ବ୍ରହ୍ମପୁତ୍ର ବେସିନ୍ ଉପରେ ଡ୍ରାଗନର କୁ-ଦୃଷ୍ଟି, ଭାରତରେ ଡ୍ରଫ୍‌ଆଉଟ୍ ପ୍ଲାନ୍ ରଚୁଛି ଚୀନ୍

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ: ଏଲଏସି ପରେ ଏବେ ଡ୍ରାଗନର ଆଖି ବ୍ରହ୍ମପୁତ୍ର ବେସିନ୍ ଉପରେ ପଡ଼ିଛି । ବ୍ରହ୍ମପୁତ୍ର ନଦୀ ଅବବାହିକାରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି । ବ୍ରହ୍ମପୁତ୍ରରେ ପୁଣି ଏକ ବଡ଼ ବନ୍ଧ ନିର୍ମାଣ କରି ଜଳ ବିଦ୍ୟୁତ୍ ଉତ୍ସ ବସାଇବାକୁ ଚେଷ୍ଟ ଚଳାଇଛି ଚୀନ୍ । ମାତ୍ର ଏହି ଦାବିକୁ ବାରମ୍ବାର ଖଣ୍ଡନ କରିବାରେ ଲାଗିଛି । ହେଲେ ନେଦରଲାଣ୍ଡର ଥିଙ୍କଟେକ୍ ସଂସ୍ଥା ‘ୟୁରୋପିଆନ୍ ଫାଉଣ୍ଡାସନ୍ ଫର୍ ସାଉଥ୍ ଏସିଆନ୍ ଷ୍ଟଡିଜ’ରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।  

ଏଲଏସିରେ ବାରମ୍ବାର ଉତ୍ତେଜନ କରୁଥିବା ଚୀନ୍ ଏବେ ବ୍ରହ୍ମପୁତ୍ର ବେସିନରେ ନିଜର ସ୍ଥିତି ଜାହିର କରିବାକୁ ଲଗାତାର ଭାବେ ପ୍ରୟାସ ଚଳାଇଛି । ଥିଙ୍କଟେକ୍ ରିପୋର୍ଟ ମୁତାବକ, ଭାରତ-ଚୀନ ମଧ୍ୟରେ ଜଳ ବିଦ୍ୟୁତ ଉତ୍ସରେ ପରିବର୍ତ୍ତନ ଓ କ୍ଷେତ୍ରୀୟ ରାଜନୈତିକ ଶକ୍ତି ବୃଦ୍ଧିରେ ପ୍ରତିଯୋଗିତା ଲାଗିଛି । ଫଳରେ ଦକ୍ଷିଣ ଏସିଆରେ ଉତ୍ତେଜନ ହ୍ରାସ ପାଇବା ବଦଳରେ ବଢ଼ିବାରେ ଲାଗିଛି । ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଚୀନ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଏଥିପାଇଁ ବିକାଶିତ ମଡେଲ ଓ ବିନିମୟ ଉଦ୍ୟୋଗ ନିର୍ମାଣ କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି । ଚୀନର ଅଧିକାଂଶ ହାଇଡ୍ରୋ ପ୍ଲାଣ୍ଟ୍ ଜୈବିକ ଇନ୍ଧନ ଦ୍ବାରା ଚାଲୁଛି । ଫଳରେ ପରିବେଶ ପ୍ରଦୁଷଣ ବଢିବାରେ ଲାଗୁଛି । ତେଣୁ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବିଶ୍ବ ସମୁଦାୟ ଚୀନ ଉପରେ ଚାପ ପକାଉଥିଲେ । ତେଣୁ ଜଳ ବିଦ୍ୟୁତ ଉତ୍ପାଦନ ନବୀକରଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଯାହାକୁ ନେଇ ବ୍ରହ୍ମପୁତ୍ର ବେସିନରେ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ବଢୁଛି ।

୨୦୬୦ ସୁଧା ଚୀନ୍ କର୍ବନ୍ ପରିମାଣ କମ୍ କରିବାକୁ ଲକ୍ଷ୍ୟ ରଖିଛି । ଜଳ ବିଦ୍ୟୁତ୍ ଉତ୍ପାଦନରେ ଜିଙ୍ଗପିଙ୍ଗ ସରକାର ସବୁଠାରୁ ଆଗରେ ରହିବାକୁ  ଚେଷ୍ଟ ଜାରି ରଖିଛି । ୨୦୩୦ ସୁଧା ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ।  ସେପଟେ ଭାରତ ମଧ୍ୟ ପ୍ରାକୃତିକ ଉତ୍ସ ଅଧିକ ବିଦ୍ୟୁତ୍ ଉତ୍ପାଦନ କରି କାର୍ବନର ମାତ୍ର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ୨୦୩୦ ସୁଧା ଜଳ ବିଦ୍ୟୁତ ଉତ୍ପାଦନ ୪୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି । ୨୦୧୮ରେ ଭାରତ ଉତ୍ସ ଗୁଡିକୁ ନବୀକରଣ କରି ଉତ୍ପାଦନ କ୍ଷମତାକୁ ଦୁଇଗୁଣା କରିଛି । ୟୁରୋପିଆନ୍ ଫାଉଣ୍ଡାସନ୍ ଫର୍ ସାଉଥ୍ ଏସିଆନ୍ ଷ୍ଟଡିଜର ରିପୋର୍ଟ ମୁତାବକ ଭାରତ ପାଖରେ ୫ଟି ବଡ଼ ଜଳ ବିଦ୍ୟୁତ୍ ଉତ୍ପାଦନ ଉତ୍ସ ରହିଛି ।

ବିଶେଷଜ୍ଞଙ୍କ ମତରେ ଚୀନ ୟାର୍ଲୁଙ୍ଗ ନଦୀ ତଥା ବ୍ରହ୍ମପୁତ୍ରର ତୀବ୍ବତ୍ ଭାଗରେ ହାଇଡ୍ରୋ ଇଲେକ୍ଟ୍ରିସିଟି ପ୍ଲାଣ୍ଟ ନିର୍ମାଣ କରିବାକୁ ଚାହୁଁଛି। ଏହି ପ୍ଲାଣ୍ଟ କାର୍ଯ୍ୟକାରୀ ହେଲେ ଚୀରସ୍ରୋତା ବ୍ରହ୍ମପୁତ୍ର ଭାରତରେ ଏକ ମୌସୁମୀ ନଦୀରେ ପରିଣତ ହେବ । ଫଳରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ପରେ ମରୁଡି ପରିସ୍ଥିତି ସୃଷ୍ଟି ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.