ଜୁଲାଇ ୪ରେ ଭର୍ଚୁଆଲ ମୋଡରେ SCO ଶିଖର ସମ୍ମିଳନୀ, ପିଏମ୍ ମୋଦୀ କରିବେ ଅଧ୍ୟକ୍ଷତା

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ: ସଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀକୁ ଭର୍ଚୁଆଲ ମୋଡରେ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏବେ ଏହି ବୈଠକ ୨୦୨୩ ଜୁଲାଇ ୪ରେ ଆୟୋଜନ ହେବ । ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ କଜାକସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବେ । ସେହିପରି ଇରାନ, ବେଲାରୁଷ ଏବଂ ମଙ୍ଗୋଲିଆର ରାଷ୍ଟ୍ରମୁଖ୍ୟ ମଧ୍ୟ ଭାଗ ନେବେ ।

ପ୍ରଥମେ ସରକାର ଏହି ବୈଠକରେ ସାମିଲ ହେବାକୁ ଥିବା ନେତାଙ୍କୁ ନୂଆଦିଲ୍ଲୀ ଆମନ୍ତ୍ରଣ କରି ରାଷ୍ଟ୍ରପତି ଭବନରେ ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା ରଖିଥିଲେ । କିନ୍ତୁ ହଠାତ୍ ଏଥିରେ ପରିବର୍ତ୍ତନ କରାଯାଇଛି । ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ସୂଚନା ଦେଇ କହିଛି ଯେ ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଏସସିଓ ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ଆୟୋଜିତ କରାଯିବ । ବୈଠକ ଥିମ୍ 'ସୁରକ୍ଷିତ ଏସସିଓ ଦିଗରେ' ରଖାଯାଇଛି । ଏଠାରେ ସୁରକ୍ଷିତ ଅର୍ଥ ସିକ୍ୱୋର ଅଟେ, ଯାହାକୁ ୨୦୧୮ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥାପନ କରିଥିଲେ ।

{"id":795360,"width":838,"height":471,"sizeSlug":"full","linkDestination":"none"}

ଏଠାରେ ସିକ୍ୱୋର ଅର୍ଥ ସିକ୍ୟୁରିଟି, ଅର୍ଥନୀତି ଏବଂ ବ୍ୟବସାୟ, କନେକ୍ଟିଭିଟି (ଆର୍ଥିକ ଏବଂ ବ୍ୟବସାୟୀକ ସମ୍ପର୍କ), ୟୁନିଟି (ଏକତା), ରେସ୍ପେକ୍ଟ ଆଣ୍ଡ ସୋଭନିଟି ( ସାର୍ବଭୌମତ୍ୱ ଏବଂ ସମ୍ମାନ) ଏବଂ ଟେରିଟୋରିଆଲ୍ ଇଣ୍ଟେଗ୍ରିଟି (ଭୌଗଳିକ ଅଖଣ୍ଡତା) ଏବଂ ପରିବେଶ ।

ଜୁଲାଇରେ ଏସସିଓ ଶିଖର ସମ୍ମିଳନୀ ପରେ ଅଗଷ୍ଟରେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ରହିଛି । ଯେଉଁଥିରେ ରୁଷ, ଚୀନ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ଭାଗ ନେବାର ସମ୍ଭାବନା ରହିଛି । ଏହିଛଡ଼ା ଆସନ୍ତା ମାସରେ ୨୦୨୩ ସେପ୍ଟେମ୍ୱରରେ ଜି-୨୦ର ଶିଖର ସମ୍ମଳନୀର ଆୟୋଜନ ହେବ । ଏଥିରେ ମଧ୍ୟ ରୁଷ ଏବଂ ଚୀନ ରାଷ୍ଟ୍ରପତିଙ୍କ ଯୋଗଦାନର ସମ୍ଭାବନା ରହିଛି । ଏହି ବ୍ୟସ୍ଥତା କାରଣରୁ ଭାରତ ଏସସିଓ ଶିଖର ସମ୍ମିଳନୀକୁ ଭର୍ଚୁଆଲ ମୋଡ କରିବା ପାଇଁ ଅନୁରୋଧ କରିଛି ।

READ ALSO: ଦିଲ୍ଲୀ ହତ୍ୟାକାଣ୍ଡ ମାମଲା: ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଦେବ ଆପ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.