ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ୟୁଏଇରୁ କେରଳ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ

14/07/2022 at 8:28 PM

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା କେରଳର କୋଲ୍ଲମରୁ ଚିହ୍ନଟ ହୋଇଛି । ୟୁଏଇରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ପାଇଁ ପୁନେ ସ୍ଥିତି ଏନଆଇଭି ପଠାଇଥିଲା । ଏବେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହାସହ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଭାରତରେ ଚିହ୍ନଟ ହୋଇଛି.

ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଗଠନ କରି କେରଳ ପଠାଇବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରଙ୍କୁ ସହଯୋଗ କରିବା ସହ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପରାମର୍ଶ ଯୋଗାଇବ ଏହି କେନ୍ଦ୍ରୀୟ ଟିମ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଏହି ଆସନ୍ତାକାଲି ଜୁଲାଇ ୧୫ରେ ଭାରତର ଏହି ଦକ୍ଷିଣ ରାଜ୍ୟ ଗସ୍ତ କରିବ।  

ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସୂଚନା ଦେଇ କହିଥିଲା, ବ୍ୟକ୍ତି ଜଣଙ୍କ ତିନି ଦିନ ପୂର୍ବେ ୟୁଏଇରୁ ଫେରିଥିଲେ । ଏଠାରେ ପହଞ୍ଚିବା ପରେ ହାଠତ ସେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ପୂର୍ବରୁ ସତର୍କ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ପୂର୍ବରୁ ଏଥିପାଇଁ ଗାଇଡଲାଇନ ଜାରି କରିଛି।

ଡବ୍ଲୁଏଚଓ ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଦେଶରେ ମଙ୍କିପକ୍ସର ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇସାରିଛି । ଆସନ୍ତା ଜୁଲାଇ ୧୮ରେ ଡବ୍ଲୁଏଚଓର ବିଶେଷଜ୍ଞ କମିଟିର ଏହା ଉପରେ ବୈଠକ ହେବ।

   Related Posts