ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

IND vs ENG T20: ସିରିଜ୍ କବ୍‌ଜା କଲା ଭାରତ, ୧୨୧ରେ ଇଂଲଣ୍ଡ ଅଲ୍‌ଆଉଟ୍

9/07/2022 at 10:25 PM

ଏଜବେଷ୍ଟନ: ସିରିଜ୍ କବ୍‌ଜା ଭାରତ। ମାତ୍ର ୧୭ ଓଭରରେ ୧୨୧ ରନ୍‌ରେ ଅଲ୍‌ଆଉଟ ହେଲା ଇଂଲଣ୍ଡ। ୪୯ ରନ୍‌ରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଏଜବେଷ୍ଟନରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ୧୭୧ ରନ୍‌ ଟାର୍ଗେଟ୍ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ମାତ୍ର ୧୨୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି। ଫଳରେ ଏଜବେଷ୍ଟନ ମ୍ୟାଚ୍‌ରେ ଭାରତ ୪୯ ରନ୍‌ରେ ମ୍ୟାଚ୍ ଜିତି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଏହା ପୂର୍ବରୁ ସାଉଥଅମ୍ପଟନରେ ମଧ୍ୟ ଟିମ ଇଣ୍ଡିଆ ଇଂଲଣ୍ଡକୁ ୫୦ ରନ୍‌ରେ ହରାଇଥିଲା।   

ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ୧୭୧ ରନ୍‌ ଟାର୍ଗେଟ୍‌କୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ଦଳର ଓପନିଂ ଯୋଡି ବଡ ରନ୍ କରିବାର ଅସଫଳ ହେବା ସହ ଆଉଟ ହୋଇଯାଇଥିଲେ। ଇଂଲଣ୍ଡ ପକ୍ଷରୁ ମୋଏନ ଅଲ୍ଲୀ ସର୍ବାଧିକ ୩୫ ରନ୍ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଜସ ବଟଲର ଓ ଜେସନ ରୟଙ୍କୁ ଆଉଟ କରିଦେଇଥିଲେ।

ଭୁବନେଶ୍ୱର କୁମାର ସର୍ବାଧିକ ୩ଟି ୱେକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ ୨-୨ ୱିକେଟ୍ ନେଇଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହାକୁ ମିଶାଇ ଲଗାତର ୧୪ ମୁକାବିଲା ଜିତିଲାଣି ଟିମ୍ ଇଣ୍ଡିଆ।  

   Related Posts