୩୫୦ ଚୀନୀ ସୈନିକ ଉପରେ ଭାରି ପଡିଥିଲେ ୧୦୦ ଭାରତୀୟ ସୈନିକ, ପୋଷ୍ଟ ଉଖାଡି ଏମିତି ଖାଲି କରାଇଲେ ପିପି-୧୪

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ ରାତିରେ ଘଟିଥିବା ସଂଘର୍ଷରେ ଶତ୍ରୁକୁ ମାରୁ ମାରୁ ୨୦ ଭାରତୀୟ ଯବାନ ସହିଦ ହୋଇଗଲେ। କିନ୍ତୁ ଏହି କାଳ ରାତ୍ରିରେ ଭାରତୀୟ ଯବାନ ଏମିତି ଜବାବ ଦେଇଛନ୍ତି ଯେ, ଚୀନ ଏହାକୁ କେବେ ଭୁଲି ପାରିବ ନାହିଁ। ବିଶେଷ କରି ବିହାର ରେଜିମେଣ୍ଟର ଯବାନଙ୍କ ହାତରେ ଯିଏ ପଡିଛି ଚୀନର ସେହି ସୈନିକ ଭାରତୀୟ ଯବାନ କଣ କରିପାରନ୍ତି ତାହା ବେଶ ଭଲ କରି ଜାଣିଛନ୍ତି। ନିଜର କମାଣ୍ଡିଙ୍ଗ ଅଫିସରଙ୍କ ଉପରେ ମରଣାନ୍ତ ଆକ୍ରମଣ ଦେଖି ଭାରତୀୟ ଯବାନ ଏମିତି କ୍ରୋଧିତ ହୋଇ ପଡିଥିଲେ ଯେ, ପାଟ୍ରୋଲିଙ୍ଗ ପୋଷ୍ଟ ୧୪ ଖାଲି କରିବା ପର୍ଯ୍ୟନ୍ତ ଚୀନ ସୈନିକଙ୍କୁ ଦୌଡି ଦୌଡି ମାରିଥିଲେ। ଏହି ପିପି-୧୪କୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା।

ଜୁନ ୧୫ ସନ୍ଧ୍ୟା ସମୟର କଥା। ଚୀନ ଓ ଭାରତ ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ରହିଥିଲା। ବୈଠକରେ ସ୍ଥିର ହୋଇଥିଲା ଯେ, ଭାରତ ଆଡକୁ ମାଡି ଆସୁଥିବା ଚୀନ ସୈନିକ ନିଜ ସ୍ଥାନକୁ ଫେରିଯିବେ। ବୈଠକର ଏହି ସନ୍ଦେଶ ନେଇ ୧୬ ବିହାର ରେଜିମେଣ୍ଟର କିଛି ଯବାନଙ୍କୁ ଚୀନ ପୋଷ୍ଟକୁ ପଠାଯାଇଥିଲା। ସେହି ସମୟରେ ଚୀନ ଶିବିରରେ ୧୧-୧୨ ସୈନିକ ଥିଲେ। ସେମାନଙ୍କୁ କୁହାଯାଇଥିଲା ଯେ, ବୈଠକରେ ସ୍ଥିର ହୋଇଛି , ଏହି ସ୍ଥାନରୁ ଆପଣଙ୍କ ସେନା ହଟିବେ। ମାତ୍ର ଚୀନ ସୈନିକ ଏମିତି କରିବାକୁ ମନା କରି ଦେଇଥିଲେ। ଏହା ପରେ ଭାରତୀୟ ସୈନିକ ଫେରି ଆସିଥିଲେ ଏବଂ  ବାକି ୟୁନିଟ୍‌କୁ ଏହାର ସୂଚନା ଦେଇଥିଲେ।

{"id":289450,"sizeSlug":"large"}

ଏହା ପରେ ଭାରତ ପକ୍ଷରୁ ପ୍ରାୟ ୫୦ ଯବାନ କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହିତ ଚୀନ ସୈନିକଙ୍କ ପାଖରେ ପହଞ୍ଚିଥିଲେ। କର୍ଣ୍ଣେଲ ସନ୍ତୋଷ ବାବୁ ଚୀନ ସୈନିକଙ୍କୁ ଉକ୍ତ ସ୍ଥାନରୁ ହଟି ଯିବାକୁ କହିଥିଲେ। ମାତ୍ର ଚୀନ ସୈନିକଙ୍କ ମନରେ ଆଉ କିଛି ରହିଥିଲା। ପ୍ରଥମ ଥର ସୂଚନା ନେଇ ଆସିଥିବା ଭାରତୀୟ ସେନା ଯିବା ପରେ ସେଠାରେ ନିଜର ୩୦୦ ରୁ ୩୫୦ ଯବାନଙ୍କୁ ଡକାଇ ଦେଇଥିଲା।

