ଭାରତ-ଚୀନ କେହି କାହାର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ: ଚୀନ ରାଷ୍ଟ୍ରଦୂତ

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲଦାଖର ପୂର୍ବାଞ୍ଚଳର ଗଲୱାନ ଭ୍ୟାଲିକୁ ନେଇ ଦୁଇ ବର୍ଷରୁ ଅଧିକ ସମୟ ହେବ ବିବାଦ ଲାଗି ରହିଛି। ଆଉ ଗତ 3 ବର୍ଷ ହେଲା ଭାରତରେ ଚୀନର ରାଷ୍ଟ୍ରଦୂତ ଦାୟତ୍ୱ ସମ୍ଭାଳୁଛନ୍ତି ସୁନ ୱେଇଡଙ୍ଗ। ହେଲେ ଏବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ତାଙ୍କ ବଦାୟୀକାଳିନ ଭାଷଣରେ ଉଭୟ ଚୀନ ଓ ଭାରତକୁ ପରାମର୍ଶ ଦେଇଛନ୍ତି। ଦୁଇ ଦେଶ କେହି କାହାରି ଅନ୍ତରୀଣା ମାମଲାରେ ହସ୍ତକ୍ଷେପ କରିବା କଥା ନୁହେଁ ବୋଲି ୱେଇଡଙ୍ଗ କହିଛନ୍ତି।  

ଭାରତର ରାଷ୍ଟ୍ରଦୂତ ଦାୟିତ୍ୱ ସମ୍ବାଳିବା ଭୁଲିହେବନି ବୋଲି ୱେଇଡଙ୍ଗ କହିବା ସହିତ ଭାରତ ଓ ଚୀନ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ କହିଛନ୍ତି। ଏନେଇ ସେ କହିଛନ୍ତି ଚୀନ ଓ ଭାରତ ମଧ୍ୟରେ ମତଭେଦ ହେବା ସ୍ୱଭାବିକ। ତେଣୁ ଆଲୋଚନା କରି ସମାଧାନ କରିବାକୁ ବିଦାୟୀ ଚୀନ ରାଷ୍ଟଦୂତ କହିଛନ୍ତି। ସେ କହିଛନ୍ତି    ମୂଳ କଥା ହେଲା ମତ ଭେଦକୁ କେମିତି ଦୂର କରାଯିବ। ଆମ ଦୁଇ ଦେଶର ସାମୁହିକ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେବା ଦରକାର। ଏହା ବିଭେଦ ଠାରୁ ବି ଅନେକ ବଡ଼। ଏହି ମତଭେଦ ଦୂର କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରୟାଶ ହେବା ଦରକାର। ମତାନ୍ତର କେତେ ବଡ଼ ତାହା ନଦେଖି ଆଲୋଚନା ଓ ପରାମର୍ଶ ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବା ଦରକାର।

ଦୁଇ ଦେଶ ମଧ୍ୟରେ ଭୁଲ ବୁଝମଣା ରହିବା କଥା ନୁହେଁ। ଦୁହେଁ ପରସ୍ପର ସହିତ କଥାବାର୍ତ୍ତା କରି ଏସୁବ ଦୂର କରିବା ଆବଶ୍ୟକ ବୋଲି ଅବସର ନେଉଥିବା ଚୀନ ରାଷ୍ଟ୍ରଦୂତ ୱେଇଡଙ୍ଗ କହିଛନ୍ତି।

ଦୁଇ ଦେଶର ଭୂରାଜନୈତିକ ସ୍ଥିତି ଉପରେ ଗୁରୁତ୍ୱ ଦେଇ ସନ ୱଇଡଙ୍ଗ କହିଛନ୍ତି “ଚୀନ-ଭାରତ ହଜାର ହଜାର ବର୍ଷ ହେଲା ପଡ଼ୋଶୀ ହୋଇ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ। କିନ୍ତୁ ଯଦି ପଶ୍ଚିମାଞ୍ଚଳ ଭୂରାଜନୈତିକ ସ୍ଥିତି ଏଠି ଲାଗୁ କରାଯାଏ ତେବେ ଆମେ ବି ପରସ୍ପରକୁ ଶତ୍ରୁ ନଜରରେ ଦେଖିବା। ଏମିତିରେ ଯୁଦ୍ଧ ଓ ପ୍ରତିଯୋଗିତା ହିଁ ଆଲୋଚନର ମୁଖ୍ୟ ଦିଗ ରହିବ।”

ସନ ତାଙ୍କ ଶେଷ ଭାଷଣରେ ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କର କଥାକୁ କୋଟ୍ କରିଛନ୍ତି। ସେ କହିଛନ୍ତି “ ଆମେ ପୂର୍ବରେ ରହୁଥିବା ଲୋକ ନା ପଶ୍ଚିମ ଲୋକଙ୍କ ଚିନ୍ତାଧାରାକୁ ଉଧାରରେ ଆଣିପାରିବ ନା ତାଙ୍କ ସ୍ୱଭାବକୁ। ଆମେ ଜନ୍ମଗତ ଅଧିକାରକୁ ଖୋଜିବାର ଆବଶ୍ୟକତା ରହିଛି।” ମୁଁ ରବୀନ୍ଦ୍ର ନାଥଙ୍କ କଥାରେ ଏକମତ। ସେହିପରି ଭାରତ-ଚୀନ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ1800 ଭିସା ଭାରତୀୟ ଛାତ୍ରଛାତ୍ରୀଙ୍କୁ ପାଇଁ ଲାଗୁ କରାଯାଇଛି। ଏବଂ ଆଶା କରୁଛି ଯେ ଦୁଇ ଦେଶ ମଧ୍ୟରେ ଆହୁରି ଭିଜା ନେଣଦେଣ କାର୍ଯ୍ୟ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.