ଦେଶର ଏକମାତ୍ର ନଦୀ; ଯାହାକୁ ଛୁଇଁବାକୁ ଭୟ କରନ୍ତି ଲୋକେ, ଜାଣନ୍ତୁ ଏହା ପଛର କାରଣ କ’ଣ ?

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪।୧୧: ଭାରତରେ ଛୋଟ-ବଡ ହୋଇ ପ୍ରାୟ ୨୦୦ରୁ ଅଧିକ ନଦୀ ରହିଛି । ହିନ୍ଦୁ ଧର୍ମରେ ନଦୀମାନଙ୍କୁ ଦେବୀ ଭାବରେ ପୂଜା କରାଯାଏ । କୁହାଯାଏ ନଦୀରେ ଗାଧୋଇବା ଦ୍ୱାରା ସମସ୍ତ ପାପ ଧୋଇଯାଏ। କିନ୍ତୁ ଜାଣନ୍ତି କି ଦେଶରେ ଏପରି ଏକ ନଦୀ ଅଛି ଯାହାକୁ ଛୁଇଁବାକୁ ଭୟ କରନ୍ତି ଲୋକେ ।

 ଏହି ନଦୀକୁ ଅପବିତ୍ର ବୋଲି ଭାବନ୍ତି ସମସ୍ତେ । ଏହି ନଦୀର ନାଁ ହେଉଛି କର୍ମନାଶା । ନଦୀଟି ବିହାରର କୈମୁର ଜିଲ୍ଲାରୁ ଉତ୍ପନ୍ନ ହୋଇ ଉତ୍ତରପ୍ରଦେଶର ସୋନଭଦ୍ର, ଚନ୍ଦୌଲି, ବାରାଣାସୀ ଏବଂ ଗାଜିପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି। କୁହାଯାଏ ଏହି ନଦୀ ଅଭିଶାପିତ । 

କୁହାଯାଏ ଏହି ନଦୀର ପାଣିରେ ସ୍ନାନ କିମ୍ବା ଏହାକୁ ବ୍ୟବହାର କରିବା ଦ୍ବାରା ଲୋକଙ୍କ କର୍ମ ଅର୍ଥାତ୍ ପୁଣ୍ୟ ସବୁ ନଷ୍ଟ ହୋଇଯାଏ । ଲୋକକଥା ଅନୁଯାୟୀ, ତ୍ରିଶଙ୍କୁ ନାମକ ଜଣେ ରାଜାଙ୍କୁ ଉଭୟ ଦେବତା ଏବଂ ପିତୃପୁରୁଷ ସ୍ୱର୍ଗ ଓ ନର୍କକୁ ଯିବାକୁ ମନା କରିଦେଇଥିଲେ । ଯେଉଁ କାରଣରୁ ସେ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଓଲଟା ଓହଳିକି ରହିଥିଲେ । ଅନେକ ବର୍ଷ ପର୍ଯ୍ୟନ୍ତ ରାଜା ଏପରି ଅବସ୍ଥାରେ ରହିଥିଲେ । 

ଯାହା ପରେ ଗୋଟିଏ ଦିନ ତାଙ୍କର ଲାଳ ପୃଥିବୀ ଉପରେ ପଡିଥିଲା । ଆଉ ଏଥିରୁ ହିଁ ଜନ୍ମ ନେଇଥିଲା କର୍ମନାଶା ନଦୀ । କିନ୍ତୁ ଏହାପରଠାରୁ ନଦୀକୁ ଅଭିଶାପିତ ମାନିଥାନ୍ତି ସମସ୍ତେ । ଏହି ନଦୀର ପାଣିକୁ କେହି ବି କରନ୍ତିନି ବ୍ୟବହାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.