ସନ୍ତୋଷ ବାବୁଙ୍କ ଉପରେ ହମଲା ହେବାରୁ ଗର୍ଜିଲେ ଭାରତୀୟ ଯବାନ

{"id":289452,"sizeSlug":"large"}

ସନ୍ତୋଷ ବାବୁ ଯେବେ ନିଜ ଯବାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଲେ, ସେଠାରେ ବଡ ସଂଖ୍ୟାରେ ଚୀନ ଯବାନ ଥିଲେ। କଥାବାର୍ତ୍ତା ମଧ୍ୟରେ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା ଏବଂ ଶେଷରେ ଭାରତୀୟ ସୈନିକ ଚୀନର ଶିବିର ଭାଙ୍ଗି ସାମାନ ଫୋପାଡି ଦେଇଥିଲେ। ଅନ୍ୟପଟେ ପ୍ରଥମରୁ ଲଢିବାକୁ ମନସ୍ଥ କରି ସାରିଥିବା ଚୀନ ସୈନିକ ଭାରତୀୟ ସୈନିକଙ୍କ ଉପରେ ଅତର୍କିତ ହମଲା କରିଥିଲେ। ପ୍ରଥମ ହମଲା ସନ୍ତୋଷ ବାବୁଙ୍କ ଉପରେ ହୋଇଥିଲା। ସନ୍ତୋଷ ବାବୁ ତଳେ ପଡିଯିବା ଦେଖି ଭାରତୀୟ ଯବାନ କ୍ରୋଧିତ ହୋଇ ଯାଇଥିଲେ।

ଚୀନର ଭାରତଠୁ ଅଧିକ ଥିଲେ ମଧ୍ୟ ଭାରତୀୟ ଯବାନ ବାହାଦୂରୀ ସହିତ ଲଢିଥିଲେ। ଚୀନ ସୈନିକ ତଲଓ୍ଵାର ଓ ଲୁହା ରୋଡରେ ସୈନିକଙ୍କ ଉପରେ ହମଲା କରିଥିଲେ। ଭାରତୀୟ ଯବାନ ଶତ୍ରୁ ସୈନିକଙ୍କ ହାତରୁ ଏହି ଅସ୍ତ୍ର ଛଡାଇ ସେମାନଙ୍କ ଉପରେ ଜୋରଦାର ହମଲା କରିଥିଲେ। ଏଥିରେ ଚୀନର ଅନେକ ସୈନିକଙ୍କୁ ଗମ୍ଭୀର ଆଘାତ ଲାଗିଥିଲା। ସକାଳେ ସଂଘର୍ଷ ଶାନ୍ତ ହେବା ପରେ ଭାରତର ଯବାନ ଖୋଦ୍‌ ଚୀନୀ ସୈନିକଙ୍କ ଶରୀର ଚୀନକୁ ହସ୍ତାନ୍ତର କରିଥିଲେ।

{"id":289449,"sizeSlug":"large"}

ସୂଚନା ଅନୁଯାୟୀ, ଏହି ସଂଘର୍ଷରେ ଭାରତର ୧୦୦ ସୈନିକ ଥିବା ବେଳେ ଚୀନର ୩୫୦ ଯବାନ ସାମିଲ ଥିଲେ। ଏହା ପରେ ବି ବିହାର ରେଜିମେଣ୍ଟର ଯବାନ ପାଟ୍ରୋଲିଂ ପଏଣ୍ଟ ୧୪କୁ ଖାଲି କରି କି ହିଁ ରହିଲେ। ସଂଘର୍ଷ ସମାପ୍ତ ହେବା ପରେ ଚୀନ ସେଠାରୁ କିଛି ଦୂରରେ ପୁଣି ଥରେ ତମ୍ବୁ କାଢିଥିଲା। ସଂପ୍ରତି ଚୀନ ଓ ଭାରତ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ଆଲୋଚନା ଜାରି ରହିଛି। ଏଥିରେ ପିପି-୧୪, ପିପି-୧୫ ଏବଂ ପିପି-୧୭ ଉପରେ ବିବାଦ ସମାପ୍ତ କରିବାକୁ ଆଲୋଚନା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.