scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍ଗୋଲିଆରେ ଚାଲିଛି ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ: ବିବାଦ ଭୁଲି ଏକାଠି ସମରାଭ୍ୟାସ କଲେ ଭାରତ, ଆମେରିକା, ଚୀନ

20/06/2023 at 7:36 PM

Khaan Quest 2023

ନୂଆଦିଲ୍ଲୀ, ୨୦/୦୬: ଭାରତ ଏବଂ ଆମେରିକା ସହ ଚୀନର ତିକ୍ତତା ଲାଗି ରହିଛି। ଏବେବି ଚୀନ୍‌ ସହ ଭାରତର ସୀମା ବିବାଦ ଜାରି ରହିଛି। କିନ୍ତୁ ଏହାରି ମଧ୍ୟରେ ତିନି ଦେଶ ନିଜ ନିଜ ମଧ୍ୟରେ ଥିବା ବିବାଦକୁ ଭୁଲାଇ ଏକାଠି ସମରାଭ୍ୟାସ କରିଛନ୍ତି। ପ୍ରକୃତରେ ମଙ୍ଗୋଲିଆରେ ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ହେଉଛି ଯାହା Exercise Khaan Quest-2023 ଭାବରେ ଜଣା। ଆମେରିକା, ଭାରତ ଏବଂ ଚୀନ ତିନିଟି ଯାକ ଦେଶ ଏହି ବହୁରାଷ୍ଟ୍ରୀୟ ସେନା ଅଭ୍ୟାସରେ ଭାଗ ନେଇଛନ୍ତି।

ସେହିଭଳି, ଦକ୍ଷିଣ କୋରିଆ, ଜାପାନ ଏବଂ ଅଷ୍ଟ୍ରେଲିଆ ସହ ‘ଏକ୍ସସାଇଜ ଖାନ୍‌ କ୍ବେଷ୍ଟ-୨୦୨୩’ରେ ପ୍ରାୟ ୨୦ ଦେଶ ଭାଗ ନେଉଛନ୍ତି। ଏହି ସମରାଭ୍ୟାସ ସୋମବାର ଆରମ୍ଭ ହୋଇଥିଲା। ମଙ୍ଗୋଲିଆର ରାଷ୍ଟ୍ରପତି ଉଖନାଗିନ ହୁରେଲସୁଖ ଏହାର ଉଦ୍‌ଘାଟନ କରିଛନ୍ତି। ମଙ୍ଗୋଲିଆର ସେନା ଏବଂ ୟୁନାଇଟେଡ ଷ୍ଟେଟ୍ସ ଆର୍ମି ପାସିଫିକ୍‌ କମାଣ୍ଡ (USARPAC) ଏହି ସୈନ୍ୟ ଅଭ୍ୟାସର ପ୍ରାୟୋଜକ।

ଭାରତ ତରଫରୁ ଭାରତୀୟ ସେନାର ପ୍ରତିନିଧିତ୍ବ ଗଢ଼ଓ୍ବାଲ ରାଇଫଲ୍ସର ଏକ ଗ୍ରୁପ୍‌ କରୁଛନ୍ତି। ସୈନ୍ୟ ଅଭ୍ୟାସ ଭାରତୀୟ ସେନା ଏବଂ ଭାଗ ନେଉଥିବା ଦେଶଙ୍କ ମଧ୍ୟରେ, ବିଶେଷ କରି ମଙ୍ଗୋଲୀୟ ସଶସ୍ତ୍ର ବଳଙ୍କ ସହ ପ୍ରତିରକ୍ଷା ସହଯୋଗ ସ୍ତରକୁ ବଢ଼ାଇବ। ଏହାଦ୍ବାରା ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ମଧ୍ୟ ବଢ଼ିବ।

ମଙ୍ଗୋଲିଆର ରାଜଧାନୀ ଉଲନ ବାଟୋରର ଫାଇଭ ହିଲ୍ସ ଟ୍ରେନିଂ ଅଞ୍ଚଳରେ ହେଉଥିବା ସମରାଭ୍ୟାସରେ ସମୁଦାୟ ୧୧୦୦ ସୈନିକ ସମରାଭ୍ୟାସ କରୁଛନ୍ତି। ୧୪ ଦିନ ଧରି ହେବାକୁ ଥିବା ଏହି ଅଭ୍ୟାସର ଉଦ୍ଦେଶ୍ୟ, ଭାଗ ନେଇଥିବା ଦେଶଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଦ୍‌ଭାବନାକୁ ବଢ଼ାଇବା। ସେନାକର୍ମୀଙ୍କୁ ଟ୍ରେନିଂ ଦେବା ଏବଂ ସେମାନଙ୍କ ସହ ଅନୁଭୂତି ବାଣ୍ଟିବା ଏହି ସୈନ୍ୟ ଅଭ୍ୟାସର ଉଦ୍ଦେଶ୍ୟ ରହିଛି । ଏହି ସେନା ଅଭ୍ୟାସ ଭବିଷ୍ୟତରେ ମିଳିତ ରାଷ୍ଟ୍ର ଶାନ୍ତି ଅଭିଯାନ ପାଇଁ ଏଥିରେ ଭାଗ ନେଉଥିବା ଦେଶଙ୍କୁ ଭବିଷ୍ୟତର ଅଭିଯାନ ପାଇଁ ପ୍ରସ୍ତୁତ କରିବ। ସୈନ୍ୟ ଅଭ୍ୟାସରେ କମାଣ୍ଡ ପୋଷ୍ଟ ଏକ୍ସରସାଇଜ୍ (ସିପିଏକ୍ସ), ଫିଲ୍ଡ ଟ୍ରେନିଂ ଏକ୍ସରସାଇଜ୍ (ଏଫଟିକ୍ସ), ଯୁଦ୍ଧ ସମୟରେ ହେବାକୁ ଥିବା ଚର୍ଚ୍ଚା, ଶିକ୍ଷା ଏବଂ ପ୍ରଦର୍ଶନ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ପୂର୍ବଠାରୁ ଅଧିକ ମଜଭୁତ ଏବଂ ନିବିଡ଼: WSJକୁ ପିଏମ୍ ମୋଦୀ

   Related Posts