LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଟିମର ପ୍ରସ୍ତୁତି ଆରମ୍ଭ, ନୂଆ କିଟ୍‌ରେ ନଜର ଆସିଲେ ଖେଳାଳି

25/05/2023 at 9:52 PM

ନୂଆଦିଲ୍ଲୀ: ଆଇପିଏଲରେ ନିଜ ଟିମର ଅଭିଯାନ ଶେଷ ହେବା ପରେ ଲଂଣ୍ଡନ ପହଞ୍ଚିଥିବା ଭାରତୀୟ ଖେଳାଳି ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନ୍ୟପଟେ ବିସିସିଆଇ, ସ୍ପୋର୍ଟସୱେୟର ବ୍ରାଣ୍ଡ ଆଡିଡାସ୍ ଭାରତୀୟ ଟିମର ନୂଆ କିଟ୍ ପ୍ରାଯୋଜକ ଭାବେ ଘୋଷଣା କରିବା ଖେଳାଳି ନୂଆ କିଟ୍‌ରେ ନଜର ଆସିଛନ୍ତି । ପୁରୁଷ ଏବଂ ମହିଳାଙ୍କ ସିନିୟର କ୍ରିକେଟ୍ ଟିମ୍ ସହ ଆଡିଡାସ ଭାରତ-ଏ, ଭାରତ-ବି ଏବଂ ଭାରତ ଅଣ୍ଡର-୧୯ ପାଇଁ ମଧ୍ୟ କିଟ୍ ପ୍ରଦାନ କରିବ ।

ଆଇପିଏଲ ଅଭିଯାନ ଶେଷ ହେବା ପରେ କୋଚିଂ ଷ୍ଟାଫଙ୍କ ସହ ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ ଏବଂ ଜୟଦେବ ଉନାଦକଟ ଲଣ୍ଡନରେ ପହଞ୍ଚିଛନ୍ତି । ବିସିସିଆଇ ଦ୍ୱାରା ଜାରି ଫଟୋରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍ ଟି.ଦିଲ୍ଲୀପ ଏବଂ ବୋଲିଂ କୋଚ୍ ପାରସଙ୍କ ସହ ଶାର୍ଦୁଲ ଏବଂ ଉମେଶ ଯାଦବ ନଜର ଆସୁଛନ୍ତି ।

ଜୁନ ୭ରୁ ଦ ଓଭାଲର ମୈଦାନରେ ଡବ୍ଲୁଟିସି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଲାଗାତର ଦ୍ୱିତୀୟ ଥର ପାଇଁ ଟାଇଟଲ୍ ମୁକାବିଲାରେ ଭାରତ ସ୍ଥାନ ହାସଲ କରିଛି । ପୂର୍ବଥର ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ଇଶାନ କିଶନ (ୱିକେଟ୍ କିପର)।

ଷ୍ଟାଣ୍ଡବାଇ ଖେଳାଳି: ରିତୁରାଜ ଗାଇକୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ

   Related Posts