WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡ଼ାକୁ ପୁଣି ଝଟକା; ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଭାରତର ନିର୍ଦ୍ଦେଶ

3/10/2023 at 11:25 AM

ନୂଆଦିଲ୍ଲୀ: ଆହୁରି ତିକ୍ତତା ହେଲା ଭାରତ-କାନାଡ଼ା ବିବାଦ । ଭାରତ ସରକାର କାନାଡ଼ାକୁ ପୁଣି ଝଟକା ଦେଇଛନ୍ତି । ୪୦ରୁ ଅଧିକ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି ଭାରତ । ଗଣମାଧ୍ୟମ ସୂଚନା ଅନୁଯାୟୀ, ଭାରତରେ କାନାଡାର ୬୨ କୂଟନୈତିକ କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ସଂଖ୍ୟା ହ୍ରାସ କରିବାକୁ କୁହାଯାଇଛି । ୪୧ଜଣଙ୍କୁ ୧୦ ଅକ୍ଟୋବର ସୁଦ୍ଧା ଫେରାଇ ନେବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଫାଇନାନ୍ସିଆଲ୍ ଟାଇମ୍ସର ସରକାରୀ ସୂତ୍ରୁ ଜଣାପଡ଼ିଛି ଯେ, ଯେଉଁ କୂଟନୈତିକଙ୍କୁ ଧମକ ମିଳିଥିଲା ସେମାନଙ୍କୁ ଫେରାଇ ନେବାକୁ କାନାଡାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୧୦ ଅକ୍ଟୋବର ସୁଦ୍ଧା ଦେଶ ଛାଡ଼ିବାକୁ କୁହାଯାଇଛି ।

ଗତ ସପ୍ତାହରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏକ ବୟନ ଦେଇ ଭାରତକୁ ଟାର୍ଗେଟ୍ କରିଥିଲେ । ସେ ବୟାନରେ ଅଭିଯୋଗ କରି କହିଥିଲେ, ଖଲିସ୍ତାନୀ ଅତଙ୍କବାଦୀ ହରଦୀପ ସିଂହ ନିଜ୍ଜର ମୃତ୍ୟୁ ମାମଲାରେ ଭାରତ ସମ୍ପୃକ୍ତି ରହିଛି । ସେପଟେ ଭାରତ ସରକାର ଏହାକୁ ଖାରଜ କରିଛନ୍ତି । ଏସବୁ ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, କାନାଡା ସରକାର ଆତଙ୍କବାଦୀ, ଉଗ୍ରବାଦୀ ଓ ହିଂସାକୁ ପ୍ରୋତ୍ସାହିତ କରୁଥିବାରୁ ଭାରତ ଓ କାନାଡା ମଧ୍ୟରେ ସଂପର୍କ ତୁଟିବାରେ ଲାଗିଛି ।

   Related Posts