କରୋନା ମୁକାବିଲା ପାଇଁ ଆୟୁର୍ବେଦକୁ ଆପଣେଇଲେ ସରକାର : ଆୟୁଷ ମେଡିସିନ୍‌ର କ୍ଲିନିକାଲ୍‌ ଟେଷ୍ଟ ଆରମ୍ଭ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆୟୁର୍ବେଦକୁ ଆପଣେଇଛନ୍ତି ଭାରତ ସରକାର । ଆଜିଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଆୟୁଷ ମେଡିସିନ୍‌ର କ୍ଲିନିକାଲ୍‌ ଟେଷ୍ଟ ଆରମ୍ଭ ହୋଇଛି ।

{"id":266242,"sizeSlug":"large"}

କରୋନାକୁ ନେଇ ସାରା ବିଶ୍ବରେ ଚାଲିଛି ଏକ୍ସପେରିମେଣ୍ଟ । କିଏ ଭାକ୍ସିନ ତିଆରି କରି ଏକ୍ସପେରିମେଣ୍ଟ ସଫଳ ହୋଇଥିବା ଦାବି କରୁଛନ୍ତି ତ ଆଉ କିଏ ଭିଟାମିନ୍-C ମ୍ୟାଲେରିଆ ଟ୍ୟାବଲେଟ୍‌ ବେଶ ଫଳପ୍ରଦ ବୋଲି କହିଲେଣି । ଏସବୁ ଭିତରେ କିନ୍ତୁ ଆୟୁର୍ବେଦ ଶରଣକୁ ଯାଇଛନ୍ତି କେନ୍ଦ୍ର ସରକାର । ମାନେ ଦେଶରେ ଆୟୁର୍ବେଦ ଔଷଧକୁ ନେଇ କ୍ଲିନିକାଲ୍ ଟ୍ରାଏଲ ଆରମ୍ଭ କରିଛି ଭାରତ । ଖୋଦ୍ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଆୟୁଷ ମେଡିସିନ୍‌ର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ ହୋଇଛି। ଏଥିପାଇଁ ଅଶ୍ବଗନ୍ଧା, ଜଷ୍ଟିମଧୁ, ଗୁଡୁଚି, ପିପ୍ପଳି, ଆୟୁଷ-୬୪ ଭଳି ଔଷଧର କ୍ଲିନିକାଲ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଛି ।

ପୂର୍ବରୁ ଲକ୍‌ଡାଉନ ସମୟରେ ଆୟୁଷ ମନ୍ତ୍ରଣାଳୟର ଟିପ୍ସକୁ ପାଳନ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ । ଚାରେ ତୁଳସୀ, ଡାଲଚିନି, ଗୋଲ ମରିଚ, ଶୁଣ୍ଠି, ମିଶାଇ ଦିନକୁ ଦୁଇଥର ପିଇବା ସହ ଉଷୁମ ପାଣିର ଲଗାତର ବ୍ୟବହାର ପାଇଁ କହିଥିଲେ । ଖାଇବାରେ ହଳଦୀ, ଜୀରା , ଧନିଆ, ରସୁଣ ଆଦି ବ୍ୟବହାର କରିବା ସାଙ୍ଗକୁ ଆବଶ୍ୟକ ପଡ଼ିଲେ ଲେମ୍ବୁ ପାଣି ପିଇବା ସହ ଗୁଡ଼ ବି ଖାଇପାରିବେ ବୋଲି ପରାମର୍ଶ ଦେଇଥିଲେ । ଥଣ୍ଡା ଲାଗୁଥିଲେ ସକାଳେ ସନ୍ଧ୍ୟାରେ ନାକରେ ନଡ଼ିଆତେଲ କିମ୍ବା ଘିଅ  ପକାଇପାରିବେ । ସେହିପରି ମୁହଁରେ ରାଶି କିମ୍ବା ନଡ଼ିଆ ତେଲ ପକାଇ ୨-୩ ମିନିଟ ରଖିବା ପରେ ଉଷୁମ ପାଣିରେ କୁଳି କରିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଥିଲେ । ଯଦି ଶୁଖିଲା କାଶ କିମ୍ବା ତଣ୍ଟି ଦରଜ ହେଲେ ଗରମ ପାଣିରେ ପୋଦିନା ପତ୍ର  କିମ୍ବା ଜୁଆଣି ପକାଇ ଗରମ ବାମ୍ଫ ନେଇପାରିବେ । ମହୁ କିମ୍ବା ଚିନିରେ ଲବଙ୍ଗ ପାଉଡର ମିଶାଇ ଦିନକୁ ଥରେ ନେଇପାରିବେ । ତେବେ ଯଦି କାଶ କିମ୍ବା ତଣ୍ଟି ଦରଜ  ଲାଗି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.