suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତୀୟ ମିଡିଲ ଅର୍ଡରକୁ ସଜାଡିବା ପାଇଁ ପ୍ରୟାସ ଆରମ୍ଭ: ଦଳକୁ ଫେରି ପାରନ୍ତି ଏହି ଦୁର୍ଦ୍ଧଶ ଖେଳାଳି

17/07/2019 at 4:19 PM

 

ନୂଆଦିଲ୍ଳୀ୧୭|୭:  ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ ହୋଇଥିଲା। ଟିମ ଇଣ୍ଡିଆ ସେମିଫାଇନାଲ ମ୍ୟାଚରେ କାହିଁକି ହାରିଲା, ଏନେଇ ଟିମ ମଧ୍ୟର ତର୍ଜମା ଜାରି ରହିଛି। କ୍ରିକେଟପ୍ରେମୀଙ୍କ କହିବାନୁଯାୟୀ,  ଟିମର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ସେମିଫାଇନାଲରେ ଟିମ ଇଣ୍ଡିଆ ପରାଜିତ ହୋଇଛି।

 ୨୦୧୧ ବିଶ୍ବକପରେ ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମାନଙ୍କ ପାଇଁ ଭାରତ ବିଶ୍ବକପ ବିଜେତା ହୋଇଥିଲା।ଟିମ  ଇଣ୍ଡିଆର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅଭାବ ରହିଛି। ଚଳିତ ବିଶ୍ବକପରେ ଟିମ ଇଣ୍ଡିଆର ମିଡିଲ ଅର୍ଡର ଖେଳାଳୀ ପ୍ରଦର୍ଶନ ଅତି ଶୋଚନୀୟ ଥିଲା। ଏବେ ପାଷ୍ଟ ଡାଉନରେ ବ୍ୟାଟିଂ କରିବା ପାଇଁ ଜଣେ ଏମିତି ଖେଳାଳିଙ୍କ ନାଁ ଉଠିଛି। ଯାହାଙ୍କ ଖେଳ ସମସ୍ତେ ପସନ୍ଦ କରନ୍ତି। ପୂର୍ବରୁ ନିଜର ଦମଦାର ଖେଳ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଅଜିଙ୍କ୍ୟ ରାହାଣେଙ୍କୁ ଟିମରେ ସାମିଲ କରିବା ପାଇଁ  ଚର୍ଚ୍ଚା ଜୋର ହେଲାଣି।

ଆଗାମୀ  ମ୍ୟାଚରେ ଧୋନୀ ଓ ବିରାଟଙ୍କୁ ଟିମରୁ ବାଦ ଦିଆଯାଇ ପାରେ ।  ତେଣୁ ରାହାଣେଙ୍କ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ବୋଲି କ୍ରିକେଟପ୍ରେମୀ କହିଛନ୍ତି। ଆଗାମୀ ଦିନିକିଆ ସିରିଜ ପାଇଁ ବିସିସିଆଇ ଅଜିଙ୍କ୍ୟ ରାହାଣେଙ୍କୁ ଚୟନ କରିପାରେ ବୋଲି ଚର୍ଚ୍ଚ ଜୋର ଧରିଛି। ଏଥିସହ ରୋହିତ ଶର୍ମାଙ୍କୁ  ଦଳର ଅଧିନାୟକ କରାଗଲେ ଆଗାମୀ  ଏକଦିବସୀୟ ସିରିଜ ମ୍ୟାଚରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ ସମୀକ୍ଷକ ମତ ରଖିଛନ୍ତି।

   Related Posts