଓପନର ଶୁଭମାନ ଗିଲ (୨୯) ଭଲ ଆରମ୍ଭ କରିଥିଲେ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ ।

ଏହା ପରେ ଭାରତର ବ୍ୟାଟିଂ ଭାର ସମ୍ଭାଳି ଥିବା ଅଧିନାୟକ ଭିରାଟ କୋହଲି ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରିନଥିଲେ । କୋହଲି ମାତ୍ର ୧୧ ରନ୍‌ କରି ବେସ୍‌ଙ୍କ ଶିକାର ହୋଇଥିଲେ । କୋହଲିଙ୍କ ପରେ ବ୍ୟାଟିଂ ପାଇ ଆସିଥିବା ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତର ସ୍କୋର ମାତ୍ର ୭୩ ରନ୍‌ ହୋଇଥିବା ବେଳେ ଦଳ ୪ ଓ୍ବିକେଟ୍‌ ହରାଇ ସଂଘର୍ଷ କରିଥିଲା ।  ଏହାପରେ ଋଷଭ ପନ୍ତ କ୍ରିଜ୍‌ରେ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ତାହାକୁ ଶତକରେ ବଦଳାଇପାରିନଥିଲେ । ପନ୍ତ ୯୧ ରନ୍‌ କରି ଆଉଟ ହୋଇଥିଲେ ।  ମାତ୍ର ୪୦ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ପନ୍ତ ୮୮ ବଲ ଖେଳି ୯୧ ରନ୍‌ ସଂଗ୍ରହ କରିଥିଲେ ଯେଉଁଥିରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ଅଛି । ପୂଜାରା ୧୪୩ ବଲ ଖେଳି ୧୧ଟି ଚୌକା ସହାୟତାରେ ୭୩ ରନ୍‌ କରିଥିବା ​‌ବେଳେ ଡୋମ୍‌ ବେସ୍‌ଙ୍କ ଶିକାର ହୋଇଥିଲେ । ତେବେ ଓ୍ୱାଶିଂଟନ ସୁନ୍ଦର ଏକାକି ଲଢେଇ ଜାରି ରଖିଥିଲେ ।

ମ୍ୟାଚର ଚତୁର୍ଥ ଦିନରେ ଆର ଅଶ୍ୱିନ ୩୧, ଏସ ନଦୀମ ୦ ଓ ଇଶାନ୍ତ ଶର୍ମା ୪ ରନରେ ପ୍ୟାଭିଲିୟନ ଫେରିତିଲେ । କେବଳ ଓ୍ୱାଶିଂଟନ ସୁନ୍ଦର ଲଢେଇ ଜାରି ରଖିଥିଲେ । ସେ ୮୫ ରନ୍ କରି ନଟଆଉଟ୍ ରହିଥିଲେ । କିନ୍ତୁତାଙ୍କ ସହ କ୍ରିଜରେ ଥିବା ଜସପ୍ରିତ ବୁମରାହ ବିନା କୌଣସି ରନରେ ଆଉଟ୍ ହେବା ପରେ ଭାରତର ପାଳି ସମାପ୍ତ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ଡି ବେସ୍ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ,ଜୋଫ୍ରା ଆର୍ଚର ଏବଂ ଜେ ଲେଚ୍ ୨ଟି ଲେଖାଏଁ ଓ୍ୱୁକେଟ୍ ନେଇଛନ୍ତି ।

   Related Posts