ଭାରତ ଏବଂ ସାଇପ୍ରସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର, କେନ୍ଦ୍ରମନ୍ତ୍ରୀ କହିଲେ…
29/12/2022 at 10:57 PM

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ତାଙ୍କର ସାଇପ୍ରୟ ସମକକ୍ଷ ଇୟୋନିୟ କସୋଲାଇଡ ଗୁରୁବାର ନିକୋସିଆରେ ରକ୍ଷା ଏବଂ ସୈନ୍ୟ ସହଯୋଗ ଉପରେ ଏକ ବୁଝାମଣା ଉପରେ ହସ୍ତାକ୍ଷାର କରିଛନ୍ତି । ଏହାପରେ ଦୁଇ ନେତା ମିଳିତ ଭାବେ ଗଣମାଧ୍ୟମକୁ ସମ୍ୱୋଧିତ କରି କହିଛନ୍ତି, ‘ଆମେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉପରେ ହସ୍ତାକ୍ଷାର କରିଛୁ । ଏଥିରେ ଦୁଇ ଦେଶ ମଧ୍ୟରେ ରକ୍ଷା ଏବଂ ସୈନ୍ୟ ସହଯୋଗ ଉପରେ ଏମଓୟୁ ସ୍ୱାକ୍ଷର ହୋଇଛି । ଦୁଇ ଦେଶ ବିସ୍ଥାପନ ଏବଂ ମବୋଲିଟି ସହଭାଗୀତା ଉପରେ ଏକ ବୁଝାମଣା ଉପରେ ହସ୍ତାକ୍ଷାର କରିଛନ୍ତି’ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଏହି ବୁଝାମଣା ଛାତ୍ରଛାତ୍ରୀ, ବ୍ୟବସାୟୀକ ଏବଂ ପ୍ରଫେସନଲ କାର୍ଯ୍ୟକୁ ସୁବଧାଜନକ କରିବା ପାଇଁ ବ୍ୟବସ୍ଥା ଏବଂ ସହଯୋଗର ଏକ ସାମାନ୍ୟ ଢାଞ୍ଚା ପ୍ରଦାନ କରିବାରେ ସାହାୟତା କରିବ’। ସେ କହିଛନ୍ତି ଯେ ଏହାଦ୍ୱାରା ଅନିୟମିତ ମାଇଗ୍ରେସନ ମୁକାବିଲା କରିବାରେ ସହଯୋଗ କରିବ ।
Delighted to meet FM @IKasoulides in Nicosia. Our third meeting this year, but this one in Cyprus.
— Dr. S. Jaishankar (@DrSJaishankar) December 29, 2022
Comprehensive discussions on our bilateral ties,cooperation in EU and other multilateral fora.Also exchanged perspectives on our neighbourhood, Indo-Pacific, West Asia & Ukraine. pic.twitter.com/UwK0FXeip5
ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଡିସେମ୍ୱର ୨୯ରୁ ତିନି ଜାନୁଆରୀ ଯାଏ ସାଇପ୍ରସ ଏବଂ ଅଷ୍ଟ୍ରେଲିଆର ସରକାରୀ ଗସ୍ତରେ ଅଛନ୍ତି । ସାଇପ୍ରସ ଯାତ୍ରାରୁ ସେ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ, ସହଭୋଗୀତା ଏବଂ ବହୁପାକ୍ଷିକ ବିଷୟରେ ଆଲୋଚନା କରିଛନ୍ତି । ଚଳିତ ବର୍ଷ ଭାରତ ଏବଂ ସାଇପ୍ରସ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ।