INDIA ନା ଭାରତ; ପରିବର୍ତ୍ତନ ହେବ କି ଦେଶର ନାଁ, ଜାଣନ୍ତୁ ସମ୍ବିଧାନରେ କ'ଣ ଉଲ୍ଲେଖ ରହିଛି ?

Published By : Prameya-News7 Bureau | September 06, 2023 IST

ନୂଆଦିଲ୍ଲୀ,: ଭାରତକୁ ନେଇ ମହାଭାରତ । ଦେଶର ନାଁ ଇଣ୍ଡିଆ ନା ଭାରତ ।  ଆଉ ଇଣ୍ଡିଆ ନୁହେଁ ଏଣିକି କେବଳ ଭାରତ କରିବାକୁ ପଡ଼ିଛି । ଆସନ୍ତା ଲୋକସଭାର ସ୍ବତନ୍ତ୍ର ଅଧିବେଶନରେ ଇଣ୍ଡିଆ ଶବ୍ଦ ପରିବର୍ତ୍ତନ ନେଇ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏହାର ପୂର୍ବ ସୂଚନା ମିଳିଠି ଜି-୨୦ ସମ୍ମିଳନୀ ଡିନର ପାର୍ଟି ନିମନ୍ତ୍ରଣ ପତ୍ରରୁ । ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହେଲାଣି ।    

ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆସୁଥିବା ସମସ୍ତ ଦେଶର ପ୍ରତିନିଧୀଙ୍କ ନିକଟକୁ ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ନିମନ୍ତ୍ରଣ ପତ୍ର ପଠାଯାଇଛି। ଏଥିରେ ଇଂରାଜୀରେ 'ପ୍ରେସିଡେଣ୍ଟ ଅଫ୍ ଭାରତ' ଲେଖା ଯାଇଛି । ସାଧାରଣତଃ ପୂର୍ବରୁ ଏହିପରି ନିମନ୍ତ୍ରଣ କାର୍ଡରେ 'ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ' ଲେଖାଯାଉଥିଲା ।

wp:embed {"url":"https://www.prameyanews7.com/bharat-government-going-to-change-the-name-of-the-country-india-pm-modi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bharat-government-going-to-change-the-name-of-the-country-india-pm-modi/
/wp:embed

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ 'ଭାରତ' ଶବ୍ଦକୁ ନେଇ ରାଜନୀତି ଜୋର ଧରିଛି । ରାଷ୍ଟ୍ରପତିଙ୍କ ଏହି ନିମନ୍ତ୍ରଣ ପତ୍ର ଆସିବାର ଚାରି ଦିନ ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ,  ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ଭାରତ ଶବ୍ଦକୁ ଦେଶର ନାଁ ଭାବରେ ବ୍ୟବହାର କରିବାକୁ ଜିଦ୍ ଧରିଥିଲେ। ଏହି ବିବୃତ୍ତିର କିଛି ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଏଭଳି ଲେଖାହୋଇଛି ।

wp:embed {"url":"https://www.prameyanews7.com/bharat-government-going-to-change-the-name-of-the-country-india-pm-modi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bharat-government-going-to-change-the-name-of-the-country-india-pm-modi/
/wp:embed

ସମ୍ବିଧାନରେ ଇଣ୍ଡିଆ ଓ ଭାରତ ଉଭୟ ବ୍ୟବହାର ହୋଇଛି । ଏହି ପ୍ରସଙ୍ଗରେ ସମ୍ବିଧାନରେ କ’ଣ କୁହାଯାଇଛି ତାହା ବୁଝିବା ଜରୁରୀ । ସରକାରୀ କିମ୍ବା ଅଣଆନୁଷ୍ଠାନିକ ଉଦ୍ଦେଶ୍ୟରେ ଦେଶର ନାମ କ’ଣ ହେବ ସମ୍ବିଧାନର ଧାରା ୧.୧ ରେ କୁହାଯାଇଛି। 'India , that is Bharat, shall be an Union of States' ଏବଂ ହିନ୍ଦିରେ ଲେଖାଯାଇଛି ଯେ, ‘भारत, अर्थात इंडिया’ ରାଜ୍ୟମାନଙ୍କର ଏକ ସଂଘ । ସମସ୍ତ ରାଜ୍ୟ ଭାରତ ସଂଘ ଅଧୀନରେ ରହିବେ ବୋଲି ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.