Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିଭି ଆଙ୍କରଙ୍କୁ ବୟକଟ୍‌ କରିବାକୁ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତି, ତାଲିକାରେ ୧୪ ଜଣଙ୍କ ନାଁ

14/09/2023 at 7:21 PM

ନୂଆଦିଲ୍ଲୀ, ୧୪/୦୯: ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୧୪ ଜଣ ଆଙ୍କରଙ୍କ ଶୋ’କୁ ବୟକଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ବୟକଟ୍‌ର ଘୋଷଣାର ଦିନକ ପରେ ତାଲିକା ପ୍ରକାଶ ଇଣ୍ଡିଆ ମେଣ୍ଟ। ଏହି ତାଲିକାରେ ଅଛନ୍ତି ଦେଶର ପ୍ରମୁଖ ଚାନେଲର ଆଙ୍କର।

ବୁଧବାର କଂଗ୍ରେସ ନେତା କେସି ଭେନୁଗୋପାଲ କହିଥିଲେ ଯେ  କିଛି ମି଼ଡିଆ ଆଙ୍କର ଶୋ’କୁ ଇଣ୍ଡିଆ ମେଣ୍ଟ ତାଙ୍କ ପ୍ରତିନିଧି ପଠାଇବେ ନାହିଁ । ଖୁବ୍‌ ଶୀଘ୍ର ଆଙ୍କର ଓ ତାଙ୍କର ଚାନେଲ ନାଁ ପ୍ରକାଶ ପାଇବ ବୋଲି ସେ କହିଥିଲେ। ଆଜି ଗୁରୁବାର ଇଣ୍ଡିଆ ମେଣ୍ଟ ଏନେଇ ତାଲିକା ପ୍ରକାଶ କରିଛି। ଏଥିରେ ୧୪ ଜଣ ଆଙ୍କରଙ୍କ ନାମ ରହିଛି।

ଅଦିତି ତ୍ୟାଗୀ (ଭାରତ ଏକ୍ସପ୍ରେସ୍)

ଅମନ ଚୋପ୍ରା (ନେଟଓ୍ୱର୍କ ୧୮)

ଅମିଷ ଦେଓ୍ୱଗନ (ନ୍ୟୁଜ୍ ୧୮)

ଆନନ୍ଦ ନରସିଂମହନ୍ (ସିଏନ୍‌ଏନ୍‌ ନ୍ୟୁଜ୧୮)

ଅର୍ଣ୍ଣବ ଗୌସ୍ୱାମୀ (ରିପ୍ଲବିକ୍ ଟିଭି)

ଅଶୋକ ଶ୍ରୀବାସ୍ତବ (ଡିଡି ନ୍ୟୁଜ)

ଚିତ୍ରା ତ୍ରିପାଠୀ (ଆଜ୍‌ ଟକ୍‌)

ଗୌରବ ସାଓ୍ୱନ୍ତ (ଆଜ ଟକ୍‌)

ନାଭିକା କୁମାର (ଟାଇମ୍ସ ନାଓ/ ଟାଇମ୍ସ ନାଓ ନବଭାରତ)

ପ୍ରାଚୀ ପ୍ରସାର (ଇଣ୍ଡିଆ ଟିଭି)

ରୁବିକା ଲିଆକ୍ୱତ (ଭାରତ୨୪)

ଶିବ ଆରୁର (ଆଜ୍‌ ଟକ୍‌)

ସୁଧୀର ଚୌଧୁରୀ (ଆଜ ଟକ୍‌)

ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)

କଂଗ୍ରେସ ନେତା ପଓ୍ୱନ ଖେରା କହିଛନ୍ତି ଯେ ‘ଆମେ ବହୁତ ଭଲ ଭାବେ ଚିନ୍ତା କରି ଏହି ନିଷ୍ପତ୍ତି ନେଇଛୁ। ଆମେ କୌଣସି ଆଙ୍କରଙ୍କୁ ଘୃଣା କରୁନାହୁଁ। କିନ୍ତୁ ଆମେ ଆମ ଦେଶକୁ ବହୁତ ଭଲପାଉ। ଆମେ ଆମ ଭାରତକୁ ଭଲପାଉ।‘

   Related Posts