ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିକାଶଶୀଳ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ଉନ୍ନତ ପ୍ରଦର୍ଶନ, ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶୀର୍ଷ ୪୦ରେ ସାମିଲ

1/10/2022 at 7:45 PM

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ ସେକ୍ଟର ପାଇଁ ଅନୁକୂଳ ପରିସ୍ଥିତି ଯୋଗୁଁ ଗ୍ଲୋବାଲ ଇନୋଭେସନ ସୂଚକାଙ୍କରେ ଭାରତ ଲମ୍ୱା ଡିଆଁ ମାରିଛି । ଭାରତର ରାଙ୍କିଙ୍ଗରେ ବଡ଼ ସୁଧାର ଆସିଛି । ଉନ୍ନତ ପ୍ରଦର୍ଶନ ସହ ଭାରତ ଏହି ରାଙ୍କିଙ୍ଗର ଶୀର୍ଷ ୪୦ରେ ସ୍ଥାନ ହାସଲ କରିଛି । ୱାର୍ଲଡ ଇଣ୍ଟେଲେକଚ୍ୟୁଆଲ ପ୍ରପର୍ଟି ଅର୍ଗାନାଇଜେନ ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଏହା କୁହାଯାଇଛି । ଏହାସହ ରିପୋର୍ଟ କୁହାଯାଇଛି ଯେ ଭାରତ ନିମ୍ନ ମଧ୍ୟମ ଆୟ ଶ୍ରେଣୀରେ ଇନୋଭେସନ ଲିଡର ଅଟେ।

ଡବ୍ଲୁଆଇପିଓ ରିପୋର୍ଟ ଅନୁସାରେ ସ୍ୱିଜରଲ୍ୟାଣ୍ଡ, ଆମେରିକା, ସ୍ୱୀଡେନ, ୟୁକେ ଏବଂ ନେଦରଲ୍ୟାଣ୍ଡ ଦୁନିଆର ସବୁଠୁ ଇନୋଭେଟିବ ଅର୍ଥବ୍ୟବସ୍ଥା । ଚୀନ ଶୀର୍ଷ ୧୦ରେ ରହିଛି । ଅନ୍ୟପଟେ ବିକାଶଶୀଳ ଅର୍ଥନୀତି ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ଏଥିରେ ଭାରତର ସ୍ଥାନ ୪୦ରେ ରହିଛି।

୭ ବର୍ଷରେ ୮୧ ନମ୍ୱରୁ ୪୦ ତମ ସ୍ଥାନରେ ପହଞ୍ଚିଛି ଭାରତ । ୨୦୨୦ରେ ଭାରତ ଶୀର୍ଷ ୫୦ ଭିତରେ ସ୍ଥାନ ପାଇବାରେ ସଫଳ ହୋଇଥିଲା । ଚଳିତ ବର୍ଷ ଶୀର୍ଷ ୪୦ରେ ଏଣ୍ଟ୍ରି କରିଛି । ଏହା ପୂର୍ବରୁ ୨୦୧୫ରେ ଭାରତର ରାଙ୍କିଙ୍ଗ ୮୧ ଥିଲା।

ଗ୍ଲୋବାଲ ଇନୋଭେସନ ସୂଚକାଙ୍କ ରାଙ୍କିଙ୍ଗ ମାମଲାରେ ସ୍ୱିଜରଲ୍ୟାଣ୍ଡ ଲଗାତାର ୧୨ ବର୍ଷ ଧରି ଦୁନିଆର ପ୍ରଥମ ସ୍ଥାନରେ ରହିଛି । ଏହାର ସବୁଠୁ ବଡ଼ କାରଣ ହେଉଛି ପେଟେଣ୍ଟସ, ସଫ୍ଟୱେର ଖର୍ଚ୍ଚ, ଉଚ୍ଚ ବୈଷୟିକ ନିର୍ମାଣ ଏବଂ ଉତ୍ପାଦନରେ ଏହି ଦେଶ ଆଗରେ ରହିଛି । ଏହି ରାଙ୍କିଙ୍ଗ ପାଇଁ ପ୍ରତିଟି ଦେଶକୁ ଅନେକ ମାନଦଣ୍ଡରେ ଆକଳନ କରାଯାଇଥାଏ ।

   Related Posts