ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଜଷ୍ଟିନ୍ ଟ୍ରୁଡୋ, ୪ ଦିନ ପରେ ଦେଲେ ଜବାବ ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 10, 2024 IST

HT

ନୂଆଦିଲ୍ଲୀ: ଭାରତରେ ଲୋକସଭା ନିର୍ବାଚନ ପରେ ନୂତନ ସରକାର ଗଠନ ହୋଇଛି। ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱ ନେତା ଅଭିନନ୍ଦନ ଜଣାଇଛନ୍ତି। 

ସେପଟେ ଭାରତ ସହ ସମ୍ପର୍କ ମଧ୍ୟରେ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଚାରି ଦିନ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଅଭିନନ୍ଦନ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରୁଡୋଙ୍କୁ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି।

ଚାରି ଦିନ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଜବାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପାରସ୍ପରିକ ବୁଝାମଣା ଏବଂ ପରସ୍ପରର ଚିନ୍ତାଧାରାକୁ ସମ୍ମାନ ଦେବା ଆଧାରରେ ଭାରତ କାନାଡା ସହ କାମ କରିବାକୁ ଅପେକ୍ଷା କରିଛି। ଅଭିନନ୍ଦନ ଓ ଶୁଭେଚ୍ଛା ପାଇଁ କାନାଡାର ପିଏମଙ୍କୁ ଧନ୍ୟବାଦ। 

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ନିର୍ବାଚନରେ ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ମାନବିକ ଅଧିକାର, ବିବିଧତା ଏବଂ ଆଇନର ନିୟମ ଉପରେ ଆଧାର କରି ଆମର ସମ୍ପର୍କକୁ ଆଗକୁ ବଢାଇବା ପାଇଁ କାନାଡା ସେମାନଙ୍କ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି। ପ୍ରକାଶଥାଉକି- ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଗତ ବର୍ଷ ଠାରୁ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.