ଅରୁଣାଚଳରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ, ଉଭୟ ଦେଶର ଅନେକ ସୈନିକ ଆହତ ସୂଚନା

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ପୁଣି ଥରେ ବଡ଼ ଧରଣର ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ଦୁଇ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି । ଏହି ସଂଘର୍ଷ ତାୱାଙ୍ଗ ନିକଟରେ ହୋଇଛି । ତେବେ ଭାରତୀୟ ସେନା ପକ୍ଷରୁ ଏହା ଉପରେ ସରକାରୀ ବୟାନର ଅପେକ୍ଷା ରହିଛି । ଏହି ସଂଘର୍ଷରେ ଉଭୟ ଦେଶର ବହୁ ସୈନିକ ଆହତ ହୋଇଥିବା ଖବର ସାମନାକୁ ଆସିଛି । ସୀମାରେ ଏହି ସଂଘର୍ଷ ଡିସେମ୍ୱର ୯ରେ ହୋଇଥିବା ଜଣାପଡିଛି ।

wp:html /wp:html

ଖବର ଅନୁସାରେ ତୱାଙ୍ଗରେ ଚୀନର ପିଏଲଏ ଏଲଏସିରେ ପହଞ୍ଚିବାକୁ ଚାହୁଁଥିଲା । ଚୀନ ସୈନିକଙ୍କ ଏହି ପଦକ୍ଷେପକୁ ସେଠାରେ ନିୟୋଜିତ ଭାରତୀୟ ସୈନିକ ଦୃଢତା ଏବଂ ଶକ୍ତିର ସହ ଜବାବ ଦେଇଥିଲେ । ଏହି ସମୟରେ ଦୁଇ ସେନା ମଧ୍ୟରେ ସଂଘର୍ଷ ବି ହୋଇଥିଲା । ଏଥିରେ ଉଭୟ ସେନାର କିଛି ସୈନିକ ଆହତ ମଧ୍ୟ ହୋଇଥିଲେ। ତେବେ ଭାରତୀୟ ଯବାନ ଚୀନ ସେନାକୁ ଏଲଏସି ନିକଟରେ ପହଞ୍ଚିବାକୁ ଦେଇ ନଥିଲେ।  

ରିପୋର୍ଟ ଅନୁସାରେ ୩୦୦ରୁ ଅଧିକ ଚୀନ ସୈନିକ ୧୭ ହଜାର ଫୁଟ ଉଚ୍ଚରେ ଭାରତ ସୀମା ଆଡକୁ ବଢୁଥିଲେ । ଭାରତୀୟ ସେନା ଚୀନ ସୈନିକଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ଏହି ଅଞ୍ଚଳ ଏବେ ବରଫରେ ଆଚ୍ଛାଦିତ ହୋଇ ରହିଛି । ସେନାର ସୂତ୍ର ଅନୁସାରେ ଏହି ସଂଘର୍ଷରେ ଅଧିକ ଚୀନ ସୈନିକ ଆହତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସୈନିକ ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଏହି ଅଞ୍ଚଳରେ ଚୀନ ସୈନିକଙ୍କୁ ରୋକିଥିଲେ । ଅରୁଣାଚଳରେ ପ୍ରାୟ ୨୦୦ ପିଏଲଏ ଯବାନ ଏଲଏସି ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଥିଲେ । ସେତେବେଳେ ଭାରତୀୟ ସେନା ସେମାନଙ୍କୁ ସେଠାରୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ । ଏହା ପୂର୍ବରୁ ୨୦୨୦ରେ ଗଲୱାନରେ ଚୀନ ଏହିପରି ଏକ ଉଦ୍ୟମ କରିଥିଲା । ଏହି ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ଅନେକ ଚୀନ ସୈନିକ ମୃତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.