ସେମିଫାଇନାଲରେ ପହଞ୍ଚିଲା ଭାରତ, ବିଶ୍ୱ କପରେ ବାଂଲାଦେଶକୁ ୨୮ ରନରେ ହରାଇଲା ଭାରତ

Published By : Prameya-News7 Bureau | July 02, 2019 IST

ନୁଆଦିଲ୍ଲୀ ୨/୭: ବାଂଲାଦେଶକୁ ୨୮ ରନରେ ହରାଇଲା ଇଣ୍ଡିଆ । ଏହି ବିଜୟ ସହିତ ଭାରତୀୟ ଟିମ୍ ୭ମ ଥର ସେମିଫାଇନାଲରେ ପହଞ୍ଚିଛି । ଇଣ୍ଡିଆ ଗତଥର ୨୦୧୫ରେ ସେମିଫାଇନାଲରେ ପହଞ୍ଚିଥିଲା । ସେତେବେଳେ ଅଷ୍ଟ୍ରେଲିଆଠୁ ଟିମକୁ ୯୫ ରନରେ ହାରିବାକୁ ପଡିଥିଲା । ଭାରତ, ବାଂଲାଦେଶକୁ ୱାର୍ଲ୍ଡ କପ ଇତିହାସରେ ଲଗାତର ୩ୟ ଥର ପାଇଁ ହରାଇଛି । ଏବେ ଭାରତ ୧୩ ପଏଣ୍ଟ ସହିତ ୨ୟ ସ୍ଥାନରେ ପହଞ୍ଚି ଯାଇଛି । ଭାରତର ଆଗାମୀ ମ୍ୟାଚ୍ ଶ୍ରୀଲଙ୍କା ସହିତ ୬ ଜୁଲାଇରେ ହେବ ।

ବର୍ମିଂହାମର ଏଜବେଷ୍ଟନ ମଇଦାନରେ ଭାରତ ଓ ବାଂଲାଦେଶ ମଧ୍ଯରେ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ରୋହିତ ଶର୍ମା ୧୦୪ ରନ୍, କେଏଲ୍ ରାହୁଲ ୭୭ରନ୍, ଋଷଭ ପନ୍ତ ୪୮ ରନ୍, ଧୋନୀ ୩୫ ରନ୍ ଓ ବିରାଚ କୋହଲି ୨୬ ରନ୍ କରିଥିଲେ । ବାଂଲାଦେଶ ପାଇଁ ମସ୍ତଫିଜୁର ୫ ୱିକେଟ୍ ନେଇଛନ୍ତି । ଶାକିବ ଅଲ୍ ହସନ, ମୁସୈଦ୍ଦକ ହୁସୈନ୍ ଓ ସୌମ୍ଯ ସରକାର ଗୋଟେ-ଗୋଟେ ୱିକେଟ୍ ନେଇଛନ୍ତି ।

ବାଂଲାକୁ ୩୧୫ ରନର ଟାର୍ଗେଟ୍ ଦେଇଥିଲା ଇଣ୍ଡିଆ । ବାଂଲାଦେଶ ୨୬୮ ରନରେ ଅଲଆଉଟ୍ ହୋଇଯାଇଛି । ବାଂଲାର ଶାକିବ ଅଲ୍ ହସନ ୬୬ରନ୍, ମୋହମ୍ମଦ ସୈଫୁଦ୍ଦିନ୍ ୫୧ ରନ୍, ଶବ୍ବିର ରହମାନ ୩୬ ରନ୍ ଓ ସୌମ୍ୟ ସରକାର ୩୩ ରନ୍ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ଜସପ୍ରିତ୍ ବୁମରାହ ୪, ହାର୍ଦ୍ଦିକ୍ ପାଣ୍ଡ୍ୟା ୩ ୱିକେଟ୍ ନେଇଛନ୍ତି । ୟୁଜବେନ୍ଦ୍ର ଚହଲ, ମୋହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ଗୋଟେ-ଗୋଟେ ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.