oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଗଲଓ୍ବାନ ସ୍ଥିତିର ପୁନରାବୃତ୍ତି ନ ହେବା ନେଇ ଭାରତ-ଚୀନ୍ ସହମତ, ୭୨ ଘଣ୍ଟା ପରସ୍ପର ଉପରେ ରଖିବେ ନଜର

2/07/2020 at 2:38 PM

ନୂଆଦିଲ୍ଲୀ ୨।୭: ଭାରତ-ଚୀନ୍ ସେନା ମଧ୍ୟରେ ୩୦ ଜୁନଠାରୁ ୧ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୧୨ ଘଣ୍ଟିଆ କମାଣ୍ଡରସ୍ତରୀୟ ଆଲୋଚନା କରିଛନ୍ତି । ଚୀନ୍ ର କମାଣ୍ଡର ମେଜର ଜେନେରାଲ ଲିଓ ଲିନ୍ ଭାରତର କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୭୨ ଘଣ୍ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ଉଭୟଙ୍କ ଉପରେ ନଜର ରଖିବେ ବୋଲି ସହମତି ପ୍ରକାଶ ପାଇଛି । ଅର୍ଥାତ୍ ଗଲଓ୍ବାନ ଘଟଣା ଭଳି ଘଟଣା ପୁଣି ଥରେ ନହେବା ନେଇ କଡା ନଜର ରଖାଯିବ । ଭାରତ ଏବଂ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ସତ୍ତ୍ବେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ରେ ବିବାଦ ଯେମିତି କି ସେମିତି ରହିଛି ।

ସୂତ୍ର ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ-ଚୀନ୍ ବିଦାର ଗ୍ରାଉଣ୍ଡ ଜିରୋକୁ ଯିବେ । ରାଜନାଥ ସିଂହ ଶୁକ୍ରବାର ଦିନ ଲେହରେ ପହଞ୍ଚି ପୂର୍ବ ଲଦାଖରେ ଚୀନ୍ ସହ ବିବାଦର ସ୍ଥିତି ଉପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରୀ ଲଦାଖରେ ମୁତୟନ ଯବାନମାନଙ୍କ ସହ ମଦ୍ୟ ସାକ୍ଷାତ କରିବେ ଏବଂ ଗଲଓ୍ବାନର ବୀର ସୈନିକମାନଙ୍କୁ ଭେଟିବାକୁ ହସ୍ପିଟାଲକୁ ଯିବେ ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ୭ ସପ୍ତାହ ଧରି ଦୁଇ ଦେଶର ସେନା ମଧ୍ୟରେ ବୃଦ୍ଧି ପାଇଥିବା ବିବାଦରୁ ହ୍ରାସ କରିବା ଉଦ୍ଦେଶ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ସୂତ୍ର ଅନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ ର ତାଙ୍କ ସମକକ୍ଷଙ୍କ ସହ ଜୁନ୍ ୧୭ରେ ହୋଇଥିବା ସହମତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଲୋଚନାରେ ଦାୟିତ୍ବର ସହ ସମଗ୍ର ପରିସ୍ଥିତିର ସମ୍ମୁଖୀନ ହେବା ନେଇ ସହମତି ପ୍ରକାଶ ପାଇଥିଲା । ସୂତ୍ର ଅନୁସାରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ରୁ ପଛକୁ ହଟିବା ପ୍ରକ୍ରିୟା ଜଟିଳ ଅଟେ । ସେ କହିଛନ୍ତି ଯେ, ବୈଠକରେ ହୋଇଥିବା ଆଲୋଚନାରେ ବ୍ୟକ୍ତ ହେଉଛି ଯେ, ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲରେ ବିବାହ କମାଇବା ପାଇଁ ଉଭୟ ପକ୍ଷ ପ୍ରତିବଦ୍ଧ ଅଟେ । ଆପୋଷ ବୁଝାମଣା ଉଚିତ୍ ସମାଧାନ ଉପରେ ପହଞ୍ଚିବା ପାଇଁ ସୈନ୍ୟ, କୁଟନୈତିକ ସ୍ତରରେ ଅଧିକ ବୈଠକ ହେବାର ସମ୍ଭାବନା ରହିଛି ।

   Related Posts