ଚୀନ ସେନାକୁ ପଛକୁ ହଟାଇ ଗୁରୁତ୍ୱପୂର୍ଣ ପୋଷ୍ଟରେ କବଜା କଲା ଭାରତୀୟ ସେନା-ରିପୋର୍ଟ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧/୦୯ : ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ପୁଣିଥରେ ସ୍ଥିତି ଗମ୍ଭୀର ଥିବା ମଧ୍ୟରେ ଖବର ଆସିଛି ଯେ ଭାରତୀୟ ସେନା ପିପୁଲସ ଲିବରେସନ ଆର୍ମି (PLA) ପଛକୁ ପକାଇ ରଣନୀତିକ ରୂପରେ ଏକ ମହତ୍ଵପୁର୍ଣ ପୋଷ୍ଟରେ କବଜା କରିଛି | ଅଗଷ୍ଟ ୨୯ ଓ ୩୦ ତାରିଖରେ ଦକ୍ଷିଣୀ ପିୟୋଙ୍ଗ ଉପତ୍ୟକା ପାଖରେ PLA ସୈନିକ ସ୍ଥିତି ବଦଳାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ଭାରତୀୟ ସେନାଙ୍କ ଦ୍ୱାରା ବିଫଳ ହୋଇଥିଲେ | ବ୍ରିଟେନର ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫର ଏକ ଖବରର ଦାବି ଅନୁଯାୟୀ, ଚୀନର ଏକ ସୈନ୍ୟ ପୋଷ୍ଟରେ ଭାରତୀୟ ସେନା କବଜା କରିଛି |

ରିପୋର୍ଟ ଅନୁଯାୟୀ, PLA ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରି କବଜା କରିବାକୁ ଚେଷ୍ଟା କରିଥିଲା | ଟେଲିଗ୍ରାଫ ଖବରରେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଚୀନର ଜବାବରେ ଭାରତୀୟ ସ୍ପେଶାଲ ଅପରେସନ ବାଟାଲିୟନ ଏକ ମହତ୍ଵପୁର୍ଣ ଶିବିରରେ କବଜା କରିଛି | ଚୁଶୁଲ ଗାଁ ନିକଟରେ ଚୀନ ସେନାକୁ ପଛକୁ ହଟାଇ ଦେଇଛି | ସୂତ୍ର ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାର ଆଶଙ୍କା ରହିଛି | ଉଭୟ ଦେଶ ମଧ୍ୟରେ ପ୍ରଥମଥର ପାଇଁ ଗଲୱାନ ଘାଟିରେ ଜୁନ ୧୫ ତାରିଖରେ ହିଂସା ଘଟଣା ଘଟିଥିଲା | ଏଥିରେ ଭାରତୀୟ ସେନାର ୨୨ ଯବାନ ଶହୀଦ ହୋଇଥିଲେ | ତେବେ ଚୀନ ତାର ହତାହତ ହୋଇଥିବା ସୈନିକଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନଥିଲା | କିନ୍ତୁ ଆମେରିକାର ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ ଚୀନର ୩୫ ସେନା ହତାହତ ହୋଇଥିଲେ | ଭାରତ ଓ ଚୀନ ଗତ ଅଢେଇ ମାସରେ ସୈନ୍ୟ ଓ ରାଜନୈତିକ ସ୍ଥରରେ ଆଲୋଚନା କରିଥିଲେ କିନ୍ତୁ ପୂର୍ବ ଲଦାଖ ମାମଲାରେ କୌଣସି ସମାଧାନ ହୋଇପାରିନାହିଁ | ପୂର୍ବ ଲଦାଖରେ ଉତ୍ତେଜନା କମ କରିବାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା | କଥାବାର୍ତ୍ତା ପରେ ଜୁଲାଇ ୬ ତାରିଖରେ ଉଭୟ ପକ୍ଷରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା | କିନ୍ତୁ ଅଗଷ୍ଟ ୨୯ ଓ ୩୦ ତାରିଖରେ ଚୀନ ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା | କିନ୍ତୁ ଭାରତୀୟ ସେନା ତାଙ୍କ ଯୋଜନା ପଣ୍ଡ କରିଦେଇଥିଲେ | ସେନା ପ୍ରବକ୍ତା କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ପୂର୍ବ ଲଦାଖରେ ଗତିରୋଧରେ ସୈନ୍ୟ ଓ ରାଜନୈତିକ ଜରିଆରେ ହୋଇଥିବା ସହମତିର ଉଲଙ୍ଘନ କରାଯାଇଛି | ମାମଲାର ସମାଧାନ ପାଇଁ ଚୁଶୁଲରେ ବ୍ରିଗେଡ କମାଣ୍ଡର ସ୍ଥରୀୟ ଏକ ବୈଠକ ହେଉଛି | ସେ କହିଛନ୍ତି ଯେ ଭାରତୀୟ ସେନା ଆଲୋଚନା ମାଧ୍ୟମରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ପ୍ରତିବଦ୍ଧ କିନ୍ତୁ ଏହାସହ ଦେଶର କ୍ଷେତ୍ରୀୟ ଅଖଣ୍ଡତା ରକ୍ଷା କରିବା ପାଇଁ ମଧ୍ୟ ସେତିକି ପ୍ରତିବଦ୍ଧ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.