ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ନେପାଳକୁ ୨୦ କିଡନୀ ଡାୟଲିସିସ୍ ମେସିନ ହସ୍ତାନ୍ତର କଲା ଭାରତ, କୃତଜ୍ଞତା ଜଣାଇଲେ ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ

20/02/2023 at 10:13 PM

କାଠମାଣ୍ଡୁ: ନେପାଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବିକାଶ ଏବଂ ମଜଭୁତ କରିବା ଲକ୍ଷ୍ୟରେ ଭାରତ ସୋମବାର ନେପାଳ ସରକାରଙ୍କୁ ୨୦ କିଡନୀ ଡାଇଲିସିସ୍ ମେସିନ ହସ୍ତାନ୍ତର କରିଛି । ଭାରତ ଦ୍ୱାରା ନେପାଳକୁ ଏହିପରି ୨୦୦ ମେସିନ ଦିଆଯିବ । ସୋମବାର ଏହାର ପ୍ରଥମ ବ୍ୟାଚ୍ ହସ୍ତାନ୍ତର କରାଯାଇଛି । ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଭାରତ ସରକାର ଏବଂ ଭାରତବାସୀଙ୍କ ପକ୍ଷରୁ କାଠମାଣ୍ଡରେ ଏକ ସମାରୋହ ସମୟରେ ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରୀ ପଦମ ଗିରିଙ୍କୁ ମେସିନ ହସ୍ତାନ୍ତର କରିଛନ୍ତି ।

ଶ୍ରୀବାସ୍ତବ କହିଛନ୍ତି ଯେ ଭଲ ବନ୍ଧୁ ଭାବେ ଭାରତ ସବୁବେଳେ ନେପାଳର ବିକାଶରେ ସହଭାଗୀ ହୋଇ ରହିଛି । ଭାରତ ଏବଂ ନେପାଳ ବିଭିନ୍ନ କ୍ଷେତ୍ରରେ ମିଳିମିଶ କାମ କରୁଛନ୍ତି ଏବଂ ସ୍ୱାସ୍ଥ୍ୟ ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ଏହି ଅବସରରେ ନବନିଯୁକ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦମ ଗିରି ସହାୟତା ପାଇଁ ଭାରତ ସରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ନେପାଳର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପବନ ଗିରି କହିଛନ୍ତି ।

ଏହାସହ ନେପାଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ପ୍ରଥମେ ନୀତି ଅଧିନରେ ଭାରତ ୨୦୧୫ରେ ଭୂକମ୍ପ, କୋଭିଡ ୧୯ ମହାମାରୀ ଏବଂ ସ୍ୱାସ୍ଥ୍ୟ ସହ ବିଭିନ୍ନ କ୍ଷେତ୍ରରେ ନେପାଳର ସହାଯ୍ୟ କରୁଛି ଏବଂ ଏଥିପାଇଁ ଆମେ କୃତଜ୍ଞ । ଉଲ୍ଲେଖଯୋଗ୍ୟ ଯେ ନେପାଳରେ ଅଣ ସରକାରୀ ସଂଗଠନ ଦ୍ୱାରା ପରିଚାଳିତ ୫୦ରୁ ଅଧିକ ହସ୍ପିଟାଲ, ନର୍ସିଂ ହୋମ ଏବଂ ଡାୟଲିସିସ କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ବୁଝାମଣା ଉପରେ ହସ୍ତାକ୍ଷର କରିଛି ।   

   Related Posts