ପାକିସ୍ତାନକୁ ଭାରତର ଜବାବ- ଯୁଆଡେ ଯାଉଛ ଯାଅ,ଜବାବ ଦେବୁ

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ . – କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଏକ ପ୍ରକାରର ବିଚଳିତ ହୋଇଯାଇଛି । ସୁରକ୍ଷା ପରିଷଦରୁ ସହାୟତା ନମିଳିବା ପରେ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ନ୍ୟାୟଳୟର ଦ୍ୱାରସ୍ଥ ହେବ ବୋଲି କହିଛି ।

ଭାରତ ପାକିସ୍ତାନକୁ ସିଧାସଳଖ କହିଛି , ‘ଯୁଆଡେ ଯାଉଛ ଯାଅ ଆମେ ଜବାବ ଦେବୁ ।‘ ଭାରତ ପାକିସ୍ତାନର କୌଣସି ଧମକକୁ ଖାତିର କରୁନାହିଁ । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ସୟଦ ଅକବରୁଦ୍ଦିନୀ ଏକ ଖବର ପ୍ରସାରଣକାରୀ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ଏହି କଥା କହିଛନ୍ତି । ପ୍ରତ୍ୟେକ ଦେଶ ନିକଟରେ ଉପଲବ୍ଧ ଥିବା ପ୍ରତ୍ୟେକ ରାସ୍ତା ଆପଣେଇବା ପାଇଁ ସୁଯୋଗ ରହିଛି। ଆମମାନଙ୍କର ଚିନ୍ତାଧାରା ବି ଅଲଗା । ଯଦି ସେମାନେ ଅଲଗା ଅଲଗା ସ୍ତରରେ ଏହି ଘଟଣାପାଇଁ ଜବାବ ଚାହୁଁଛନ୍ତି  । ଆମେ ତାଙ୍କୁ ଜାବାବ ଦେବୁ ବୋଲି ସୟଦ ଅକବରୁଦ୍ଦିନୀ ପ୍ରକାଶ କରିଛନ୍ତି ।

କୁଳଭୂଷଣଙ୍କ କ୍ଷେତ୍ରରେ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟଳୟରେ ହାରିଯାଇଥିବା କଥାକୁ ସୟଦ ଅକବରୁଦ୍ଦିନୀ ପ୍ରକାଶ କରିଛନ୍ତି ।

ଜାମ୍ମ ୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଭାରତର ଅଭ୍ୟନ୍ତରୀଣ ବ୍ୟାପାର । ଏହାକୁ ନେଇ ପାକିସ୍ତାନ ବିଚଳିତ ହେବାରେ ଲାଗିଛି । ଅନ୍ତର୍ଜାତୀୟ ନ୍ୟାୟାଳୟକୁ ଏହି ପ୍ରସଙ୍ଗରେ ଅଭିଯୋଗ ଦାଖଲ କରିବ ବୋଲି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ  ଶାହା ମହମ୍ମଦ ଖୁରେସୀ କହିଥିଲେ  ।

ଏବେ ଚୀନ୍‌ ପାକିସ୍ତାନର ପକ୍ଷ ନେବାରେ ଲାଗିଛି ।  ଚୀନ ଅଧିକୃତ ହଙ୍ଗକଙ୍ଗରେ ଏବେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲେ ମଧ୍ୟ ଚୀନ୍ ପାକିସ୍ତାନରୁ ବିଭିନ୍ନ ପ୍ରସଙ୍ଗରେ ସହଯୋଗ କରୁଛି । ସୟଦ ଅକବରୁଦ୍ଦିନୀ ଚୀନର ସମାଲୋଚନା କରିଛନ୍ତି ।  ଚୀନ୍‌ ଏବେ ପାକିସ୍ତାନର ମିତ୍ର , ସୁରକ୍ଷା ପରିଷଦରେ ଏଥିପାଇଁ ପାକିସ୍ତାନର ସମର୍ଥନ କରୁଛନ୍ତି । ମାତ୍ର ଚୀନ୍‌ ପାକିସ୍ତାନକୁ ବଢାଇଥିବା ସହାୟତା ସଫଳ ହୋଇପାରି ନଥିଲା । ଅନ୍ୟ ଦେଶମାନେ ଚୀନର ଏହି ପ୍ରୟାସକୁ ସମର୍ଥନ କରି ନଥିଲେ  ବୋଲି ସୟଦ ଅକବରୁଦ୍ଦିନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.