oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଋଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ପକ୍ଷଧର ଭାରତ :  ରାଜନାଥ ସିଂହ

27/02/2022 at 9:06 PM

ନୂଆଦିଲ୍ଲୀ ୨୭।୨: ଋଷିଆ ଓ ୟୁକ୍ରେନ ପ୍ରସଙ୍ଗରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏଥିରେ ଭାରତ କେବଳ ଶାନ୍ତିର ପକ୍ଷଧର ହେବ ବୋଲି ରାଜନାଥ କହିଛନ୍ତି। ରବିବାର ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ବୈରିୟା ନିର୍ବାଚନୀ ସଭାରେ ଋଷିଆର ଆକ୍ରମଣ ପ୍ରସଙ୍ଗ ଉଲ୍ଲେଖ କରିଥିଲେ ଓ କହିଛନ୍ତି ଯେ ପ୍ରତିରକ୍ଷା ପ୍ରସଙ୍ଗରେ ଭାରତ କ୍ରମଶଃ ଆତ୍ମ ନିର୍ଭର ହେବାରେ ଲାଗିଛି। ଆଗାମୀ ୧୦ ବର୍ଷ ପରେ ଭାରତ ପ୍ରତିରକ୍ଷା ଆମଦାନୀକାରୀ ବଦଳେ ଏକ ରପ୍ତାନୀକାରୀ ଦେଶରେ ପରିଣତ ହୋଇଥିବା ବୋଲି କହିଥିଲେ।

ୟୁକ୍ରେନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଥିବା ରାଜନାଥ କହିଛନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଏବେ ମୋଦିଙ୍କ ଭିଜନ, ଯୋଗୀଙ୍କ ମିସନ ଓ ଜନତାଙ୍କ ସହଯୋଗରେ ଟ୍ରିପଲ ଇଞ୍ଜିନ ସରକାର ହେବ। ବିଶ୍ୱରେ ଭାରତ  ଏକମାତ୍ର ଦେଶ ଯିଏ କେବେ କୌଣସି ଅନ୍ୟ ଦେଶ ଉପରେ ଆକ୍ରମଣ କରେ ନାହିଁ ବୋଲି ରାଜନାଥ କହିଛନ୍ତି। ଏ ପର୍ଯ୍ୟନ୍ତ ଭାରତ ବିରୋଧରେ ବଳପୂର୍ବକ କାହାର ଭୂମି ଅତିକ୍ରମଣର ମଧ୍ୟ ଅଭିଯୋଗ ନଥିବା କହିଛନ୍ତି ରାଜନାଥ।

ସେପଟେ ୟୁକ୍ରେନ ପ୍ରସଙ୍ଗରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏଣୁ ନିର୍ବାଚନୀ ଗସ୍ତକୁ ପ୍ରଧାନମନ୍ତ୍ରୀ ଅଧାରୁ ବାତିଲ କରି ଦିଲ୍ଲୀ ଫେରିଯାଇଛନ୍ତି। ଗତ ଏକବର୍ଷ ହେବ ଭାରତ ଉଭୟ  ୟୁକ୍ରେନ ଓ ଋଷିଆକୁ ଶାନ୍ତି ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଆସୁଛି। ଏହା ବାଦେ ଉପୁଜିଥିବା ପରିସ୍ଥିତିରେ ଭାରତ ଉଭୟ ଦେଶଙ୍କୁ ଶାନ୍ତି ଅବଲମ୍ବନ କରିବା ଲାଗି ନିବେଦନ କରୁଥିବା ବେଳେ ନିଜର ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ବାହାର କରିବା ଲାଗି ମିଶନ ଗଙ୍ଗା ହାତକୁ ନେଇଛି ।

   Related Posts